ETV Bharat / state

ବଲଙ୍ଗୀରରେ PDS ଚାଉଳ ଦୁର୍ନୀତି ଅଭିଯୋଗ; ସିଲ୍ ହେଲା ଗୋଦାମ

author img

By

Published : May 24, 2023, 6:45 PM IST

ବଲାଙ୍ଗୀରରେ ଏକ ଗୋଦାମରୁ ୩୧୯ କ୍ବିଣ୍ଟାଲ ଚାଉଳ ଜବତ । PDS ଚାଉଳରେ ମହାଦୁର୍ନୀତି ନେଇ ବଢିଲା ସନ୍ଦେହ । ଅଧିକ ପଢନ୍ତୁ

ବଲଙ୍ଗୀରରେ ପିଡିଏସ୍ ଚାଉଳ ଦୁର୍ନୀତି ଅଭିଯୋଗ
ବଲଙ୍ଗୀରରେ ପିଡିଏସ୍ ଚାଉଳ ଦୁର୍ନୀତି ଅଭିଯୋଗ
ବଲଙ୍ଗୀରରେ ପିଡିଏସ୍ ଚାଉଳ ଦୁର୍ନୀତି ଅଭିଯୋଗ

ବଲଙ୍ଗୀର: PDS ଚାଉଳ ବଣ୍ଟନରେ ମହାଘୋଟାଲା । ଗରୀବଙ୍କ ଚାଉଳ ହରିଲୁଟ୍ କରୁଛନ୍ତି ମିଲର ଓ ଅସାଧୁ ବ୍ୟବସାୟୀ । ଟଙ୍କିଆକୁ ଚାଉଳକୁ ଅଧିକ ଦାମରେ ବ୍ୟବସାୟୀଙ୍କୁ ବିକୁଛନ୍ତି ମିଲର । ବ୍ୟବସାୟୀ ଏହି ଚାଉଳରେ ନୂଆ ଲେବଲ ଦେଇ ବଜାରରେ ଚଢ଼ା ଦରରେ ବିକ୍ରି କରୁଛନ୍ତି । PDS ଚାଉଳରେ ଏଭଳି ମହାଦୁର୍ନୀତି ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲାରୁ । ଏଭଳି ଏକ ଅଭିଯୋଗ ଆସିବା ପରେ କଣ୍ଟାବାଞ୍ଜି ସ୍ଥିତ ଗୋଟିଏ ଗୋଦାମରେ ଚଢ଼ାଉ କରାଯାଇଥିଲା । ଏଠାରେ ବେଆଇନ ଭାବେ ୩୧୯ କ୍ବିଣ୍ଟାଲ ଚାଉଳ ଗଚ୍ଛିତ ରହିଥିଲା । ଉକ୍ତ ଗୋଦାମଟି ମୋହିତ ଟ୍ରେଡର୍ସ ନାଁରେ ଥିବାବେଳେ ଏହାକୁ ସିଲ୍ କରିଛି ଯୋଗାଣ ବିଭାଗ ।

ବଲାଙ୍ଗୀରରେ ମିଲର ରାଜ୍ ଚାଲିଥିବାର ଅନେକ ସମୟରେ ଅଭିଯୋଗ ହୋଇଆସୁଛି । ଏବେ କଣ୍ଟାବାଞ୍ଜିର ଉକ୍ତ ଗୋଦାମରୁ ୩୧୯ କ୍ବିଣ୍ଟାଲ ଚାଉଳ ଜବତ ପରେ ବଲାଙ୍ଗୀରର ବୁଦ୍ଧିଜୀବୀ ତଥା ସୂଚନା ଅଧିକାର କର୍ମୀ ନୀଳମଣି ମିଶ୍ର ଏହାକୁ ଗରିବଙ୍କ ଚାଉଳ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ଏଠାରେ ଗରିବ ଲୋକଙ୍କ ଚାଉଳ ସିଧାସଳଖ ଅସାଧୁ ବ୍ୟବସାୟୀ ଓ ମିଲରଙ୍କ ପାଖକୁ ଯାଏ । ବ୍ୟବସାୟୀମାନେ ଏହାକୁ ନୂଆ ଲେବଲ ଦେଇ ଚଢ଼ା ଦରରେ ବଜାରରେ ବିକ୍ରି କରିଥାନ୍ତି । ଏହି କଳାଧନ୍ଦା ବହୁ ବର୍ଷରୁ ଏଠି ଚାଲୁଥିବା ବେଳେ କେବେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ବର୍ତ୍ତମାନ ଗୋଦାମ ଘରୁ ବିପୁଳ ପରିମାଣର ଚାଉଳ ମିଳିବା ଘଟଣା ଏହାର ଉଦହାରଣ ବୋଲି ସୂଚନା ଅଧିକାର କର୍ମୀ କହିଛନ୍ତି ।

ଅନ୍ୟପଟେ ଯୋଗାଣ ଅଧିକାରୀ ମିର୍ ରାଜା ଅଲ୍ଲୀ ଏହି ଚାଉଳ କଳାବଜରୀ ଘଟଣାକୁ ଅସ୍ବୀକାର କରିଛନ୍ତି । କଣ୍ଟାବାଞ୍ଜି ସ୍ଥିତ ମୋହିତ ଟ୍ରେଡ଼ର୍ସର ଗୋଦାମରେ ୩୧୯ କ୍ବିଣ୍ଟାଲ ଚାଉଳ ଥିବାର ଜାଣିବା ପରେ ତାକୁ ସିଲ୍ କରା ଯାଇଥିଲା । ତାହା ପିଡ଼ିଏସ ଚାଉଳ କି ନୁହେଁ ସେନେଇ ତଦନ୍ତ ଜାରି ରହିଛି । ଚାଉଳର କଳାବଜାରୀ ହେଉଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯୋଗାଣ ଅଧିକାରୀ କହିଛନ୍ତି । ତେବେ ଜିଲ୍ଲାରେ ଏଭଳି ଅଭିଯୋଗ ବାରମ୍ବାର ହେଉଛି । ବେଆଇନ ଭାବେ ଗଚ୍ଛିତ ଚାଉଳ ମିଳିବା ପରେ ସବୁଥର ତାହା ପିଡ଼ିଏସ ନୁହେଁ ବୋଲି କୁହାଯାଇଥାଏ ଏବଂ ଫଳରେ କେବେ ବି PDS ଚାଉଳର କଳାବଜାରୀ ଘଟଣା ପଦାକୁ ଆସୁନଥିବା ଅଭିଯୋଗ ହୋଇଛି । ତେଣୁ ଏ ଦିଗରେ ସଠିକ୍ ତଦନ୍ତ ପାଇଁ ଦାବି ହୋଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.