ETV Bharat / state

ବଲାଙ୍ଗୀରରେ 14 କୋରୋନା ପଜିଟିଭ ଚିହ୍ନଟ, ଜଣେ ମୃତ - corona positive identified in balangir

ବଲାଙ୍ଗୀରରେ କୋରୋନା ସ୍ଥିତି ଅଣାୟତ୍ତ ହେଉଥିବା ବେଳେ ଆଜି ପୁଣି 14 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ଜଣଙ୍କ କୋରୋନାରେ ମୃତ୍ୟୁ ମଧ୍ୟ ହୋଇଛି । ଅଧିକ ପଢନ୍ତୁ...

ବଲାଙ୍ଗୀରରେ 14 କୋରୋନା ପଜିଟିଭ ଚିହ୍ନଟ, ଜଣେ ମୃତ

author img

By

Published : Aug 25, 2020, 8:50 PM IST

ବଲାଙ୍ଗୀର: ଜିଲ୍ଲାରେ କୋରୋନା ସ୍ଥିତି ଅଣାୟତ୍ତ ହେଉଥିବା ବେଳେ ଆଜି ପୁଣି 14 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ଜଣଙ୍କ କୋରୋନାରେ ମୃତ୍ୟୁ ମଧ୍ୟ ହୋଇଛି । ମୃତ ବ୍ୟକ୍ତି ବଲାଙ୍ଗୀରର 70 ବର୍ଷୀୟ ବୃଦ୍ଧ, ସେ ପୂର୍ବରୁ ଡାଇବେଟିସରେ ପୀଡିତ ଥିଲେ ।

ବଲାଙ୍ଗୀରରେ 14 କୋରୋନା ପଜିଟିଭ ଚିହ୍ନଟ, ଜଣେ ମୃତ

ସେପଟେ ବଲାଙ୍ଗୀର ସହର ଅବସ୍ଥା ବିଗିଡିବାରେ ଲାଗିଥିବା ବେଳେ ଆଜି କେବଳ ସହର ମଧ୍ୟରୁ 12 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁଥିରୁ ବଲାଙ୍ଗୀର ସିଭିଲ କୋର୍ଟ, ରାଜେନ୍ଦ୍ର କଲେଜ, ଗେଟ ସରୋବର ପଡା, ରାଧାରାଣୀ ପଡା, ସତ୍ୟ ନାରାୟଣ ପଡାରୁ ଜଣେ ଲେଖାଏଁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମାନ ଭାବରେ ପେଲେସ ଲାଇନ, ରୁଗୁଡି ପଡା ଓ ଗାନ୍ଧୀନଗର ପଡାରୁ ଦୁଇ ଜଣ ଲେଖାଏଁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ବଲାଙ୍ଗୀର ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1444ରେ ପହଞ୍ଚିଛି । ସେଥିମଧ୍ୟରୁ 892 ଜଣ ସୁସ୍ଥ ହୋଇଥିବା ବେଳେ ଏବେ ବି 548 ଜଣଙ୍କ ଚିକିତ୍ସା ଜାରି ରହିଛି । ସେହିପରି ଏଯାବତ୍ ଜିଲ୍ଲାରେ 4 ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । କରୋନା ରେ ମୃତ୍ୟୁ ହୋଇଥିବାର ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.