ETV Bharat / state

ନକଲି ଗାଡି ନମ୍ବରରେ ଚାଲାଣ ହେଉଛି ଗଞ୍ଜେଇ, 4 ଗିରଫ - ବଲାଙ୍ଗୀର ପୋଲିସ

ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ 4ଜଣଙ୍କୁ ବଲାଙ୍ଗୀର ପୋଲିସ ଗିରଫ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Oct 21, 2019, 7:44 PM IST

ବଲାଙ୍ଗୀର: ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ 4ଜଣଙ୍କୁ ପୋଲିସ ଗିରଫ କରିଛି । ସେମାନେ ଗତ ଅଗଷ୍ଟରୁ ଫେରାର ଥିଲେ । ପୋଲିସ ସେମାନଙ୍କ ଠାରୁ 81 କେଜି ଗଞ୍ଜେଇ ସହ ଚାରୋଟି ମୋବାଇଲ, ଗୋଟିଏ କାର ଓ ଗୋଟିଏ ବାଇକ ଜବତ କରାଯାଇଛି । ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ଗତ ଅଗଷ୍ଟ 22 ତାରିଖରେ ବଲାଙ୍ଗୀର ଦେଓଗାଁ ଥାନା ଅନ୍ତର୍ଗତ ବନ୍ଦପଡା ଗ୍ରାମ ନିକଟରେ ପୋଲିସ ଏକ ମାରୁତି ସ୍ବିଫ୍ଟ କାରକୁ ସନ୍ଦେହରେ ଅଟକାଇ ଥିଲା । ହେଲେ ଗାଡ଼ିରେ ଥିବା ସମସ୍ତ ଲୋକ ସେଠାରୁ ଦୌଡ଼ି ପଳାଇବାରେ ସକ୍ଷମ ହୋଇଥିଲେ । ପୋଲିସ ଗାଡି ମଧ୍ୟରୁ 81 କେଜି ଗଞ୍ଜେଇ ଜବତ କରିଥିଲା । ଏହାପରେ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା କରିଥିଲା । ତେବେ ତଦନ୍ତ ବେଳେ କାରର ନମ୍ବର ଜାଲ ଥିବା ପୋଲିସ ଜାଣିବାକୁ ପାଇଥିଲା । ଏହାପରେ ଚେସିସ ନମ୍ବର ଆଧାରରେ ମାଲିକକୁ ଠାବ କରିଥିଲା । ମାଲିକର ପରିଚୟ ମିଳିବା ପରେ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ଚାରି ଜଣଙ୍କୁ ପୋଲିସ ଗିରଫ କରିଥିଲା । ଗିରଫ ଅଭିଯୁକ୍ତମାନେ ବରଗଡ଼ ଜିଲ୍ଲା ପାଇକମାଳର ହୋଇଥିବା ଜଣାପଡିଛି ।

ବଲାଙ୍ଗୀରରୁ ଏସକେ ମହମ୍ମଦ ୱାହିଦ, ଇଟିଭି ଭାରତ

Intro: ବଲାଂଗୀର ଗଞ୍ଜେଇ ଚଲବନ ବେଳେ 81 କେଜି ଗଞ୍ଜେଇ ସହ ଚାରି ଜଣ ଙ୍କୁ ପୋଲସ ଗିରଫ କରିଛି । ଏହା ସହ ଚାରୋଟି ମୋବାଇଲ, ଗୋଟିଏ କାର ଓ ଗୋଟିଏ ବାଇକ ପୋଲିସ ଜବତ କଟିଛି । ଏବଂ ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଛି ।

Body: ବଲାଂଗୀର ଗଞ୍ଜେଇ ଚଲାନ ବେଳେ 81 କେଜି ଗଞ୍ଜେଇ ସହ ଚାରି ଜଣ ଙ୍କୁ ପୋଲସ ଗିରଫ କରିଛି । ଗତ ଅଗଷ୍ଟ 22 ତାରିଖରେ ବଲାଂଗୀର ଦେଓଗାଁ ଥାନା ଅନ୍ତରଗତ ବନ୍ଦପଡା ଗ୍ରାମ ନିକଟରେ ଏକ ମାରୁଟି ସ୍ୱିଫ୍ଟ କାରକୁ ପୋଲିସ ସନ୍ଦେହରେ ଅଟକାଇ ଥିଲା। ହେଲେ ଗାଡ଼ିରେ ଥିବା ସମସ୍ତେ ଦୌଡ଼ି ପଳାଇଥିବା ବେଳେ ପୋଲିସ ଗାଡି ମଧ୍ୟରୁ 81 କେଜି ଗଞ୍ଜେଇ ଜବତ କରି ଅଭିଯୁକ୍ତଙ୍କ ଖାଁ ତଲାସୀ ଜାରି ରଖିଥିଲା । ତେବେ ତଦନ୍ତ ବେଳେ କାର ର ନମ୍ବର ଜାଲ ଥିବାର ଜାଣିବାକୁ ପାଇଥିବା ବେଳେ ତାର ଚେସିସ ନମ୍ବର ରେ ମାଲିକର ଠାବ କରିଥିଲା । ଏବଂ ମାଲିକ ମିଳିବ ପରେ ଗଞ୍ଜେଇ ଚଳନରେ ସମ୍ପୃକ୍ତ ଥିବା ଚାରି ଜଣଙ୍କୁ ପୋଲିସ ଗିରଫ କରିଥିଲା । ଗିରଫ ସମସ୍ତ ଅଭିଯୁକ୍ତ ବରଗଡ଼ ଜିଲ୍ଲା ପାଇକମାଲ ର ହୋଇଥିବା ବେଳେ ଗାଡି ମାଲିକ ପିଙ୍କୁ ସାହୁ, ସହଯୋଗୀ ବଳଭଦ୍ର ବିଶ୍ୱାଳ, ଜଗଦୀଶ ପ୍ରଧାନ ଓ କ୍ଷୀର ସାଗର ସାହୁ ଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା। ଏହା ସହ ଏମାନଙ୍କ ଠୁଁ ଚାରୋଟି ମୋବାଇଲ, ଗୋଟିଏ କାର ଓ ଗୋଟିଏ ବାଇକ ପୋଲିସ ଜବତ କଟିଛି । ଏବଂ ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଛି ।
ବାଇଟ ଶ୍ରୀମନ୍ତ ବାରିକ ଏସ ଡ଼ି ପି ଓ ବଲାଂଗୀର ସଦର

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.