ଅନୁଗୋଳ : 2017 ମସିହାରେ ଅନୁଗୋଳ ଜିଲାର ଜରପଡା ଥାନା ଅଞ୍ଚଳରେ ଘଟିଥିବା ଏକ ନାବାଳିକା ଦୁଷ୍କର୍ମ ଘଟଣାର ରାୟ ଶୁଣାଇଛନ୍ତି ଅନୁଗୋଳର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ । ଦୁଷ୍କର୍ମକାରୀ ଅନୀଲ ଦାସକୁ 12 ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଆଜି ମାମଲାର ବିଚାର କରି ବିଚାରପତି ପ୍ରଭାକର ଗଣ୍ଠିଆ 22 ଜଣ ସାକ୍ଷୀଙ୍କ ପ୍ରମାଣ ଆଧାରରେ ଏହି ରାୟ ଶୁଣାଇଛନ୍ତି ।
ସୂଚନା ଅନୁସାରେ ଦୁଷ୍କର୍ମକାରୀ ଅନୀଲ ଦାସର ଘର ଅନୁଗୋଳ ଜିଲ୍ଲାର ଜରପଡା ଥାନାର ଜରଡ଼ା ଗାଁରେ। ସେ ତାଙ୍କ ଗାଁ ସ୍କୁଲର ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରୀକୁ ଏକୁଟିଆ ଶୌଚ ପାଇଁ ଯାଇଥିବାବେଳେ ତାକୁ ଭୟ ଦେଖାଇ ତା ସହ ଦୁଷ୍କର୍ମ କରିଥିଲା ଅନୀଲ। ସେତେବେଳେ ଜରପଡା ପୋଲିସ ଅନୀଲକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ଆଜି(ଗୁରୁବାର) ତାଙ୍କୁ 6 ପୋକ୍ସୋ ଆକ୍ଟରେ 12 ବର୍ଷ କାରାଦଣ୍ଡ ସହ 50 ହଜାର ଟଙ୍କା ଜୋରିମାନା ସହ IPC ଧାରା 506ରେ ଏକ ବର୍ଷ ଏବଂ ଧାରା 341ରେ ଏକ ମାସ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ। ସରକାରୀ ଓକିଲ ସରୋଜ ପଟ ନାଏକ ଏହି ମାମଲାର ପକ୍ଷ ରଖିଥିଲେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ