ETV Bharat / state

ରାହୁଲ ଗାନ୍ଧୀଙ୍କୁ ଇଡି ଜେରା: ଅନୁଗୋଳରେ କଂଗ୍ରେସର ବିକ୍ଷୋଭ

author img

By

Published : Jun 22, 2022, 7:34 AM IST

ନ୍ୟାସନାଲ ହେରାଲ୍ଡ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଇଡି ଜେରାକୁ ବିରୋଧ କରି ଅନୁଗୋଳରେ କଂଗ୍ରେସର ବିକ୍ଷୋଭ । ଯୁବନେତା ସୁଦୀପ ଦାସଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ସାମିଲ । କଂଗ୍ରେସ କାର୍ଯ୍ୟାଳୟରେ ପୋଲିସ ପଶି ବିଶୃଙ୍ଖଳା ସୃଷ୍ଟି କରିବା ବିଜେପି ସରକାରର ଆକ୍ରୋଶମୂଳକ ରାଜନୀତି ବୋଲି ଅଭିଯୋଗ କରିଛି ଦଳ । ଅଧିକ ପଢ଼ନ୍ତୁ

ରାହୁଲ ଗାନ୍ଧୀଙ୍କୁ ଇଡି ଜେରା ପ୍ରସଙ୍ଗ: ଅନୁଗୋଳରେ କଂଗ୍ରେସର ବିକ୍ଷୋଭ

ଅନୁଗୋଳ: ରାହୁଲ ଗାନ୍ଧୀଙ୍କୁ ଇଡିର ବାରମ୍ବାର ଜେରା ଏବଂ କଂଗ୍ରେସ କାର୍ଯ୍ୟାଳୟରେ ବିଶୃଙ୍ଖଳାର ପ୍ରତିବାଦ । ଅନୁଗୋଳ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଯୁବନେତା ସୁଦୀପ ଦାସଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ସାମିଲ । ବିନା କାରଣରେ କଂଗ୍ରେସ କାର୍ଯ୍ୟାଳୟରେ ପୋଲିସ ପଶି ବିଶୃଙ୍ଖଳା ସୃଷ୍ଟି କରିବା ବିଜେପି ସରକାରର ଆକ୍ରୋଶମୂଳକ ରାଜନୀତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ନ୍ୟାସନାଲ ହେରାଲ୍ଡ ଖବର କାଗଜ ଦୁର୍ନୀତି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଇଡି ବାରମ୍ବାର ଜେରା କରିବାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ କରୁଛି କଂଗ୍ରେସ । ଏହି କ୍ରମରେ ଅନୁଗୋଳ ଯୁବ କଂଗ୍ରେସ ପକ୍ଷରୁ ବିଜେପି ପୋଷ୍ଟର ପୋଡ଼ାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେନ୍ଦ୍ର ସରକାର ପ୍ରତିଶୋଧ ପରାୟଣ ହୋଇ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରୁଥବାରୁ ଦଳ ଏହାର ଦୃଢ଼ ବିରୋଧ କରୁଛି ବୋଲି ଯୁବନେତା ସୁଦୀପ ଦାସ ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ପ୍ରତି ପଞ୍ଚାୟତ ସ୍ତରରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଲୋକଙ୍କ ମଧ୍ୟରେ ବିଜେପି ସରକାରର ହୀନ ରାଜନୀତି ସମ୍ପର୍କରେ ସଚେତନ କରାଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.