ETV Bharat / state

ଅନ୍ଧାରରେ ସୁକତେଲ ପ୍ରକଳ୍ପ: ବିସ୍ଥାପିତ-ସରକାର ଲଢେଇରେ ବିତିଲାଣି 23 ବର୍ଷ

author img

By

Published : Nov 19, 2019, 5:37 PM IST

ବଲାଙ୍ଗୀର ଜିଲ୍ଲାର ଜୀବନ ରେଖା ଲୋୟର ସୁକତେଲ ପ୍ରକଳ୍ପ ଏବେ ଠେଲି ହୋଇ ଯାଇଛି ଅନ୍ଧକାର ମଧ୍ୟକୁ । ନା ବିସ୍ଥାପିତ ଥଇଥାନ ହୋଇଛନ୍ତି ନା ଆଗେଇ ପାରୁଛି କାମ । ଏବେ ମଧ୍ୟ ଜାରି ରହିଛି ବିସ୍ଥାପିତଙ୍କ ଆନ୍ଦୋଳନ । ଅଧିକ ପଢ଼ନ୍ତୁ...

ନିର୍ମାଣ ଅପେକ୍ଷାରେ ସୁକତେଲ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ପ୍ରକଳ୍ପ । ଏକଦା ଏହା ବଲାଙ୍ଗୀର ସହ ସୁବର୍ଣ୍ଣପୁର ଜିଲ୍ଲାର ଚାଷୀଙ୍କ ପାଇଁ ବରଦାନ ସାଜିବ ବୋଲି ଆଶା କରାଯାଉଥିଲା । ପ୍ରକଳ୍ପ ପାଇଁ 29 ଖଣ୍ଡ ଗାଁ ର ଅନେକ ପରିବାର ବ୍ୟକ୍ତିଗତ ସ୍ବାର୍ଥକୁ ଜଳାଞ୍ଜଳି ଦେଇ ସାମୁହିକ ସ୍ବାର୍ଥ ପାଇଁ ନିଜ ଭିଟା ମାଟି ଛାଡି ବିସ୍ଥାପିତ ମଧ୍ୟ ହେଇ ଥିଲେ । କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କୁ କ୍ଷତିପୂରଣ ଦିଆଯାଇ ନାହିଁ ଅନ୍ୟପଟେ ଅନେକ ପରିବାର ନିଜ ଭିଟା ମାଟି ନ ଛାଡିବା ପାଇଁ ଆନ୍ଦୋଳନ କରି ଚାଲିଛନ୍ତି , ତେବେ ସରକାରଙ୍କ ଉଦାସୀନତା ଓ ବିସ୍ଥାପିତଙ୍କ ଏଇ ଆନ୍ଦୋଳନ ଯୋଗୁଁ ଅନ୍ଧକାର ଭିତରକୁ ଠେଲି ହୋଇ ଯାଇଛି ପ୍ରକଳ୍ପର ଭାଗ୍ୟ ।

ନିର୍ମାଣ ଅପେକ୍ଷାରେ ସୁକତେଲ

1996 ମସିହାରେ ବଲାଙ୍ଗୀର ଜିଲ୍ଲା ମାଗୁର ବେଡା ସୁକତେଲ ନଦୀ ଉପରେ ଏହି ପ୍ରକଳ୍ପ କରିବା ପାଇଁ ପ୍ରସ୍ତାବ ଦିଆ ଯାଇଥିଲା। 214 କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା ଏହି ପ୍ରକଳ୍ପ ପାଇଁ । ପ୍ରକଳ୍ପଟି ବଲାଙ୍ଗୀର ତଥା ସୁବର୍ଣ୍ଣପୁର ଜିଲ୍ଲାର ଚାଷ ଜମିକୁ ଜଳ ସେଚିତ କରିବ ବୋଲି ଲକ୍ଷ୍ୟ ରଖାଯାଇଥିଲା। ତେବେ ପ୍ରକଳ୍ପ ବିରୋଧୀଙ୍କ ଯୋଗୁଁ ସେ ସମୟରେ ଏହାର କାମ ଆରମ୍ଭ ହୋଇ ପାରିନଥିଲା । 2000 ମସିହାରେ ଓଡିଶାର ମୁଖ୍ୟମନ୍ତ୍ରୀ ପୁଣି ଥରେ ଏହାର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ। କିନ୍ତୁ ଏଥର ମଧ୍ୟ ପ୍ରବଳ ବରୋଧ ଯୋଗୁଁ କାମ ଆରମ୍ଭ ହୋଇ ପାରିଲା ନାହିଁ । ତେବେ ସରକାର ବିସ୍ଥାପିତଙ୍କୁ ଉଚିତ କ୍ଷତି ପୂରଣ ଦେବାର ପ୍ରତିଶୃତି ପରେ 2012 ମସିହା ଏପ୍ରିଲ ମାସରେ ଏହାର କାମ ଆରମ୍ଭ ହୋଇଥିଲା। ହେଲେ ବିସ୍ଥାପିତଙ୍କୁ ଉଚିତ କ୍ଷତି ପୂରଣ ନ ଦେଇ କାମ କରିବା ମହଙ୍ଗା ପଡିଥିଲା ଏବଂ ଗତ ଜୁଲାଇ 2018ରୁ ଆଜିକୁ 17 ମାସ ହେବ ପୁଣି ଏହାର କାମ ସମ୍ପୂର୍ଣ୍ଣ ବନ୍ଦ ରହିଛି।

ଏହି ପ୍ରକଳ୍ପ ଦ୍ବାରା ମୋଟ 29 ଖଣ୍ଡ ଗାଁ ଲୋକ ବିସ୍ଥାପିତ ହେବେ। ଯେଉଁଥିରେ 15ଟି ଗ୍ରାମ ସମ୍ପୂର୍ଣ୍ଣ ଭାବରେ ପାଣିରେ ବୁଡୁଥିବା ବେଳେ 14ଟି ଗ୍ରାମର ଅଳ୍ପ କିଛି ଅଞ୍ଚଳକୁ ପାଣି ମାଡିବ। ତେବେ ଏହାଦ୍ବାରା ବିସ୍ଥାପିତ ହେବାକୁ ଥିବା 15 ହଜାରରୁ ଉର୍ଦ୍ଧ୍ବ ଲୋକ ଏବେବି ଦାବି ଅନୁସାରେ କ୍ଷତି ପୂରଣ ପାଇଁ ନାହାନ୍ତି। ଏଠିକାର ବିସ୍ଥାପିତ ଲୋକେ ବର୍ତ୍ତମାନ 2013 ବିସ୍ଥାପନ ଆଇନ ଅନୁସାରେ କ୍ଷତି ପୂରଣ ଦାବି କରି ଆନ୍ଦୋଳନ କରିବା ସହ ପ୍ରକଳ୍ପ କାମକୁ ସମ୍ପୂର୍ଣ୍ଣ ବନ୍ଦ ରଖିଛନ୍ତି। ତେବେ ସରକାର ତାଙ୍କୁ ସଠିକ ଭାବେ ଥଇଥାନ ନକଲେ ଆଗକୁ ମଧ୍ୟ ଏହି ଆନ୍ଦୋଳନ ଜାରି ରହିବ ବୋଲି ବିସ୍ଥାପିତ ଲୋକ କହିଛନ୍ତି ।

ଏହି ମେଗା ଜଳ ପ୍ରକଳ୍ପ ବଲାଙ୍ଗୀର ଓ ସୁବର୍ଣ୍ଣ ପୁର ଜିଲ୍ଲା ପାଇଁ ବରଦାନ ହୋଇପାରେ । ହେଲେ ଲୋକଙ୍କ ଆନ୍ଦୋଳନ ପାଇଁ ଏହି କାମ ଆଗକୁ ବଢି ପାରୁ ନାହିଁ। ତେବେ ସରକାରୀ ତଥ୍ୟ ଅନୁସାରେ ମୋଟ 3ହଜାର 3ଶହ 59 ଏକର ସରକାରୀ ଜମି ମଧ୍ୟରୁ ଏଯାଏଁ 1ହଜାର 880 ଏକର ଜମି ଅଧିଗ୍ରହଣ ହୋଇଛି । ସେହିପରି ଘରୋଇ ଜମି ମୋଟ 13 ହଜାର 97 ଏକର ମଧ୍ୟରୁ ମାତ୍ର 7ହଜାର 35 ଏକର ଜମି ଏପର୍ଯ୍ୟନ୍ତ ଅଧିଗ୍ରହଣ ହୋଇଛି।

ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ବଲାଙ୍ଗୀର ଜିଲ୍ଲାର 29ହଜାର 841 ହେକ୍ଟର ଓ ସୁବର୍ଣ୍ଣପୁର ଜିଲ୍ଲାର 177 ହେକ୍ଟର ଜମି ଜଳ ସେଚିତ ହେବ । ହେଲେ ନିର୍ମାଣ କାମ ଆରମ୍ଭ ହୋଇ ଆଜିକୁ 23 ବର୍ଷ ବିତିଥିବା ବେଳେ ଡ୍ୟାମର ସ୍ପିଲ ୱେ କାମ 70 ପ୍ରତିଶତ ଓ ଅନ୍ୟାନ୍ୟ ବନ୍ଧ କାମ ମାତ୍ର 49 ପ୍ରତିଶତ ସମ୍ପୂର୍ଣ୍ଣ ହୋଇ ପାରିଛି। ସେହିପରି କେନାଲ କାମ ଏଯାଏଁ ଆରମ୍ଭ ହୋଇ ପାରିନାହିଁ । ଅନ୍ୟପଟେ ଏହି ପ୍ରକଳ୍ପର ନିର୍ମାଣ କାମ ଯେତେ ବିଳମ୍ବ ହେଉଛି ଏହାର ନିର୍ମାଣ ଖର୍ଚ୍ଚ ମଧ୍ୟ ବଢି଼ ବଢି଼ ଚାଲିଛି। ଯେଉଁ ପ୍ରକଳ୍ପ କାମ 214 କୋଟିରୁ ଆରମ୍ଭ ହୋଇଥିଲା ବିଗତ ଦିନରେ ତା ପାଇଁ 1048 କୋଟି ସଂଶୋଧିତ ବ୍ୟୟ ବରାଦ ହୋଇଥିଲା। ତେବେ ବର୍ତ୍ତମାନ ଏହା ତିନି ହଜାର କୋଟିରୁ ଉର୍ଦ୍ଧ୍ବକୁ ଛୁଇଁଲାଣି। ସେପଟେ ପ୍ରକଳ୍ପ ଶୀଘ୍ର ସମ୍ପୂର୍ଣ୍ଣ କରିବା ଦାବିରେ ବଲାଙ୍ଗୀର କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନ କରି ଆସୁଛି । ତେବେ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ନସରିଲେ ଏହାକୁ ନେଇ ତୀବ୍ର ଆନ୍ଦୋଳନ କରିବ ବୋଲି କହିଛି କମିଟି ।

ସମୟ ଗାଡି଼ ଗଡି ଚାଲିଛି, ନା ପ୍ରକଳ୍ପ ସମ୍ପୂର୍ଣ୍ଣ ହେଉଛି ନା ବିସ୍ଥାପିତଙ୍କ ଦାବି ପୂରା ହେଉଛି । ତେବେ କେବେ ସରକାର ବିସ୍ଥାପିତଙ୍କୁ ଥଇଥାନ କରୁଛନ୍ତି ଓ କେବେ ସମ୍ପୂର୍ଣ୍ଣ ହେଉଛି ଲୋୟର ସୁକତେଲ ପ୍ରକଳ୍ପ ତାହା ଦେଖିବାକୁ ବାକି ରହିଲା ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଂଗୀର ର ଜୀବନ ରେଖା କୁହା ଯାଉଥିବା ଲୋୟର ଶୁକତେଲ ବୃହତ ଜଳ ପ୍ରକଳ୍ପ ଆଜି ସପ୍ନ ହୋଇ ରହିଯାଇଛି। ସରକାରଙ୍କ ଉଦାସୀନତା ଓ ବିସ୍ଥାପିତଙ୍କ ଆନ୍ଦୋଳନ ଯୋଗୁଁ କାମ ବନ୍ଦ ହୋଇ ପଡି ରହିଛି। ଗୋଟିଏ ପଟେ ଏହି ପ୍ରକଳ୍ପର ବ୍ୟବରାଦ ଦିନକୁ ଦିନ ବଢି ବଢି ଚାଲିଥିବ ବେଳେ ଏହାର ନିର୍ମାଣ ସମ୍ପୂର୍ଣ୍ଣ ହେବାର ନିକଟରେ କୌଣସି ସମ୍ଭାବନା ଦେଖା ଯାଉ ନାହିଁ । ଗୋଟିଏ ପଟେ ସମସ୍ତେ ପ୍ରକଳ୍ପ ହେଉ ବୋଲି ଆନ୍ଦୋଳନ କରୁଥିବା ବେଳେ ବିସ୍ଥାପିତ ଗ୍ରାମ ବାସୀ ଉଚିତ କ୍ଷ୍ୟତି ପୁରାଣ ଦାବିରେ କାମ ବନ୍ଦ ରଖିଛନ୍ତି । ଏଭଳି ସ୍ଥଳରେ ସରକାର ବିସ୍ଥାପିତଙ୍କ ଦାବି ମାନି ପାରୁ ନ ଥିବା ବେଳେ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି ପ୍ରକଳ୍ପର ଭାଗ୍ୟ।

Body:ବଲାଂଗୀର ର ଜୀବନ ରେଖା କୁହା ଯାଉଥିବା ଲୋୟର ଶୁକତେଲ ବୃହତ ଜଳ ପ୍ରକଳ୍ପ ଆଜି ସପ୍ନ ହୋଇ ରହିଯାଇଛି। ସରକାରଙ୍କ ଉଦାସୀନତା ଓ ବିସ୍ଥାପିତଙ୍କ ଆନ୍ଦୋଳନ ଯୋଗୁଁ କାମ ବନ୍ଦ ହୋଇ ପଡି ରହିଛି। ବଲାଂଗୀର ମାଗୁର ବେଡା ଠାରେ ଏହି ପ୍ରକଳ୍ପ ସୁକ୍ତେଲ ନଦୀ ଉପରେ ଗତ 1996 ମସିହାରେ କରିବାର ପ୍ରସ୍ତାବ ନିଆ ଯାଇଥିଲା। ଏବଂ ଏହାର ବ୍ୟୟ ବରାଦ 217 କୋଟି ଟଙ୍କା ସ୍ଥିର ହୋଇଥିଲା। ଏବଂ ଏହି ପ୍ରକଳ୍ପ ବଲାଂଗୀର ତଥା ସୁବର୍ଣ୍ଣ ପୁର ଜିଲ୍ଲାର ଚାଷ ଜମିକୁ ଜଳ ସେଚିତ କରିବ ବୋଲି ଲକ୍ଷ୍ୟ ଥିଲା। ତେବେ ଏହି ପ୍ରକଳ୍ପର ବିରୋଧୀ ଙ୍କ ଯୋଗୁଁ ଏହାର କାମ ଆରମ୍ଭ ହୋଇ ପାରିନଥିବା ବେଳେ 2000 ମସିହାରେ ଓଡିଶା ମୁଖ୍ୟ ମନ୍ତ୍ରୀ ପୁଣି ଥରେ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ପ୍ରବଳ ବରୋଧ ଯୋଗୁଁ କାମ ଆରମ୍ଭ ହୋଇ ପାରିଲା ନାହିଁ । ଅନ୍ୟପଟେ ସରକାର ବିସ୍ଥାପିତଙ୍କୁ ଉଚିତ କ୍ଷ୍ୟତି ପୁରଣ ଦେବାର ପ୍ରତିଶୃତି ପରେ ପୁଣି 2012 ରେ ଏପ୍ରିଲ ମାସରେ ଏହାର କାମ ଆରମ୍ଭ ହୋଇଥିଲା। ହେଲେ ବିସ୍ଥାପିତଙ୍କ ବିନା ଉଚିତ କ୍ଷ୍ୟତି ପୁରଣ ଦେଇ କାମ କରିବା ମହଙ୍ଗା ପଡିଥିଲା ଏବଂ ଗତ ଜୁଲାଇ 2018ରୁ ଆଜିକୁ 18 ମାସ ହେବ ପୁଣି ଏହାର କାମ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏହି ପ୍ରକଳ୍ପ ଦ୍ବାରା ମୋଟ 29 ଖଣ୍ଡ ଗାଁ ଲୋକ ବିସ୍ଥାପିତ ହେବେ । ଯେଉଁଥିରେ 15 ଟି ଗ୍ରାମ ସମ୍ପୂର୍ଣ୍ଣ ଭାବରେ ପାଣିରେ ବୁଡୁଥିବା ବେଳେ 14 ଟି ଗ୍ରାମ ଅଳ୍ପ କିଛି ଅଂଚଳ କୁ ପାଣି ମାଡିବ। ତେବେ ଏହାଦ୍ୱାରା ବିସ୍ଥାପିତ ହେବାକୁ ଥିବା 15 ହଜାର ରୁ ଉର୍ଧ୍ୱ ଲୋକ ଏବେବି ଦାବି ଅନୁସାରେ କ୍ଷ୍ୟତି ପୁରଣ ପାଇଁ ନାହାନ୍ତି। ଏଠିକାର ବିସ୍ଥାପିତ ଲୋକେ ବର୍ତ୍ତମାନ 2013 ବିସ୍ଥାପନ ଆଇନ ଅନୁସାରେ କ୍ଷ୍ୟତି ପୁରଣ ଦାବି କରି ଆନ୍ଦୋଳନ କରୁଛନ୍ତି। ଏବଂ ପ୍ରକଳ୍ପ କାମକୁ ସମ୍ପୂର୍ଣ୍ଣ ବନ୍ଦ ରଖିଛନ୍ତି। ସେହିପରି ସରକାର ନେତା ତାଙ୍କ କଥା ଶୁଣୁ ନଥିବା ବେଳେ ଆଗକୁ ମଧ୍ୟ ଦାବି ପୂରଣ ନହେଲେ ଏହି ଆନ୍ଦୋଳନ ଜାରି ରହିବ ବୋଲି ବିସ୍ଥାପିତ ଲୋକ କହିଛନ୍ତି ।।
ବାଇଟ ବିସ୍ଥାପିତ
ବାଇଟ ବିସ୍ଥାପିତ
ଏହି ମେଗା ଜଳ ପ୍ରକଳ୍ପ ବଲାଂଗୀର ଓ ସୁବର୍ଣ୍ଣ ପୁର ଜିଲ୍ଲା ପାଇଁ ବରଦାନ ହୋଇପାରେ । ହେଲେ ଲୋକଙ୍କ ଆନ୍ଦୋଳନ ପାଇଁ ଏହି କାମ ଆଗକୁ ବଢି ପାରୁ ନାହିଁ। ତେବେ ସରକାରୀ ତଥ୍ୟ ଅଂନୁସାରେ ମୋଟ 3ହଜାର 3ଶହଁ 59 ଏକର ସରକାରୀ ଜମି ମଧ୍ୟରୁ ଏଯାଏଁ 1ହଜାର 880 ଏକର ଜମି ଅଧିଗ୍ରହଣ ହୋଇଛି । ଏହିପରି ଘରୋଇ ଜମି ମୋଟ 13ହଜାର 97 ଏକର ମଧ୍ୟରୁ ମାତ୍ର 7ହଜାର 35 ଏକର ଜମି ଏପର୍ଯ୍ୟନ୍ତ ଅଧିଗ୍ରହଣ ହୋଇଛି। ସେହିପରି ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ବଲାଂଗୀର ଜିଲ୍ଲାର 29ହଜାର 841 ହ୍ୱକ୍ଟର ଓ ସୁବର୍ଣ୍ଣ ପୁର ଜିଲ୍ଲାର 177 ହେକ୍ଟର ଜମି ଜଳଶେଚିତ ହେବ । ହେଲେ ନିର୍ମାଣ କାମ ଆରମ୍ଭ ହୋଇ ଆଜିକୁ 23 ବର୍ଷ ବିତି ଥିବା ବେଳେ ଡେମ ର ସ୍ପିଲ ୱଏ କାମ 70 ପ୍ରତିଶତ ଓ ମାଟି ଆଦି ବନ୍ଧ କାମ ମାତ୍ର 49 ପ୍ରତିଶତ ସାରି ପାରିଛି। ସେହିପରି କେନାଲ କାମ ଏଯାଏଁ ଆରମ୍ଭ ହୋଇ ପାରି ନାହିଁ । ଅନ୍ୟପଟେ ଏହି ପ୍ରକଳ୍ପର ନିର୍ମାଣ କାମ ଯେତେ ବିଳମ୍ବ ହେଉଛି ଏହାର ନିର୍ମାଣ ଖର୍ଛ ମଧ୍ୟ ବଢି ବଢି ଚାଲିଛି। ଯେଉଁଥିରେ ପ୍ରକଳ୍ପ କାମ 217 କୋଟିରୁ ଆରମ୍ଭ ହୋଇ ବିଗତ ଦିନରେ 1048 କୋଟି ସଂଶୋଧିତ ବ୍ୟୟ ବରାଦ ହୋଇଥିଲା। ଏବଂ ଏବେ ଏହା ତିନି ହଜାର କୋଟିରୁ ଉର୍ଧ୍ୱକୁ ଛୁଇଁ ଲାଣି। ସେପଟେ ପ୍ରକଳ୍ପ ଶୀଘ୍ର ସମ୍ପୂର୍ଣ୍ଣ କରିବା ଦାବିରେ ବଲାଂଗୀର କ୍ରିୟା ଅନୁଷ୍ଠାନ କମିଟି ଆନ୍ଦୋଳନ କରି ଆସୁଥିବା ବେଳେ ଆଗକୁ ଏହାକୁ ନେଇ ତୀବ୍ର ଆନ୍ଦୋଳନ କରିବ ବୋଲି କହିଛି ।
ବାଇଟ ପ୍ରଭାତ ରଞ୍ଜନ ରାଉତ ସିସି ଲୟର ସୁକ୍ତେଲ ପ୍ରକଳ୍ପ
ବାଇଟ ଗୋପଲଜି ପାଣିଗ୍ରାହୀ ସଭାପତି ବଲାଂଗୀର ଏକ୍ସନ କମିଟି।

Conclusion:ସମୟ ଗଡି ଗାଡି ଯାଉଛି ଏବଂ ବଲାଂଗୀର ର ଜୀବନ ରେଖା ଲୋୟର ସୁକ୍ତେଲ ପ୍ରକଳ୍ପର ଭାଗ୍ୟ ମଧ୍ୟ ସେହିପରି ପଛକୁ ପଛ ଠେଲି ହୋଇ ଯାଉଛି। ତେବେ ଏଠି କେବେଳ ସରକାର ବିସ୍ଥାପିତଙ୍କ ଦାବି ପୂରଣ କଲେ ଏହି ପ୍ରକଳ୍ପ ୨ ହେବ ବୋଲି ଚର୍ଚା ହେଉଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.