ETV Bharat / state

ଦ୍ବିତୀୟ ଦିନ ବଲାଙ୍ଗୀର ବନ୍ଦରେ ଅଚଳ ସମସ୍ତ ସରକାରୀ କଳ - balangir news

3ଟି ଦାବି ନେଇ ବୁଧବାର ଓ ଗୁରୁବାର ବଲାଙ୍ଗୀର ବନ୍ଦ ଡାକରା ଦିଆଯାଇଥିଲା । ଗୁରୁବାର ଦ୍ବିତୀୟ ଦିନ ବନ୍ଦ ଡାକରାରେ ସମସ୍ତ ସରକାରୀ କଳ ବନ୍ଦ ରହିବା ସହ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଇଛି ।

od_blg_2nd day Balangir band
ଦ୍ବିତୀୟ ଦିନ ବଲାଙ୍ଗୀର ବନ୍ଦରେ ଅଚଳ ସମସ୍ତ ସରକାରୀ କଳ
author img

By

Published : Feb 20, 2020, 4:45 PM IST

ବଲାଙ୍ଗୀର: ବଲାଙ୍ଗୀରରେ ପୁନଃ ହାଇକୋର୍ଟ ବେଞ୍ଚ ସ୍ଥାପନ, ଲୋୟର ସୁକତେଲ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ଏବଂ ବାଇପାସ ଦାବି ନେଇ ବୁଧବାର ଓ ଗୁରୁବାର 2 ଦିନିଆ ବଲାଙ୍ଗୀର ବନ୍ଦ ଡାକରା ଦିଆଯାଇଥିଲା । ଏହି କ୍ରମରେ ଗୁରୁବାର ଦ୍ଵିତୀୟ ଦିନର ବନ୍ଦ ଡାକରାରେ ଅଚଳ ରହିଛି ସହରର ସମସ୍ତ ସରକାରୀ କଳ ।

ଦ୍ବିତୀୟ ଦିନ ବଲାଙ୍ଗୀର ବନ୍ଦରେ ଅଚଳ ସମସ୍ତ ସରକାରୀ କଳ

ଆନ୍ଦୋଳନର ନେତୃତ୍ବ ନେଇଥିବା କ୍ରିୟା ଅନୁଷ୍ଠାନ କମିଟି ଓ ତାକୁ ସମର୍ଥନ କରୁଥିବା ଶତାଧିକ ସଙ୍ଗଠନ ସହରରେ ପିକେଟିଂ କରି ସବୁ ସରକାରୀ କାର୍ଯ୍ୟାଳୟକୁ ବନ୍ଦ କରିଛନ୍ତି । ବ୍ୟାଙ୍କ, ବୀମା କାର୍ଯ୍ୟାଳୟ, କୋର୍ଟ, କଚେରୀ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ଗୁରୁବାର ବନ୍ଦ ରହିଛି । ତେବେ ଏହି 2 ଦିନିଆ ବନ୍ଦ ସଫଳ ହୋଇଥିବା ବେଳେ ସହରରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଇଛି ।

ସେହିପରି ଆଗକୁ ମଧ୍ୟ ଏହି ଆନ୍ଦୋଳନ ଜାରି ରହିବା ସହ ସବୁ ମାସର ତୃତୀୟ ବୁଧବାର ଓ ଗୁରୁବାର 2 ଦିନ ସରକାରୀ କାର୍ଯ୍ୟାଳୟ ବନ୍ଦ କରାଯିବ ବୋଲି ଆନ୍ଦୋଳନକାରୀ କହିଛନ୍ତି । ସରକାର ସେମାନଙ୍କ ଦାବିକୁ ଅଣଦେଖା କଲେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି କହିଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.