ETV Bharat / state

TTPS ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ଶ୍ରମିକ ଆନ୍ଦୋଳନ - TTPS ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ଦାବି

ଅନୁଗୋଳ ଜିଲ୍ଲାର ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ଶ୍ରମିକମାନେ ଆନ୍ଦୋଳନ କରିଛନ୍ତି । ଅଧିକ ପଢନ୍ତୁ...

Workers protested on demanding the revocation of the TTPS shutdown
TTPS ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ଶ୍ରମିକ ଆନ୍ଦୋଳନ
author img

By

Published : Feb 8, 2021, 2:18 PM IST

Updated : Feb 8, 2021, 2:24 PM IST

ଅନୁଗୋଳ: ଜିଲ୍ଲାର ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ ବନ୍ଦ ହେବା ଆଶଙ୍କାକୁ ନେଇ ଶ୍ରମିକ ଆନ୍ଦୋଳନ ତୀବ୍ରତର ହୋଇଛି । ତାଳଚେର ଥର୍ମାଲ ପ୍ଲାଣ୍ଟ ବନ୍ଦ ହେବା ଆଶଙ୍କାକୁ ନେଇ ଶ୍ରମିକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବହୁ ସଂଖ୍ୟାରେ ସ୍ଥାନୀୟ ଶ୍ରମିକ ଅନୁଗୋଳ ଜିଲାପାଳଙ୍କ ଅଫିସ ଘେରାଉ କରିଛନ୍ତି ।

TTPS ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ଶ୍ରମିକ ଆନ୍ଦୋଳନ

ଅନୁଗୋଳ ଷ୍ଟାଡିୟମରୁ ଏକ ପ୍ରତିବାଦ ଶୋଭାଯାତ୍ରାରେ ଶ୍ରମିକମାନେ ବାହାରି ଅନୁଗୋଳ ବଜାର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଓ ବିକ୍ଷୋଭ କରିଥିଲେ । ପୁରୁଣା ପ୍ଲାଣ୍ଟ ଥିବା ଅବସ୍ଥାରେ ନୂତନ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ସେମାନେ ଦାବି କରିଛନ୍ତି । ଯଦି ପୁରୁଣା ପ୍ଲାଣ୍ଟକୁ ବନ୍ଦ କରିଦିଆଯାଏ ତେବେ ଏହି ପ୍ଲାଣ୍ଟ ଉପରେ ନିର୍ଭର କରି ଚଳୁଥିବା 20 ହଜାର ଲୋକ ନିଜର ଜୀବିକା ହରାଇବେ। ଏଣୁ ଏହି ପ୍ଲାଣ୍ଟକୁ ଚାଲୁ ରଖିବାକୁ ଆନ୍ଦୋଳନରତ ଶ୍ରମିକମାନେ ଦାବି କରିଛନ୍ତି ।

ଏନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି । ସରକାର ବନ୍ଦ ନିଷ୍ପତ୍ତି ଉପରେ ପୁନର୍ବିଚାର କରି ନୂଆ ପ୍ଲାଣ୍ଟ ହେବା ପର୍ଯ୍ୟନ୍ତ ଶ୍ରମିକମାନେ ଆନ୍ଦୋଳନ ଚାଲୁ ରଖିବେ ବୋଲି ଜଣାପଡିଛି । ତେବେ CITU, INTUC ଭଳି ଅନେକ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ କର୍ମକର୍ତ୍ତା ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Feb 8, 2021, 2:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.