ETV Bharat / state

ବଲାଙ୍ଗୀରରୁ ପୁଣି 16 ପଜିଟିଭ, 54ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା - 16 more positive case found from bolangir

ବଲାଙ୍ଗୀରରୁ ଆଜି ପୁଣି 16 ପଜେଟିଭ ଚିହ୍ନଟ ହୋଇଛନ୍ତି । ଏବେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 54 ରେ ପହଞ୍ଚିଛି ।

ବାଲାଙ୍ଗୀରରୁ ପୁଣି 16 ପଜେଟିଭ, 54 ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

author img

By

Published : May 27, 2020, 3:00 PM IST

ବଲାଙ୍ଗୀର: ରାଜ୍ୟରେ ପ୍ରତ୍ୟେକ ଦିନ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବଲାଙ୍ଗୀରରୁ ଆଜି ପୁଣି 16 ପଜେଟିଭ ଚିହ୍ନଟ ହୋଇଛନ୍ତି । ଏବେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 54 ରେ ପହଞ୍ଚିଛି ।

ବାଲାଙ୍ଗୀରରୁ ପୁଣି 16 ପଜେଟିଭ, 54 ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ତେବେ 16 ଜଣଙ୍କ ମଧ୍ୟରୁ 5 ଜଣ କୋତକାତା ଫେରନ୍ତା ବୋଲି ଜଣାପଡିଛି । ମାଲପଦାରୁ ଦୁଇ ଜଣ, ଖଡାଲ ପଡାରୁ ଦୁଇ ଜଣ, ରାଜେନ୍ଦ୍ର କଲେଜ ଛକରୁ ଜଣେ ବୋଲି ଜଣାପଡିଛି ।

ଏଥିସହ ବଲାଙ୍ଗୀର ପୁଇନ୍ତଲା ବ୍ଲକ ଛତା ପିପଲ ଗ୍ରାମରୁ ଜଣେ ଆନ୍ଧ୍ର ପ୍ରଦେଶ ଫେରନ୍ତା, ମୁରିବାହାଲ ଲେବ୍ଦେଡା ଗ୍ରାମରୁ ତିନି ଜଣ ମୁମ୍ବାଇ , ଗୁଜରାଟ ଓ ଚେନ୍ନାଇ ଫେରନ୍ତା ବୋଲି ଜଣାପଡିଛି ।

ସେହିପରି ମୁରିବାହାଲ ବ୍ଲକ ତେତେଲଖୁଣ୍ଟି ଗ୍ରାମରୁ ଜଣେ, ଖପ୍ରାଖୋଲ ବ୍ଲକ ତେଲେନ ପାଳି ଗ୍ରାମରୁ ଜଣେ, ଟିଟିଲାଗଡ଼ ବ୍ଲକ ସୁରସୁଡ଼, ସୁରଦା, ବୁରାବନ୍ଦ ସେଲୁଆନ ଗ୍ରାମରୁ ଜଣେ ଲେଖାଏଁ ମୋଟ ଚାରି ଜଣ, ବଙ୍ଗୋମୁଣ୍ଡା ବ୍ଲକ ଜାମ ଖୁଣ୍ଟା ଗ୍ରାମରୁ ଜଣେ ମୁମ୍ବାଇ ଫେରନ୍ତା ବୋଲି ଜଣାପଡିଛି ।

ଏ ସମସ୍ତ ଆକ୍ରାନ୍ତ ବାହାର ରାଜ୍ୟରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ଥିଲେ । ତେବେ ବର୍ତ୍ତମାନ ସମସ୍ତଙ୍କୁ ଭୁବନେଶ୍ବର କିମ୍ସ କୋଭିଡ ଡାକ୍ତରଖାନାକୁ ପଠାଇ ଦିଆଯାଇଛି ବୋଲି ସୂଚନା ଦିଆଯାଇଛି । ଏବେ ଜିଲ୍ଲାରେ ମୋଟ 54 ମଧ୍ୟ୍ୟରୁ 52 ଆକ୍ଟିଭ ଥିବାବେଳେ 2 ସୁସ୍ଥ ଥିବା ଜଣାପଡିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.