ETV Bharat / state

୨୩ବର୍ଷରେ ମାନବ ସେବା ! ନିଃସ୍ୱାର୍ଥପର ଉର୍ମିଳା, ଆଦିବାସୀବାସୀଙ୍କୁ ଦେଖାଉଛନ୍ତି ଦୁନିଆ - ସମାଜସେବୀ

ମାନବ ସେବା ହିଁ ମାଧବ ସେବା । ଏହି ଉକ୍ତିଟିକୁ ମର୍ମେ ମର୍ମେ ଅନୁଭବ କରିଛନ୍ତି ସେ । ମାତ୍ର ୨୩ ବର୍ଷ ବୟସରେ ନିଜ ସ୍ବପ୍ନ ପଛରେ ନ ଧାଇଁ ଅଞ୍ଚଳବାସୀଙ୍କ ପାଇଁ କରିଆସୁଛନ୍ତି କାମ । ଗାଁକୁ ଗାଁ ବୁଲି ଲୋକଙ୍କୁ ସଚେତନ କରିବା ସହ ସେମାନଙ୍କୁ ସାହାଯ୍ୟ କରିବା ଯେମିତି ତାଙ୍କ ବ୍ରତ ପାଲଟିଛି । ଫଳରେ ସେ ପାଲଟିଛନ୍ତି ସଭିଙ୍କ ପ୍ରିୟ ଉର୍ମିଳା ଦିଦି । ଦେଖନ୍ତୁ ଏହି ରିପୋର୍ଟ

Young Tribal girl Urmila Behera
Young Tribal girl Urmila Behera
author img

By

Published : Mar 9, 2023, 10:23 PM IST

ନିଃସ୍ୱାର୍ଥପର ଉର୍ମିଳା, ଆଦିବାସୀବାସୀଙ୍କୁ ଦେଖାଉଛନ୍ତି ଦୁନିଆ

ଅନୁଗୋଳ: ଅପହଞ୍ଚ ପଲ୍ଲୀରେ ଜନ୍ମ ହୋଇ ମଧ୍ୟ ନିଜ ଅଞ୍ଚଳବାସୀଙ୍କ ସେବାକୁ ଆପଣେଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ଆଠମଲ୍ଲିକ ଉପଖଣ୍ଡର ଉର୍ମିଳା । ଜଙ୍ଗଲ ଅଧ୍ୟୁଷିତ ପ୍ରାୟ ୩୦ଖଣ୍ଡ ଗାଁର ଲୋକଙ୍କୁ ଆଲୋକ ଦେଖାଇ ପାରିଛନ୍ତି ସେ । ରାତି ପାହିଲେ ଉର୍ମିଳାଙ୍କ ଚିନ୍ତା, କିଏ ଭତ୍ତା ପାଇନି, କିଏ ସରକାରୀ ଯୋଜନାରେ ଘର ପାଇନି, ଜଙ୍ଗଲ ଅଧିକାର ଆଇନ ବଳରେ କାହାକୁ ଜମି ପଟ୍ଟା ମିଳିନି, କେଉଁଠି ଜଙ୍ଗଲ ଅସୁରକ୍ଷିତ ହୋଇ ପଡିଛି ଏମିତି କେତେ କଣ । ଗାଁକୁ ଗାଁ ବୁଲି ଲୋକଙ୍କୁ ସଚେତନ କରିବା ସହ ସେମାନଙ୍କୁ ସାହାଯ୍ୟ କରିବା ଉର୍ମିଳାଙ୍କ ଯେମିତି ବ୍ରତ ପାଲଟିଛି । ଦୀର୍ଘ ୬ରୁ ୭ବର୍ଷ ହେଲା ସେ ବିନା ସ୍ବାସ୍ଥ୍ୟରେ ଏପରି କାର୍ଯ୍ୟ କରିଆସୁଛନ୍ତି । ଫଳରେ ଗାଁ ଲୋକଙ୍କ ପାଇଁ ପାଲଟିଛନ୍ତି ସେ ଉର୍ମିଳା ଦିଦି ।

ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡର ଜଙ୍ଗଲ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳରେ ଅବସ୍ଥିତ କାଶୀନାଥପୁର ଗାଁରେ ଜନ୍ମଗ୍ରହଣ କରିଛନ୍ତି ଉର୍ମିଳା ବେହେରା । ପରିବାର କହିଲେ କେବଳ ବୁଢ଼ୀ ମାଆ ଓ ସେ ନିଜେ । ଦୁଃଖ କଷ୍ଟରେ ଦୁଇ ପ୍ରାଣୀ କୁଟୁମ୍ବ ଚଳନ୍ତି । ଏଭଳି ସ୍ଥିତିରେ ମଧ୍ୟ ଉର୍ମିଳା ଗାଁଠାରୁ ଦୂର ଠାକୁରଗଡ଼ କଲେଜରେ ବିଏ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି । ବୟସ ମାତ୍ର ୨୩ବର୍ଷ । ଏତେ କମ ବୟସ ଏବଂ ଆର୍ଥିକ ଅନାଟନ ମଧ୍ୟରେ ଥିଲେ ମଧ୍ୟ ଉର୍ମିଳା ସମାଜ ସେବାକୁ ନିଜର ବ୍ରତ କରି ନେଇଛନ୍ତି । ତାଙ୍କ ନିଜ ଗାଁ ମଇମୁରା ପଞ୍ଚାୟତ ଏବଂ ନିକଟସ୍ଥ ଠାକୁରଗଡ଼ ପଞ୍ଚାୟତର ୩୦ରୁ ଅଧିକ ଗାଁ ଘଞ୍ଚ ଜଙ୍ଗଲ ଓ ଦୁର୍ଗମ ଅଞ୍ଚଳ । ସେହି ସବୁ ଗାଁଗୁଡିକରେ ଶତକଡା ୯୦ଭାଗ ଆଦିବାସୀ ଲୋକ ବସବାସ କରନ୍ତି । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ଏବେ ସୁଦ୍ଧା ସେ ଅଞ୍ଚଳରେ ପହଞ୍ଚି ପାରିନାହିଁ । ମୋବାଇଲ ସେବା ତ ସେଠାରେ ପାଲଟିଛି ସାତ ସପନ ।

ତେଣୁ ସରକାରୀ ଯୋଜନା କଣ ସେମାନେ ଆଦୌ ଜାଣନ୍ତି ନାହିଁ । ଉର୍ମିଳା ମଧ୍ୟ ନିଜେ ଜଣେ ଆସିବାସୀ ମହିଳା ହୋଇଥିବାରୁ ଏସବୁ ସେ ଅଞ୍ଚଳର ଲୋକଙ୍କ ପାଇଁ କିଛି କରିବାକୁ ଚିନ୍ତା କଲେ । ଗାଁ ଗାଁ ବୁଲି ଲୋକଙ୍କୁ ନେଇ ସଭା ସମିତି କଲେ । କିଭଳି ସରକାରୀ ଯୋଜନାର ସୁଫଳ ପାଇ ପାରିବେ ସେ ନେଇ ବୁଝାଇଲେ । ଆବଶ୍ୟକ ପଡ଼ିଲେ ଲୋକଙ୍କର ସମସ୍ତ କାଗଜପତ୍ର ନେଇ ନିଜେ ପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟକୁ ଗଲେ । ଦିନ ରାତି ପରିଶ୍ରମ କରି ସେ ଅଞ୍ଚଳର ଲୋକଙ୍କୁ ସାହାଯ୍ୟ କଲେ । ଗାଁରେ ମୋବାଇଲ ସେବା ନଥିଲେ ମଧ୍ୟ ନିଜେ ମୋବାଇଲ ଧରି ପ୍ରତ୍ୟକ ମହିଳାଙ୍କୁ ଶିଖାଉଛନ୍ତି । ତାଙ୍କର ଅବିଶ୍ରାନ୍ତ ସେବା ପାଇଁ ଶହ ଶହ ଲୋକ ଉପକୃତ ହେଉଛନ୍ତି । ଏହି ସେବା ସେ ଦିନେ କି ଦୁଇ ଦିନ ନୁହେଁ ବରଂ ୬ରୁ୭ବର୍ଷ ହେଲା ନିରଵଛିନ୍ନ ଭାବେ କରି ଆସୁଛନ୍ତି। ସେଥିରେ ତାଙ୍କୁ ମିଳୁଛି ଅମାପ ଆନନ୍ଦ।

ଏହା ବି ପଢନ୍ତୁ- 40 ବର୍ଷ ଧରି ଜଙ୍ଗଲ ସେବାରେ ହୀରାଦ୍ରୀ, ଟାଙ୍ଗରା ଭୂଇଁରେ ସୃଷ୍ଟି କରିଛନ୍ତି ଜଙ୍ଗଲ

ଉର୍ମିଳା କେବଳ ଲୋକଙ୍କୁ ସହାୟତା କରିବାରେ ସୀମିତ ନାହାନ୍ତି। ଜଙ୍ଗଲ ଓ ପରିବେଶ ସୁରକ୍ଷା ପାଇଁ ମଧ୍ୟ ଅକ୍ଲାନ୍ତ ଉଦ୍ୟମ କରି ଆସୁଛନ୍ତି । ଜଙ୍ଗଲ ରହିଲେ କଣ ଉପକାର ମିଳେ ଏବଂ ଆମେ କାହିଁକି ଜଙ୍ଗଲ ସୁରକ୍ଷା କରିବା ସେନେଇ ଗାଁ ଗାଁରେ ଲୋକଙ୍କୁ ବୁଝାଉଛନ୍ତି । ଜଙ୍ଗଲରେ ନିଆଁ ଲାଗିଲେ ମହିଳାମାନଙ୍କୁ ନେଇ ନିଜେ ନିଆଁ ଲିଭାଉଛନ୍ତି । ଜଙ୍ଗଲରେ ନିଆଁ ନଲାଗିବା ପାଇଁ ଆମକୁ କଣ ସତର୍କତା ଅବଲମ୍ବନ କରିବାକୁ ହେବ ସଚେତନ କରାଉଛନ୍ତି । ଆଦିବାସୀମାନେ ଜଙ୍ଗଲ ଅଧିକାର ଆଇନ ବଳରେ କିଭଳି ଜମି ପାଇପାରିବେ ସେନେଇ ଉର୍ମିଳା ବନ ବିଭାଗଠାରୁ ପ୍ରଶାସନ ପର୍ଯ୍ୟନ୍ତ ସବୁ କାର୍ଯ୍ୟାଳୟକୁ ଯାଇ ଜଙ୍ଗଲ ଅଧିବାସୀଙ୍କ ଅଧିକାର କିଭଳି ପାଇ ପାରିବେ ସେନେଇ କାମ କରୁଛନ୍ତି । ରାତି ପାହିଲେ ଉର୍ମିଳା କଣ ଦିଟା ଖାଇ ଘରୁ ବାହାରି ପଡ଼ନ୍ତି ଏବଂ ଗାଁକୁ ଗାଁ ବୁଲି ଲୋକଙ୍କ ଅସୁବିଧା ବୁଝନ୍ତି ।

ନିଜର ସାମର୍ଥ୍ୟ ଅନୁସାରେ ଅନେକ ବର୍ଷ ହେଲା ଏଭଳି ସମାଜ ସେବା କରି ଆସୁଛନ୍ତି। ତାଙ୍କର ଏହି କାର୍ଯ୍ୟକଳାପ ତାଙ୍କୁ ଏ ଅଞ୍ଚଲରେ ବେସ ପରିଚିତ କରାଇ ପାରିଛି। ଲୋକେ ଯାହା ଜାଣି ନଥିଲେ ଏବେ ସବୁ କିଛି ଜାଣି ପାରିଛନ୍ତି । ଉର୍ମିଳା ନିଃସ୍ୱାର୍ଥପର ଭାବେ ଦୀର୍ଘ ବର୍ଷ ହେଲା ଲୋକଙ୍କ ସେବା କରି ଆସୁଛନ୍ତି । ହେଲେ ବଣ ମଲ୍ଲି ବଣରେ ଫୁଟି ଝାଉଁଳି ଯିବା ପରି ସେ ଲୋକ ଲୋଚନକୁ ବିଶେଷ ଭାବେ ଆସି ପାରି ନାହାନ୍ତି । ତାଙ୍କୁ ପ୍ରୋତ୍ସାହନ ମିଳିଲେ କେ ସେ ଆହୁରି ଆଗକୁ ଯାଇ ଅଧିକରୁ ଅଧିକ ଲୋକଙ୍କ ସେବା କରିବାକୁ ଆଶା ରଖିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.