ETV Bharat / state

ବଲାଙ୍ଗୀରରେ ଆଉ 2 କୋରୋନା ପଜିଟିଭ, ମୋଟ ସଂଖ୍ୟା 4କୁ ବୃଦ୍ଧି

author img

By

Published : May 16, 2020, 11:53 PM IST

Updated : May 17, 2020, 11:34 AM IST

ଜିଲ୍ଲାରେ ଶନିବାର ଆଉ ଦୁଇ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବଲାଙ୍ଗୀରରେ କୋରୋନା ଆକ୍ରାନ୍ତ ସଂଖ୍ୟା 4ରେ ପହଞ୍ଚିଛି । ତେବେ ଶନିବାର ଚିହ୍ନଟ ଆକ୍ରାନ୍ତ ଦୁହେଁ ସୁରତ ଫେରନ୍ତା ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

corona in bolangir, corona update, bolangir latest newsm bolangir collector, ବଲାଙ୍ଗୀରରେ କୋରୋନା, କୋରୋନା ଅପଡେଟ, ବଲାଙ୍ଗୀର ଲାଟେଷ୍ଟ ନ୍ୟୁଜ୍‌, ବଲାଙ୍ଗୀର ଜିଲ୍ଲାପାଳ
ବଲାଙ୍ଗୀରରେ ଆଉ 2 କୋରୋନା ପଜିଟିଭ, ମୋଟ ସଂଖ୍ୟା 4କୁ ବୃଦ୍ଧି

ବଲାଙ୍ଗୀର: ଜିଲ୍ଲାରେ ଶନିବାର ଆଉ ଦୁଇ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବଲାଙ୍ଗୀରରେ କୋରୋନା ଆକ୍ରାନ୍ତ ସଂଖ୍ୟା 4ରେ ପହଞ୍ଚିଛି । ତେବେ ଶନିବାର ଚିହ୍ନଟ ଆକ୍ରାନ୍ତ ଦୁହେଁ ସୁରତ ଫେରନ୍ତା ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସମ୍ପୃକ୍ତ ଯୁବକ ଦୁହେଁ ଗତ 9 ତାରିଖରେ ଗୁଜରାଟ ସୁରତରୁ ବଲାଙ୍ଗୀର ଫେରିଥିଲେ ଏବଂ ଏଠି ସୁଡ଼ପଡାସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ ।

ତେବେ ଗତ 11 ତାରିଖରେ ଏମାନଙ୍କର ସ୍ବାବ ସଂଗ୍ରହ କରାଯାଇ ଥିବା ବେଳେ ଶନିବାର ଏମାନଙ୍କ ରିପୋର୍ଟ ପଜିଟିଭ ଆସିଛି । ସେପଟେ ଏହି ଦୁଇ ଜଣ ଯୁବକଙ୍କୁ ଭୁବନେଶ୍ବର କିମ୍ସ କୋଭିଡ-19 ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ବର୍ତ୍ତମାନ ଏମାନଙ୍କର ପ୍ରତ୍ୟକ୍ଷ କଣ୍ଟ୍ରାକ୍ଟ ଟ୍ରେସିଂ ଜାରି ରହିଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ଆଶ୍ବସ୍ତିର ବିଷୟ ଯେ ଏମାନେ ସଙ୍ଗରୋଧରେ ଥିଲେ ଏବଂ ସାଧାରଣ ଲୋକଙ୍କ ସଂସ୍ପର୍ଶରେ ଆସି ନାହାନ୍ତି ।

ତେଣୁ ସହରର କୌଣସି ସ୍ଥାନ କଣ୍ଟେନମେଣ୍ଟ ଜୋନରେ ପରିଣତ ହେବ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ ଏହି ଦୁଇ ଜଣଙ୍କୁ ମିଶାଇ ବଲାଙ୍ଗୀରରେ କୋରୋନା ପଜିଟିଭ ସଂଖ୍ୟା 4ରେ ପହଞ୍ଚିଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : May 17, 2020, 11:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.