ବଲାଙ୍ଗୀର: ଜିଲ୍ଲାରେ ପୁଣି 11 କୋରୋନା ଆକ୍ରାନ୍ତ ଚିହ୍ନଟ । ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଆଜି ପୁଣି 11 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଦୀର୍ଘ ସମୟ ପରେ ସହରକୁ ପୁଣି କୋରୋନା ଛୁଇଁଛି । ଯେଉଁଥିରେ ବଲାଙ୍ଗୀର ହତିସାଲ ପଡାରୁ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସମାନ ଭାବରେ ଟିଟିଲାଗଡ ସହର ମଧ୍ୟ ରେଲୱେ କଲୋନିରୁ ଜଣେ କରୋନା ଯୋଦ୍ଧା କରୋନା ପଜିଟିଭ ବୋଲି ଚିହ୍ନଟ ହୋଇଛନ୍ତି । ଏହି ବ୍ୟକ୍ତି ଜଣକ ଶ୍ରମିକ ସ୍ବତନ୍ତ୍ର ଟ୍ରେନରେ ସଫେଇ କର୍ମଚାରୀ ଭାବରେ କାମ କରୁଥିବା ବେଳେ ଆଜି କୋରୋନା ଆକ୍ରାନ୍ତ ଥିବାର ଜଣା ପଡ଼ିଛି । ସେହିପରି ପାଟଣାଗଡ଼ ଢୋଲ ମହୁଲ ଗ୍ରାମ, ଗେରଦା ଗ୍ରାମ ଓ ଗଞ୍ଜା ଧୁର ଗ୍ରାମରୁ ମଧ୍ୟ ତିନି ଜଣ ବାହାର ରାଜ୍ୟ ଫେରନ୍ତା କୋରୋନା ଆକ୍ରାନ୍ତ ବୋଲି ଚିହ୍ନଟ ହୋଇଛନ୍ତି ।
ସଦର ବିଜଳି ମୁଣ୍ଡା ଓ ସିଂଖମନ ଗ୍ରାମରୁ ଚାରି ଜଣ ବାହାର ରାଜ୍ୟ ଫେରନ୍ତା କୋରୋନା ଆକ୍ରାନ୍ତ ଏବଂ ଲୋଇସିଙ୍ଗା ବ୍ଲକ ବଂଜିପାଳି ଗ୍ରାମରୁ ଜଣେ ତାମିଲନାଡୁ ଫେରନ୍ତା କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସମସ୍ତ କୋରୋନା ଆକ୍ରାନ୍ତଙ୍କୁ ଜିଲ୍ଲା କିମ୍ସ କୋଭିଡ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ସେପଟେ ଏହାକୁ ମିଶାଇ ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 165 ହୋଇଥିବା ବେଳେ ଏମଧ୍ୟରୁ 143 ଜଣ ସୁସ୍ଥ ହୋଇଥିବାର ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ