ETV Bharat / state

Patnagarh Bandh: ପାଟଣାଗଡରେ ୧୨ ଘଣ୍ଟିଆ ବନ୍ଦ ପାଳନ, ଅଖ-ଚକ ବନ୍ଦ - ବଲାଙ୍ଗୀର ହିନ୍ଦୁ ସମାଜ

ଭଗବାନ ପର୍ଶୁରାମଙ୍କ ମୂର୍ତ୍ତି ହଟାଇବା ପ୍ରତିବାଦରେ ଆଜି ପାଟଣାଗଡରେ ୧୨ ଘଣ୍ଟିଆ ବନ୍ଦ ପାଳନ । ଅଧିକ ପଢନ୍ତୁ

ପାଟଣାଗଡରେ ୧୨ ଘଣ୍ଟିଆ ବନ୍ଦ ପାଳନ
ପାଟଣାଗଡରେ ୧୨ ଘଣ୍ଟିଆ ବନ୍ଦ ପାଳନ
author img

By

Published : Jul 19, 2023, 11:49 AM IST

ବଲାଙ୍ଗୀର: ଆଜି ୧୨ ଘଣ୍ଟିଆ ପାଟଣାଗଡ ବନ୍ଦ । ଭଗବାନ ପର୍ଶୁରାମଙ୍କ ମୂର୍ତ୍ତି ହଟାଇ ହିନ୍ଦୁ ଜାତିର ଅପମାନ କରାଯିବା ଅଭିଯୋଗରେ ହିନ୍ଦୁ ସମାଜ ଓ ଏହାର ସହଯୋଗୀ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ପାଟଣାଗଡ଼ ଏନଏସି ଓ ପାଟଣାଗଡ଼ ବିଧାୟକଙ୍କ ପଦକ୍ଷେପ ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବରେ ଆଜି ପାଟଣାଗଡ ଅଞ୍ଚଳର ସବୁ ଦୋକାନ ବଜାର, ସରକାରୀ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିବା ସହ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ୍ ରହିଛି । ହିନ୍ଦୁ ସମାଜ ଓ ଅନ୍ୟ ସଂଗଠନ ପାଟଣାଗଡର ମୁଖ୍ୟ ରାସ୍ତା ଅବରୋଧ କରି ଧାରଣା ଦେଇଛନ୍ତି ।

ଅଭିଯୋଗ ଅନୁସାରେ, ପାଟଣାଗଡ଼ ବ୍ରହ୍ମପୁରା ଛକରେ ଭଗବାନ ପର୍ଶୁରାମଙ୍କ ମୂର୍ତ୍ତି ସ୍ଥାପିତ ହୋଇଥିଲା । ଏହାକୁ ଲୋକେ ପୂଜାର୍ଚ୍ଚନା କରିବା ସହ ଏହି ଛକକୁ ପର୍ଶୁରାମ ଛକ ବୋଲି କହୁଥିଲେ । ହେଲେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ତତ୍ତ୍ଵାବଧାନରେ ଦୁଇ ଦିନ ତଳେ ଏଠାରେ ଭଗବାନ ପର୍ଶୁରାମଙ୍କ ମୂର୍ତ୍ତି ହଟାଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତି ସ୍ଥାପନ କରିଥିଲା ପାଟଣାଗଡ଼ ଏନଏସି । ଯାହାକୁ ନେଇ ପାଟଣାଗଡ଼ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହାର ପ୍ରତିବାଦରେ ଗତକାଲି ବିଭିନ୍ନ ସଂଗଠନ ଆନ୍ଦୋଳନକୁ ଓହ୍ଲାଇ ପର୍ଶୁରାମଙ୍କ ମୂର୍ତ୍ତି ପୁନଃସ୍ଥାପନ ପାଇଁ ଦାବି କରିଥିଲେ । କେହି ଏହା ପ୍ରତି କର୍ଣ୍ଣପାତ ନକରିବାରୁ ଆଜି ହିନ୍ଦୁ ସମାଜ ସହ ବିଭିନ୍ନ ସଂଗଠନ ୧୨ ଘଣ୍ଟିଆ ପାଟଣାଗଡ଼ ବନ୍ଦ ଡାକରା ଦେଇ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ।

ତେବେ ଏନେଇ ବିଧାୟକ କିମ୍ବା ପାଟଣାଗଡ଼ ଏନଏସି ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ । ବିଧାୟକଙ୍କ ପଦକ୍ଷେପ ବିରୋଧରେ ପୁରା ପାଟଣାଗଡ଼ରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଦୋକାନ ବଜାର, ସ୍କୁଲ କଲେଜ, ସରକାରୀ, ବେସରକାରୀ ପ୍ରତିଷ୍ଠାନ ସହ ଗାଡି ମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ସୁରକ୍ଷା ଦୃଷ୍ଟିରୁ ସହର ମଧ୍ୟରେ ବ୍ୟାପକ ପୋଲିସ ମଧ୍ୟ ମୁତୟନ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: Market Building: ତୃତୀୟ ଦିନରେ ଧାରଣା, ଆନ୍ଦୋଳନକାରୀଙ୍କୁ ଭେଟିଲା ବିଜେପି

ଆନ୍ଦୋଳନକାରୀ କହିଛନ୍ତି ଯେ, ପାଟଣାଗଡ଼ ଯେଉଁ ଛକରେ ଭଗବାନ ପର୍ଶୁରାମଙ୍କ ମୂର୍ତ୍ତି ସ୍ଥାପିତ ହୋଇଥିଲା, ତାକୁ ଲୋକେ ପର୍ଶୁରାମ ଛକ ବୋଲି ଜାଣିଥିଲେ । ହେଲେ ଏବେ ଏହାକୁ ବଦଳାଇବାକୁ ଅପଚେଷ୍ଟା କରାଯାଇଛି । ଲୋକମାନେ ମୂର୍ତ୍ତିକୁ ପୂଜାର୍ଚ୍ଚନା କରୁଥିଲେ । ହଜାର ହଜାର ଲୋକଙ୍କ ଭାବାବେଗ ସହ ଖେଳି ବିଧାୟକ ତଥା ପାଟଣାଗଡ଼ ଏନଏସି ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତି ସ୍ଥାପନ କରିଛନ୍ତି । ତେଣୁ ଏହାକୁ ତୀବ୍ର ବିରୋଧ କରାଯାଇଛି । ଯଥାଶୀଘ୍ର ଏଠାରେ ଭଗବାନ ପର୍ଶୁରାମଙ୍କ ମୂର୍ତ୍ତି ପୁନଃସ୍ଥାପନ ନ ହେଲେ ଆନ୍ଦୋଳନ ତୀବ୍ର କରିବାକୁ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

ପାଟଣାଗଡ଼ ବିଧାୟକ ଅନେକ ସମୟରେ ତାଙ୍କର କାର୍ଯ୍ୟ ପାଇଁ ବିବାଦରେ ରହି ଆସୁଛନ୍ତି । ପୂର୍ବରୁ ସେ ଜଣେ ଇଞ୍ଜିନିୟରଙ୍କୁ କାନ ଧରି ଉଠ ବସ କରିବା ଘଟଣା ଚାରିଆଡେ ଚର୍ଚ୍ଚାରେ ରହିଥିଲା । ସେହିପରି ନିକଟରେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଆଜି ବି ସାମ୍ବାଦିକ ତାଙ୍କ ବିରୋଧରେ ଧାରଣାରେ ଅଛନ୍ତି । ଏଥର ପୁଣି ଏହି ମୂର୍ତ୍ତି ବିବାଦ ତାଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିବ ବୋଲି ସାଧାରଣରେ କୁହାଯାଉଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.