ETV Bharat / state

ବ୍ୟାଙ୍କ ସମ୍ମୁଖରୁ ଲୁଟିନେଲେ 5 ଲକ୍ଷ ଟଙ୍କା - balangir loot case

ବଲାଙ୍ଗୀର ଜିଲ୍ଲାରେ ଦିନକୁ ଦିନ ଅପରାଧ ବଢି ଚାଲିଥିବାବେଳେ ସୋମବାର ପୁଣି ବ୍ୟାଙ୍କ ସମ୍ମୁଖରୁ 5 ଲକ୍ଷ ଟଙ୍କା ଲୁଟ ହୋଇଛି ।

ବ୍ୟାଙ୍କ ସମ୍ମୁଖରୁ ଲୁଟିନେଲେ 5 ଲକ୍ଷ ଟଙ୍କା
ବ୍ୟାଙ୍କ ସମ୍ମୁଖରୁ ଲୁଟିନେଲେ 5 ଲକ୍ଷ ଟଙ୍କା
author img

By

Published : Oct 6, 2020, 7:38 AM IST

ବଲାଙ୍ଗୀର: ଜିଲ୍ଲାରେ ଦିନକୁ ଦିନ ଅପରାଧ ବଢି ଚାଲିଥିବାବେଳେ ସୋମବାର ପୁଣି ବ୍ୟାଙ୍କ ସମ୍ମୁଖରୁ 5 ଲକ୍ଷ ଟଙ୍କା ଲୁଟ ହୋଇଛି । ମାଲପଡାର ବ୍ୟବସାୟୀ ସଞ୍ଜୟ ଶତପଥୀ ଆଜି ଏସବିଆଇର ଏଡିବି ବ୍ୟାଙ୍କରୁ ପାଞ୍ଚ ଲକ୍ଷ ଟଙ୍କା ଉଠାଇ ବାହାରକୁ ବାହାରୁ ଥିବା ବେଳେ ଏହି ଘଟଣା ଘଟିିଛି ।

ବ୍ୟାଙ୍କ ସମ୍ମୁଖରୁ ଲୁଟିନେଲେ 5 ଲକ୍ଷ ଟଙ୍କା

ପୂର୍ବରୁ ଜଗିଥିବା ପଲସର ଗ୍ୟାଙ୍ଗ ସଞ୍ଜୟଙ୍କୁ ଆକ୍ରମଣ କରି ପାଞ୍ଚ ଲକ୍ଷ ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ । ତେବେ ପୀଡିତ ବ୍ୟବସାୟୀ ଜଣକ ପୋଲିସର ଦ୍ୱାରସ୍ଥ ହେବା ପରେ ବଲାଙ୍ଗୀର ଟାଉନ ପୋଲିସ ତଦନ୍ତ ଆରମ୍ଭ କରିଛି ।

ହେଲେ ଏଯାଏଁ ଲୁଟେରାଙ୍କ କୌଣସି ଟେର ପାଇ ପାରିନାହିଁ ପୋଲିସ । ସେପଟେ ଏହି କୋଭିଡ ପରିସ୍ଥିତିରେ ସହରରେ ହତ୍ୟା ଲୁଟ ଭଳି ଅପରାଧ ବଢି ଚାଲିଥିବାବେଳେ ପୋଲିସର ପଦକ୍ଷେପକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହୀଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.