ETV Bharat / state

ଜମି ବିବାଦକୁ ନେଇ ଫୁଟିଲା ଗୁଳି, 2 ଆହତ - ବଲାଙ୍ଗୀର ଗୁଳିକାଣ୍ଡ ଘଟଣା

ଜମି ବିବାଦକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ନେଲା ଉଗ୍ରରୂପ । ଗୁଳିକାଣ୍ଡରେ ଦୁଇଜଣ ଆହତ । ଅଧିକ ପଢ଼ନ୍ତୁ

ଜମିବାଡ଼ି ପାଇଁ ଗୁଳିକାଣ୍ଡ
ଜମିବାଡ଼ି ପାଇଁ ଗୁଳିକାଣ୍ଡ
author img

By

Published : Jan 16, 2023, 11:05 AM IST

ଜମିବାଡ଼ି ପାଇଁ ଗୁଳିକାଣ୍ଡ

ବଲାଙ୍ଗୀର: ଜମି ବିବାଦକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗୁଳିକାଣ୍ଡ । ଗୁଳିକାଣ୍ଡରେ ଦୁଇ ଜଣ ଆହତ ହୋଇଛନ୍ତି । ଏପରି ଅଭାବନୀୟ ଘଟଣା ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସଦେଇ ପାଲି ଗ୍ରାମରେ ଘଟିଛି । ସଦେଇ ପାଲି ଗ୍ରାମର ପଟ୍ଟନାୟକ ପରିବାର ଓ ସାଏ ପରିବାର ମଧ୍ୟରେ ଏକ ଜମିକୁ କେନ୍ଦ୍ରକରି ଦୀର୍ଘଧରି ବିବାଦ ଲାଗିରହିଥିଲା । ଗୋଟିଏ ଜମିକୁ ଉଭୟ ପରିବାର ଲୋକେ ନିଜର ବୋଲି ଦାବି କରୁଥିଲେ । ଏହାକୁ ନେଇ ଉଭୟ ପରିବାର ମଧ୍ୟରେ କଳହ ଲାଗି ରହିଥିବା ବେଳେ ଗତକାଲି ଜମିର ସୀମା ଚିହ୍ନଟ ସମୟରେ ଏପରି ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି ।

ଅଧିକ ପଢ଼ନ୍ତୁ: ମହିଳା କ୍ରିକେଟର ରାଜଶ୍ରୀ ମୃତ୍ୟୁ ଘଟଣା: ଉଚ୍ଚ ସ୍ତରୀୟ ତଦନ୍ତ ଦାବି କଲା ବିଜେପି

ତେବେ ସୂଚନା ଅନୁଯାୟୀ ଜମିର ଗତକାଲି ସୀମା ଚିହ୍ନଟ ଚାଲିଥିଲା ସମୟରେ ଉପସ୍ଥିତ ଥିବା ପଟ୍ଟନାୟକ ପରିବାର ଓ ସାଏ ପରିବାର ମଧ୍ୟରେ ବିବାଦ ହୋଇଥିଲା । ତେବେ ବିବାଦ ପରବର୍ତ୍ତୀ ସମୟରେ ଗଣ୍ଡଗୋଳର ରୂପ ନେଇଥିବା ବେଳେ ଗୁଳିକାଣ୍ଡ ଘଟିଥିଲା । ଯେଉଁଥିରେ ପଟ୍ଟନାୟକ ପରିବାରର ସୋନୁ ପଟ୍ଟନାୟକଙ୍କ ଡାହାଣ କାନ୍ଧରେ ଗୁଳି ବାଜିଥିଲା । ସେହିପରି ଏହି ଗଣ୍ଡଗୋଳରେ ଆଉ ଜଣେ ମଧ୍ୟ ଆହତ ହୋଇଥିଲେ । ତେବେ ସମସ୍ତ ଆହତଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା ଚାଲିଛି ।

ଅଧିକ ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ରାଗ ସୁଝାଇଲେ ଅଭିଯୁକ୍ତ, ହତ୍ୟା କରି ପୋତି ଦେଇଥିଲେ

ତେବେ ଆହତ ସୋନୁ ପଟ୍ଟନାୟକ ନିଜ କିଛି ସହଯୋଗୀ ସହ ସେହି ବିବାଦୀୟ ଜମି ସୀମା ଚିହ୍ନଟ ପାଇଁ ଅମିନଙ୍କୁ ନେଇ ସେଠାକୁ ଯାଇଥିଲେ । ଏବଂ ସେଠି ମାପଚୁପ କରୁଥିବା ବେଳେ ସାଏ ପରିବାରର ଲୋକ ଅତର୍କିତ ଭାବରେ ଆସି ତାଙ୍କ ଉପରକୁ ଆକ୍ରମଣ କରିଥିବା ବେଳେ ଟିକୁ ସାଏ ତାଙ୍କ ଉପରକୁ ଗୁଳି କରିଥିବାର ସୋନୁ କହିଛନ୍ତି ।

ଅନ୍ୟପଟେ ବଲାଙ୍ଗୀର ସଦର ପୋଲିସ୍ ଏହି ଘଟଣା ପରେ ଘଟଣାସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁଇ ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ ଦୁଇ ପକ୍ଷର ସାତ ଜଣଙ୍କୁ ପୋଲିସ୍ ଅଟକ ରଖି ତଦନ୍ତ ଜାରି ରଖିଥିବା ବଲାଙ୍ଗୀର ଏସଡିପିଓ ତୁଫାନ ବାଗ କହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.