ବଲାଙ୍ଗୀର: ଜିଲ୍ଲାରେ ସୋମବାର ତିନୋଟି ସ୍ୱତନ୍ତ୍ର ଟ୍ରେନ ଯୋଗେ 5 ହଜାରରୁ ଉର୍ଦ୍ଧ୍ବ ପ୍ରବାସୀ ଶ୍ରମିକ ଓଡିଶା ଆସି ପହଞ୍ଚିଛନ୍ତି। ତେବେ ପ୍ରଥମ ଟ୍ରେନ ଟି ଆନ୍ଧ୍ର ପ୍ରଦେଶ ବିଶାଖାପାଟଣା ରୁ ଆସିଥିବା ବେଳେ ଏଥିରେ ଓଡ଼ିଶାର 30 ଟି ଜିଲ୍ଲାର 13 ଶହ 81 ଜଣ ଓହ୍ଲାଇଥିଲେ।
ଦ୍ୱିତୀୟ ଓ ତୃତୀୟ ଟ୍ରେନ ତେଲେଙ୍ଗାନା କାଜୁ ପେଟା ରୁ ଆସିଥିଲା । ଯେଉଁଥିରେ 2ହଜାର ଓ 18 ଶହ ପ୍ରବାସୀ ଶ୍ରମିକ ବଲାଙ୍ଗୀର ରେ ଆସି ପହଞ୍ଚିଥିଲା। ତେବେ ସମସ୍ତଙ୍କୁ ବସ ଯୋଗେ ତାଙ୍କ ନିଜ ନିଜ ଜିଲ୍ଲାକୁ ପଠାଇ ଦିଆଯାଇଛି।
ସେହିପରି ଏହି ତିନିଟି ଟ୍ରେନରେ ବଲାଙ୍ଗୀର ଜିଲ୍ଲାର 3 ହଜାର ରୁ ଉର୍ଦ୍ଦ୍ବ ଶ୍ରମିକ ଆସିଥିଲେ । ଯେଉଁମାନଙ୍କୁ ବାସ ଯୋଗେ ତାଙ୍କ ନିଜ ପଞ୍ଚାୟତ ସ୍ଥିତ ସଙ୍ଗରୋଧ କେନ୍ଦ୍ରକୁ ପଠାଇ ଦିଆ ଯାଇଥିଲା।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ