ବଲାଙ୍ଗୀର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମ ନିର୍ଭର ଭାରତ ଅଭିଯାନ ଉପରେ ବିଶେଷ ତଥ୍ୟ ଉପସ୍ଥାପନ କରିଛି ଜିଲ୍ଲା ବିଜେପି । ଏହି ଅଭିଯାନରେ ଗରିବଙ୍କ କଲ୍ୟାଣକୁ ପ୍ରାଧାନ୍ୟ ଦେବା ସହ ଦେଶରେ ପୁଞ୍ଜି ନିବେଶ, ଆର୍ଥିକ ଅଭିବୃଦ୍ଧି ଓ ନିଯୁକ୍ତିକୁ ପ୍ରତ୍ସହନ ଦିଆଯାଇଥିବା ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ କୁହାଯାଇଛି ।
ସେହିପରି ଚାଷୀ, ଶ୍ରମିକ, ମଧ୍ୟବିତ୍ତ ଏବଂ ଉଦ୍ୟୋଗୀଙ୍କୁ ସଶକ୍ତ କରି କୋଇଲା, ଖଣିଜ, ପ୍ରତିରକ୍ଷା ଉତ୍ପାଦନ, ବେସାମରିକ ବିମାନ ଚଲାଚଳ, ଶକ୍ତି ଯୋଗାଣ, ପରମାଣୁ ଏବଂ ମହାକାଶ କ୍ଷେତ୍ରରେ ଭାରତକୁ ଆତ୍ମ ନିର୍ଭର କରିବା ପାଇଁ ପ୍ରୟାସ ଜାରି ରହିବା କହିଛି ବିଜେପି ।
ସବୁ କ୍ଷେତ୍ରରେ ଆର୍ଥିକ ଅନୁଦାନ ଦିଆଯାଇଛି । ସମାନଭାବେ ଶ୍ରମିକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ବଲାଙ୍ଗୀର ଜିଲ୍ଲାରେ ଚାରି ଶହ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ଦିଆଯାଇଛି । ଶ୍ରମିକଙ୍କୁ 25ଟି ଯୋଜନାରେ କାମ ଯୋଗାଇ ଦିଆଯିବ ବୋଲି କହିଛନ୍ତି ବଲାଙ୍ଗୀର ବିଜେପି ସଭାପତି ଶିବାଜି ମହାନ୍ତି ।
ବଲାଙ୍ଗୀରରୁ ଏସକେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ