ବଲାଙ୍ଗୀର: ଜିଲ୍ଲାରେ କୋରୋନା ବଢି ଚାଲି ଥିବା ବେଳେ ଗୁରୁବାର ପୁଣି 21 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ ଜଣେ ସିଆରପିଏଫ ଯବାନ ଓ 2 ଜଣ ମହିଳା କୋରୋନା ଯୋଦ୍ଧା ମଧ୍ୟ କୋରୋନା ଆକ୍ରାନ୍ତ ବୋଲି ଜଣାପଡିଛି ।
ବଲାଙ୍ଗୀର ସହର ମଧ୍ୟରୁ ବିଭୁତିପଡାରୁ ଜଣେ, ସୁଦପଡାରୁ 2 ଜଣ, ଜେଲ କଲୋନୀରୁ ଜଣେ, ବେହେରାପାଳିରୁ ଜଣେ, ତାଲପାଲିରୁ ଜଣେ, ତିକ୍ରାପଡାରୁ 2 ଜଣ ଓ ଡୁଙ୍ଗୁରପଡାରୁ 8 ଜଣେ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାଛଡା ଆଜି କଣ୍ଟାବାଞ୍ଜି ସହରରୁ ମଧ୍ୟ 2 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଚୁଡାପଲି ଚାଣ୍ଟିପାଳିରୁ ଜଣେ, ତେତେଲଖୁଣ୍ଟିରୁ ଜଣେ, ପୁଇଣ୍ଟଲାରୁ 2 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ତେବେ ଗୁରୁବାର ଚିହ୍ନଟ ହୋଇଥିବା ସବୁ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି । ତେବେ ଏସବୁକୁ ମିଶାଇ ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 551 ରେ ପହଞ୍ଚି ଥିବା ବେଳେ ଏମଧ୍ୟରୁ 362 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ବର୍ତ୍ତମାନ 189 ଜଣ ଚିକିତ୍ସାଧୀନ ଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ