ETV Bharat / state

Titlagarh Bandh: ପୁଣି ତେଜିଲା ଜିଲ୍ଲା ମାନ୍ୟତା ଦାବି, ଆଜି 12 ଘଣ୍ଟିଆ ଟିଟିଲାଗଡ ବନ୍ଦ - ଟିଟିଲାଗଡକୁ କ୍ରିୟାନୁଷ୍ଠାନ କମିଟି

ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବିରେ ଆଜି 12 ଘଣ୍ଟିଆ ବନ୍ଦ ଡାକରା । ଟିଟିଲାଗଡକୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡାକରା । ଅଧିକ ପଢନ୍ତୁ

titlagarh district status demand
titlagarh district status demand
author img

By

Published : Aug 17, 2023, 11:52 AM IST

Updated : Aug 17, 2023, 12:09 PM IST

titlagarh district status demand

ବଲାଙ୍ଗୀର: ଆଜି (ଗୁରୁବାର) 12 ଘଣ୍ଟିଆ ଟିଟିଲାଗଡ ବନ୍ଦ ଡାକରା । ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବି କରି କ୍ରିୟାନୁଷ୍ଠାନ କମିଟି ଆଜି ବନ୍ଦ ଡାକରା ଦେଇଛି । ବନ୍ଦର ପ୍ରଭାବରେ ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନ ସହ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀ ମାନେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି ।

ଦୀର୍ଘ ବର୍ଷ ହେବ ଟିଟିଲାଗଡ ସବଡିଭିଜନକୁ ଜିଲ୍ଲା ମାନ୍ୟତା ଦାବି ହୋଇ ଆସୁଛି । ଏନେଇ ଅନେକ ସମୟରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିବା ନେଇ ନଜିର ମଧ୍ୟ ରହିଛି । ନିର୍ବାଚନ ପୂର୍ବରୁ ଜିଲ୍ଲା ମାନ୍ୟତା ପାଇଁ ପ୍ରତିଶ୍ରୁତି ମିଳୁଛି, କିନ୍ତୁ ଦାବି ପୂରଣ ହୋଇ ପାରୁନାହିଁ । ଶେଷରେ ଜିଲ୍ଲା ମାନ୍ୟତା ଦାବିକୁ ପୂରଣ କରିବା ପାଇଁ ଆନ୍ଦୋଳନର ନିଷ୍ପତ୍ତି ନେଇଛି ଟିଟିଲାଗଡ କ୍ରିୟାନୁଷ୍ଠାନ କମିଟି । ଆଜି ଟିଟିଲାଗଡ 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । କମିଟିର ସଦସ୍ୟ ମାନେ ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ପିକେଟିଂ କରୁଥିବା ବେଳେ ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି ।

ଏହା ମଧ୍ୟ ପଢନ୍ତୁ-ତେଜୁଛି ଜିଲ୍ଲା ମାନ୍ୟତା ଦାବି, 12 ଘଣ୍ଟିଆ କଣ୍ଟାବାଞ୍ଜି-ଟିଟିଲାଗଡ଼ ବନ୍ଦ

ସେହିପରି ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ଦ୍ୱାରା ଗାଡ଼ି ଚଳାଚଳ ସମ୍ପୂର୍ଣ ବନ୍ଦ ରହିଛି । କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନେ ଟିଟିଲାଗଡ଼ର ବିଭିନ୍ନ ଛକରେ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି । ବନ୍ଦର ପ୍ରଭାବରେ ସାଧାରଣ ଜୀବନ ଯାପନ ବାଧାପ୍ରାପ୍ତ ହୋଇଛି ।

ଅଗଷ୍ଟ 6 ଓ 7 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭିକେ ପାଣ୍ଡିଆନ ବଲାଙ୍ଗୀର ଗସ୍ତରେ ଆସିଥିଲେ । ଏହି ସମୟରେ ଟିଟିଲାଗଡବାସୀ ଜିଲ୍ଲା ଦାବି ଉପସ୍ଥାପିତ କରିଥିଲେ । ଏପରିକି ଏକ ଅଭିଯୋଗ ଶୁଣାଣି ସଭାରେ ମଧ୍ୟ ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ପାଇଁ ଦାବି ହୋଇଥିଲା । କିନ୍ତୁ କୌଣସି ପ୍ରତିଶ୍ରୁତି ମିଳି ନ ଥିଲା । ସେହିପରି ଗତ ନିର୍ବାଚନ ପୂର୍ବରୁ ଟିଟିଲାଗଡ ବାସୀଙ୍କ ଜିଲ୍ଲା ଦାବି ସରକାର ଶୁଣି ଥିବା ବେଳେ ଖୁବ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା ।

ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ପ୍ରତିଶ୍ରୁତି ପୂରଣହୋଇନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଆଜି ଟିଟିଲାଗଡ କ୍ରିୟାନୁଷ୍ଠାନ କମିଟି ବନ୍ଦ ଡାକରା ଦେଇ ଏବେ ନୁହେଁ ତ କେବେ ନୁହେଁ ବୋଲି ନାରା ଦେଇ ଆନ୍ଦୋଳନ ଜାରି ରଖିଛନ୍ତି । ସୁରକ୍ଷା ଦୃଷ୍ଟିରୁ ସହର ଓ ଆଖପାଖ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି।

ଇଟିଭି ଭାରତ, ବଲାଙ୍ଗୀର

Last Updated : Aug 17, 2023, 12:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.