ETV Bharat / state

କଂସର ଅତ୍ୟାଚାରରୁ ଶେଷରେ ମୁକ୍ତି ପାଇଲେ ପ୍ରଜା, ସରିଲା ବଙ୍ଗୋମୁଣ୍ଡାର ପ୍ରସିଦ୍ଧ ଧନୁଯାତ୍ରା - ବଲାଙ୍ଗୀରରେ ଧନୁଯାତ୍ରା ଶେଷ

ବଲାଙ୍ଗୀରର ବଙ୍ଗୋମୁଣ୍ଡାର ପ୍ରସିଦ୍ଧ ଧନୁ ଯାତ୍ରା ସମ୍ପନ୍ନ ହୋଇ ଯାଇଛି। ପାଞ୍ଚ ଦିନ ଧରି ଚାଲିଥିବା ଏହି ଯାତ୍ରା ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା । ଅଧିକ ପଢ଼ନ୍ତୁ

ସରିଲା ବଙ୍ଗୋମୁଣ୍ଡାର ପ୍ରସିଦ୍ଧ ଧନୁଯାତ୍ରା
ସରିଲା ବଙ୍ଗୋମୁଣ୍ଡାର ପ୍ରସିଦ୍ଧ ଧନୁଯାତ୍ରା
author img

By ETV Bharat Odisha Team

Published : Nov 29, 2023, 11:26 AM IST

ସରିଲା ବଙ୍ଗୋମୁଣ୍ଡାର ପ୍ରସିଦ୍ଧ ଧନୁଯାତ୍ରା,

ବଲାଙ୍ଗୀର: ବଲାଙ୍ଗୀର ବଙ୍ଗୋମୁଣ୍ଡାର ପ୍ରସିଦ୍ଧ 37ତମ ଧନୁଯାତ୍ରା ସମ୍ପନ୍ନ ହୋଇଛି । ପାଞ୍ଚ ଦିନ ଧରି ଖୋଲା ଆକାଶ ତଳେ କଂସ ଦରବାର ଆୟୋଜିତ ହେବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଥିଲେ ଲକ୍ଷାଧିକ ଦର୍ଶକ । ସେହିପରି ମିନାବଜାର ସହ ବିଭିନ୍ନ ଲୋକ କଳା ଓ ସାମଗ୍ରୀର ବିରାଟ ସମାହାର ଦେଖିବାକୁ ମିଳିଥିଲା । ଶେଷ ରାତିରେ କୃଷ୍ଣ ବଳରାମ କଂସକୁ ବଦ୍ଧ କରିବା ପରେ ଲୋକକଳାକୁ ପ୍ରତିପାଦିତ କରୁଥିବା ଏହି ଧନୁଯାତ୍ରା ଶେଷ ହୋଇଛି ।

ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡାରେ 37 ତମ ପ୍ରସିଦ୍ଧ ଧନୁ ଯାତ୍ରା ସମ୍ପନ୍ନ ହୋଇଛି । ଗତ 24 ତାରିଖରୁ ଏହି ଧନୁଯାତ୍ରା ଆରମ୍ଭ ହୋଇ ପାଞ୍ଚ ଦିନ ଧରି ଚାଲିଥିଲା । ତେବେ ସମଗ୍ର ବଙ୍ଗୋମୁଣ୍ଡା ମଥୁରା ନଗରୀ ପାଲଟି ଥିବା ବେଳେ କଂସ ମହାରାଜାଙ୍କ ରାଜୁତି ଚାଲିଥିଲା । ଯେଉଁଥିରେ ସହରରେ ନୀତି ଦିନ କଂସ ମହାରାଜ ତାଙ୍କ ଅଷ୍ଟମଲ୍ଲ ଓ ରାଜକୀୟ ପଟୁଆରି ନେଇ ହାତୀ ଓଟ ଉପରେ ବସି ସହର ପରିକ୍ରମା କରିଥିଲେ । ସେହିପରି ତାଙ୍କ ସ୍ବାଗତ ପାଇଁ ବିଭିନ୍ନ ସ୍ଥାନରେ ପଥ ପ୍ରାନ୍ତ ଲୋକ ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ଅଘୋରି ନୃତ୍ୟ, ଘଣ୍ଟ ବାଦ୍ୟରେ ସାରା ସହର ପ୍ରକମ୍ପିତ ହୋଇଥିଲା ।

ସେହିପରି ପ୍ରତିଦିନ କଂସ ଦରବାର ବସିଥିଲା । ଯେଉଁଥିରେ ରାଜ୍ୟ ଓ ରାଜ୍ୟ ବାହାର ଲୋକ କଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ପ୍ରତ୍ୟେକ ଦିନ ଜିଲ୍ଲା ତଥା ଜିଲ୍ଲା ବାହାରର ହଜାର ହଜାର ଦର୍ଶକ ଏହାକୁ ଦେଖିବା ପାଇଁ ଭିଡ ଜମାଉଥିଲେ । ତେବେ ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ନିଜେ କଂସ ମହାରାଜା ଥିବା ବେଳେ ଏହି ଚିତ୍ତାକର୍ଷକ ଅଭିନୟ କରି ଦର୍ଶକଙ୍କ ମନ ଜିଣିଛନ୍ତି ଅଭିନେତା ରବୀନ୍ଦ୍ର ସାହୁ । ସାରା ବଙ୍ଗୋମୁଣ୍ଡା ତାଙ୍କର ମଥୁରା ନଗରୀ ପାଲଟି ଥିବା ବେଳେ ପ୍ରଜା ତାଙ୍କୁ ଖୁବ ସମ୍ମାନ ଦେଇଛନ୍ତି । ସେହିପରି ଶେଷ ରାତିରେ କୃଷ୍ଣ ବଳରାମ ତାଙ୍କର ଅତିଥି ଭାବରେ ଆସି କଂସଙ୍କ ସହ ଯୁଦ୍ଧ କରିବା ସହ ତାଙ୍କୁ ବଦ୍ଧ କରିଥିଲେ । ଏଥିସହ ଧନୁଯାତ୍ରା ଶେଷ ହୋଇଛି ।

ଏହାମଧ୍ୟ ପଢନ୍ତୁ.. ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା, ଜାନୁଆରୀରୁ 15ରୁ ଦୁଲୁକିବ ବରଗଡ଼

ତେବେ ରାଜକୀୟ ଅତିଥି ଭାବରେ ଯୋଗ ଦେଇଥିବା ବିଜେଡି ନେତା ଲକ୍ଷ୍ମଣ ମେହେର କହିଛନ୍ତି ଯେ, ସବୁ ବର୍ଷ ସେ ଅତିଥି ଭାବରେ ଏଠାକୁ ଆସିଥାନ୍ତି। ଏବଂ ସାରା ପଶ୍ଚିମ ଓଡ଼ିଶାରେ ଏହି ଭଳି ଧନୁ ଯାତ୍ରା ସେ ଦେଖି ନାହାନ୍ତି। ଯେଉଁଠି ଲକ୍ଷାଧିକ ଲୋକଙ୍କ ଭିଡ଼ ଜମୁ ଥିବା ବେଳେ ଲୋକେ ଖୁବ ମଜାରେ କଂସ ଦରବାର ଓ ଯାତ୍ରାକୁ ଉପଭୋଗ କରିଥାନ୍ତି । ତେବେ ଏହା ପାଇଁ ସେ ଏଠିକାର ଆୟୋଜକ ଓ ସାଧାରଣ ଲୋକଙ୍କୁ ଶୁଭେଛା ଜଣାଇଛନ୍ତି ।

ସେହିପରି ଅନ୍ୟତମ ରାଜକୀୟ ଅତିଥି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି ଯେ ବଙ୍ଗୋମୁଣ୍ଡାର ଏହି ଧନୁ ଯାତ୍ରା ପ୍ରସିଦ୍ଧ ଅଟେ । ଏବଂ ଏଥର 37ତମ ଧନୁଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି । ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ଖୋଲା ଆକାଶ ତଳେ କଂସ ଦରବାର ଖୁବ ଆକର୍ଷଣୀୟ ହୋଇଛି । ଏହାଛଡ଼ା ଏହି ଯାତ୍ରାରେ ଲୋକକଳା ତଥା ସ୍ଥାନୀୟ କଳାକାର ମାନଙ୍କର କଳା ପ୍ରଦର୍ଶନ ଖୁବ ସୁନ୍ଦର ଓ ମନଲୋଭା ହୋଇଥିବାର ସେ କହିଛନ୍ତି । ସବୁ ବର୍ଷ ଏଭଳି ସୁନ୍ଦର ଓ ସଫଳ ଭାବରେ ଏହାର ଆୟୋଜନ ହେଉ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.