ETV Bharat / state

ବାଘ ଛାଲ ବିକ୍ରି ଡିଲ୍‌ ବେଳେ ମାଡି ବସିଲା ବନବିଭାଗ, 2 ଗିରଫ

author img

By ETV Bharat Odisha Team

Published : Jan 11, 2024, 6:35 PM IST

2 wildlife smugglers arrested: ବଲାଙ୍ଗୀରରେ ବାଘ ଛାଲ ବିକ୍ରି ରାକେଟର ପର୍ଦ୍ଦାଫାସ । ଚିତାବାଘ ଚମଡ଼ା ସହିତ ୨ ଅଭିଯୁକ୍ତଙ୍କୁ ଗିରଫ କଲା ବନ ବିଭାଗ । ଅଧିକ ପଢନ୍ତୁ

ବାଘ ଛାଲ ବିକ୍ରି କରୁଥିବା ବେଳେ ବନ ବିଭାଗ କବଜାରେ ୨ ଅଭିଯୁକ୍ତ

ବଲାଙ୍ଗୀର: ବିପଦରେ ବାଘ ବଂଶ ! ଅବାଧ ଚାଲିଛି ବାଘ ଶିକାର । କଲରାପତରିଆ ଚିତାବାଘ ଚମଡ଼ା ବିକ୍ରି ପାଇଁ ଡିଲ୍‌ ବେଳେ ମାଡି ବସିଲା ବନ ବିଭାଗ । ବାଘ ଚମଡା ବିକ୍ରି ଡିଲ୍‌ ଚାଲିଥିବା ବେଳେ 2 ଜଣଙ୍କୁ ଗିରଫ କରିଛି ବନ ବିଭାଗ । ବଲାଙ୍ଗୀର ତୁଷୁରା ଥାନାରେ ଏହି ଡିଲ ଚାଲିଥିଲା ।

ଏହା ମଧ୍ୟ ପଢନ୍ତୁ ... ଆଜିଠୁ ଶିମିଳିପାଳ ଜଗିବ ୧୪ ସ୍ବତନ୍ତ୍ର ଗାଡ଼ି, ରହିଛି ଜିପିଏସ ଲୋକେସନ ଟ୍ରାକର

ଯେଉଁଥିରେ ବୌଦ୍ଧ ଜିଲ୍ଲା ଘଣ୍ଟପଡା ଥାନା ଅନ୍ତର୍ଗତ ଫଟା ମୁଣ୍ଡା ଗ୍ରାମର ଦିବ୍ୟ ଶଙ୍କର ବଗର୍ତ୍ତି ଓ ବଲାଙ୍ଗୀର ତୁଷୁରା ଥାନା କୋଟଗାଁ ମୁକେଶ ମନହିରା ଏକ କଲରାପତରିଆ ଚିତାବାଘ ଚମଡ଼ା ବିକ୍ରି କରିବା ପାଇଁ ଯୋଜନା କରୁଥିଲେ ଏବଂ ବଲାଙ୍ଗୀର ବନଖଣ୍ଡର ଡିଏଫଓ ନୀତିଶ କୁମାରଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ସେଠି ଚଢାଉ କରି ଦୁଇ ଜଣଙ୍କୁ ଗିରଫ କରିଛି । ସେହିପରି ସେମାନଙ୍କ ଠାରୁ ଏକ ଚିତା ବାଘ ଚମଡ଼ା ଜବତ ହୋଇଛି । ସେମାନଙ୍କ ନାଁରେ ଦଫା 9, 39ଏ ଓ ବି, ଡି ଡି 49ବି ଓ 52 ଜଙ୍ଗଲ ଆଇନରେ ମାମଲା ରୁଜୁ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ ... ଓଡ଼ିଶା ଜଙ୍ଗଲରେ ବୁଲୁଛନ୍ତି କଳା ବାଘ ପରିବାର, କ୍ୟାମେରାରେ କଏଦ ବିରଳ ଦୃଶ୍ୟ

ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ଉଭୟ ବଲାଙ୍ଗୀର ବନ ବିଭାଗ ଅଧିକାରୀ ଓ କଣ୍ଟାମାଳ ରେଞ୍ଜ ଅଧିକାରୀ ମାନଙ୍କ ମିଳିତ ରେଡରେ କଲରାପତରିଆ ଚିତାବାଘର ଚମଡା ଜବତ କରାଯାଇଥିଲା । ସେହିପରି ଏମାନଙ୍କୁ ସ୍ଥାନୀୟ ବଲାଙ୍ଗୀର ଏସଡିଜେଏମ କୋର୍ଟକୁ ଚାଲାଣ କରାଯାଇଛି । ତେବେ ଏମାନେ ଏହି କଲରାପତରିଆ ଚିତାବାଘ କେଉଁଠି ଶିକାର କରିଥିଲେ ତାହା ସ୍ପଷ୍ଟ ହୋଇନାହିଁ । ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲାରେ ମହାବଳ ବାଘ ଅବୈଧ ଶିକାର ଯୋଗୁଁ ଦୁଇ ଦଶନ୍ଧି ହେବ ଲୋପ ପାଇ ସାରିଛନ୍ତି । ସେହିପରି ଏବେ ହାତ ଗଣତି କଲରାପତରିଆ ଚିତାବାଘ ଅଛନ୍ତି ଏବଂ ତାଙ୍କର ସୁରକ୍ଷା ନ କରାଗଲେ ସେମାନେ ମଧ୍ୟ ଇତିହାସ ହୋଇ ଯିବେ ଏଥିରେ ସନ୍ଦେହ ନାହିଁ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.