ETV Bharat / state

5 ଲୁଟେରା ଗିରଫ, ଫାଇନାନ୍ସ କମ୍ପାନୀ ଏଜେଣ୍ଟଙ୍କୁ କରୁଥିଲେ ଟାର୍ଗେଟ - ଫାଇନାନ୍ସ କମ୍ପାନୀ କର୍ମଚାରୀ

କ୍ରମାଗତ ଭାବରେ ବିଭିନ୍ନ ବଲାଙ୍ଗୀର ଜିଲ୍ଲାର ଫାଇନାନ୍ସ କମ୍ପାନୀ ଏଜେଣ୍ଟଙ୍କଠାରୁ ଛିନତାଇ, ମରଣାନ୍ତକ ଆକ୍ରମଣ ଓ ଲୁଟ କରିଆସୁଥିଲେ 5 ଲୁଟେରା । ଏମାନଙ୍କୁ ଧରିବାରେ ସଫଳ ହେଲା ବଲାଙ୍ଗୀର ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Aug 5, 2019, 9:09 PM IST

ବଲାଙ୍ଗୀର: ପୋଲିସକୁ ମିଳିଛି ବଡ଼ ସଫଳତା । ଗିରଫ ହୋଇଛନ୍ତି 5 ଜଣ ଦୁର୍ଦ୍ଦାନ୍ତ ଲୁଟେରା । ବଲାଙ୍ଗୀରରେ କ୍ରମାଗତ ଭାବରେ ବିଭିନ୍ନ ଫାଇନାନ୍ସ କମ୍ପାନୀ ଏଜେଣ୍ଟଙ୍କଠାରୁ ଛିନତାଇ, ମରଣାନ୍ତକ ଆକ୍ରମଣ ଓ ଲୁଟ ମାମଲାରେ ଗିରଫ ଲୁଟେରାଙ୍କ ସମ୍ପୃକ୍ତି ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ଏକାଧିକ ଅପରାଧିକ ମାମଲାରେ ଗିରଫ ଅଭିଯୁକ୍ତମାନ ସମ୍ପୃକ୍ତ ଥିଲେ । ତେବେ ଏମାନଙ୍କ ଠାରୁ ପୋଲିସ ଏକ ନକଲି ପିସ୍ତଲ ସହ ତିନୋଟି ଦାମୀ ମୋଟର ସାଇକଲ, 7ଟି ମୋବାଇଲ ଓ 3ହଜାର ଟଙ୍କା ଜବତ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।

ନିକଟରେ ଏମାନେ ସ୍ପନ୍ଦଣା ସୃତି ଫାଇନାନ୍ସ କମ୍ପାନୀର ଜଣେ ଏଜେଣ୍ଟଙ୍କ ଠାରୁ ବନ୍ଧୁକ ଦେଖାଇ 20 ହଜାର ଟଙ୍କା ଓ ମୋବାଇଲ ଇତ୍ୟାଦି ଲୁଟ କରିଥିଲେ । ଯାହାର ତଦନ୍ତ କରୁଥିବା ବେଳେ ପୋଲିସ ଏହି ପାଞ୍ଚ ଜଣିଆ ଗ୍ରୁପକୁ ଧରିବାରେ ସଫଳ ହୋଇଥିଲା ।

ଅଭିଯୁକ୍ତ ଧରା ପଡିବା ପରେ ପୁଇଁତଲା ଥାନା ଅଞ୍ଚଳରେ ଦୁଇଟି ଏହିଭଲି ମାମଲା, ବଲାଙ୍ଗୀର ସଦର ଥାନା ଅଞ୍ଚଳରେ ଗୋଟିଏ ଓ ଦେଓଗାଁ ଠାରେ ବ୍ୟାଙ୍କ ଡକାୟତିରେ ଏମନେ ସମ୍ପୃକ୍ତ ଥିବାର ପୋଲିସ ଜାଣିବାକୁ ପାଇଛି । ତେବେ ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରେ ପୁଇଁତଲା ବ୍ଳକର ଜିତେନ୍ଦ୍ର ନାଗ, ଶିବ ପ୍ରସାଦ ଜାଲ, ମାୟାଧର ସୁନା, ଚୁଡାମଣି ସିକା ଓ ଦେଓଗାଁର ଅଶୋକ ହରପାଳ ବୋଲି ଜଣାପଡିଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଂଗୀର ସଦର ପୋଲିସ କୁ ମିଳିଛି ବଡ଼ ସଫଳତା । ଗିରଫ ହୋଇଛନ୍ତି 5 ଜଣ ଦୁର୍ଦାନ୍ତ ଲୂଟେରା । ବଲାଂଗୀର ରେ କ୍ରମାଗତ ଭାବରେ ବିଭିନ୍ନ ଫାଇନାନ୍ସ କମ୍ପାନୀ ଏଜେଣ୍ଟ ଙ୍କଠାରୁ ଛିନତାଇ, ମରଣାନ୍ତକ ଆକ୍ରମଣ ଓ ଲୂଟ ଭଳି ଏକାଧିକ ମାମଲାରେ ଏମାନେ ସମ୍ପୃକ୍ତ ଥିଲେ । ତେବେ ଏମାନଙ୍କ ଠାରୁ ପୋଲିସ ଏକ ନକଲି ପିସ୍ତଲ ସହ ତିନୋଟି ଦାମୀ ମୋଟର ସାଇକଲ ଜବତ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।

Body:ବଲାଂଗୀର ସଦର ପୋଲିସ କୁ ମିଳିଛି ବଡ଼ ସଫଳତା। ଯେଉଁଥିରେ ଆଜି 5 ଜଣ ଦୁର୍ଦାନ୍ତ ଲୁଟେରା ଗିରଫ ହୋଇଛନ୍ତି । ବଲାଂଗୀର ରେ କ୍ରମାଗତ ଭାବରେ ବିଭିନ୍ନ ଫାଇନାନ୍ସ କମ୍ପାନୀ ଏଜେଣ୍ଟ ଙ୍କଠାରୁ ଛିନତାଇ, ମରଣାନ୍ତକ ଆକ୍ରମଣ ଓ ଲୂଟ ଭଳି ଏକାଧିକ ମାମଲାରେ ଏମାନେ ସମ୍ପୃକ୍ତ ଥିଲେ । ନିକଟରେ ଏମାନେ ସ୍ପନ୍ଦଣା ସୃତି ଫାଇନାନ୍ସ କମ୍ପାନୀର ଜଣେ ଏଜେଣ୍ଟ ଙ୍କ ଠାରୁ ବନ୍ଧୁକ ମୁନରେ 20 ହଜାର ଟଙ୍କା ଓ ମୋବାଇଲ ଇତ୍ୟାଦି ଲୂଟ କରିଥିଲେ । ଯାହାର ତଦନ୍ତ କରୁଥିବା ବେଳେ ପୋଲିସ ଏହି ପାଞ୍ଚ ଜଣିଆ ଗ୍ରୁପ କୁ ଧରିବାକୁ ସଫଳ ହୋଇଥିଲା । ଏବଂ ଏମାନେ ଧର ପଡିବ ପରେ ପୁଇଁତଲା ଥାନା ଅଂଚଳରେ ଦୁଇଟି ଏହିବାଲି ମାମଲା, ବଲାଂଗୀର ସଦର ଥାନା ଅଂଚଳରେ ଗୋଟିଏ ଓ ଦେଓଗାଁ ଠାରେ ବେଙ୍କ ଡକାୟତି ରେ ଏମନେ ସମ୍ପୃକ୍ତ ଥିବାର ପୋଲିସ ଜାଣିବାକୁ ପାଇଛି । ତେବେ ଫିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରେ ପୁଇଁତଲା ବ୍ଳକ ର ଜିତେନ୍ଦ୍ର ନାଗ,ଶିବ ପ୍ରସାଦ ଜାଲ, ମାୟାଧର ସୁନା, ଚୁଡାମଣି ସିକା ଓ ଦେଓଗାଁର ଅଶୋକ ହରପାଳ ଅଟନ୍ତି । ଏମାନଙ୍କ ଠାରୁ ପୋଲିସ ଏକ ନକଲି ପିସ୍ତଲ ସହ ତିନୋଟି ଦାମୀ ମୋଟର ସାଇକଲ, ସାତୋଟି ମୋବାଇଲ ଓ 3ହଜାର ଟଙ୍କା ଜବତ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।
ବାଇଟ ଶ୍ରୀମନ୍ତ ବାରିକ ଏସ ଦି ପି ଓ ବଲାଂଗୀର

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.