ETV Bharat / state

ସଂରକ୍ଷଣ ହେଉଛି ଜଳ, ମହିଳାଙ୍କୁ ମିଳୁଛି ରୋଜଗାର - ଭୂତଳ ଜଳ ସଂରକ୍ଷଣ

ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନରେ ଅନୁଗୋଳ ସହରର ମହିଳା ଗୋଷ୍ଠୀ ରୋଜଗାରକ୍ଷମ ହେବା ସହ ଜଳ ଅମଳ ପ୍ରକଳ୍ପ ଦ୍ବାରା ଭୂତଳ ଜଳସ୍ତର ମଧ୍ୟ ବୃଦ୍ଧି ପାଉଛି । ଅଧିକ ପଢନ୍ତୁ...

ଜଳ ହେଉଛି ସଂରକ୍ଷଣ, ମହିଳାଙ୍କୁ ମିଳୁଛି ରୋଜଗାର

author img

By

Published : Sep 5, 2021, 12:10 PM IST

ଅନୁଗୋଳ: ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନରେ ଅନୁଗୋଳ ସହରର ୫୬ଟି ମହିଳା ଗୋଷ୍ଠୀର ୫୦୦ ରୁ ଅଧିକ ମହିଳା ପାଇ ପାରିଛନ୍ତି ରୋଜଗାର । ସରକାରୀ ଅର୍ଥରେ ସହର ମଧ୍ୟରେ ୨୦୦ ଟି ବର୍ଷା ଜଳ ଅମଳ ପ୍ରକଳ୍ପ ନିର୍ମାଣ କରାଇଛନ୍ତି । ସେଥିରୁ ମିଳିଥିବା ଲାଭରେ ସେମାନେ ରୋଜଗାରକ୍ଷମ ହୋଇଛନ୍ତି । ଜଳ ଅମଳ ପ୍ରକଳ୍ପ ଦ୍ଵାରା ଭୂତଳ ଜଳସ୍ତର ବଢିବା ସହ ମହିଳାମାନଙ୍କ ରୋଜଗାର ମଧ୍ୟ ବଢିଛି । ଆଗକୁ ଏହି ଅଭିଯାନରେ ଆହୁରି ଅଧିକ ମହିଳାଙ୍କୁ ସାମିଲ କରି ସେମାନଙ୍କୁ ସ୍ୱାବଲମ୍ବୀ କରିବାର ଲକ୍ଷ୍ୟ ରଖାଯାଇଛି ।

ଜଳ ହେଉଛି ସଂରକ୍ଷଣ, ମହିଳାଙ୍କୁ ମିଳୁଛି ରୋଜଗାର

ସହରାଞ୍ଚଳରେ ମହିଳାମାନଙ୍କୁ ସଶକ୍ତିକରଣ କରିବା ପାଇଁ କାର୍ଯ୍ୟକାରୀ ହେଉଛି ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ । ଯେଉଁଥିରେ ଅନୁଗୋଳ ପୌରାଞ୍ଚଳର ୫୬ଟି ମହିଳା ଗୋଷ୍ଠୀ ସାମିଲ ହୋଇ ବେଶ ଲାଭବାନ ହୋଇଛନ୍ତି । ସରକରୀ ଅର୍ଥରେ ମହିଳା ଗୋଷ୍ଠୀ କରି ପାରିଛନ୍ତି ୨୦୦ ଟି ବର୍ଷା ଜଳ ଅମଳ ପ୍ରକଳ୍ପ । ଯାହା ଦ୍ଵାରା ବୋହିଯାଉଥିବା ବର୍ଷା ଜଳ ସଂରକ୍ଷଣ ହୋଇପାରୁଛି । ପ୍ରକଳ୍ପଗୁଡିକର ବ୍ୟୟ ଅଟକଳର ୭.୫% ଅର୍ଥ ଲାଭ ଆକାରରେ ମହିଳା ଗୋଷ୍ଠୀକୁ ମିଳିଛି । ତେଣୁ ପ୍ରତ୍ୟେକ ମହିଳା ଗୋଷ୍ଠୀ ଗୋଟିଏ ଗୋଟିଏ ପ୍ରକଳ୍ପରୁ ପାଖାପାଖି ୧୦ ହଜାରରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ପାଇଛନ୍ତି । ଯାହାକି ସେମାନଙ୍କ ଆର୍ଥିକ ସ୍ଥିତିକୁ ଆହୁରି ସୁଦୃଢ଼ କରି ପାରୁଛି ।

ପୌରାଞ୍ଚଳର ୨୦୦ ଟି ବର୍ଷା ଜଳ ଅମଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୭୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ସେଥି ମଧ୍ୟରୁ ବିଭିନ୍ନ ମହିଳା ଗୋଷ୍ଠୀଙ୍କୁ ଲାଭ ଆକାରରେ ମିଳିଛି ୩ ଲକ୍ଷ ୩୫ ହଜାର ଟଙ୍କା ଜଳବାୟୁ ପରିବର୍ତ୍ତନ ଯୋଗୁଁ ସ୍ୱଳ୍ପ ବୃଷ୍ଟିପାତ ହେଉଛି ଫଳରେ ଭୂତଳ ଜଳସ୍ତର ହ୍ରାସ ପାଉଛି । ବର୍ଷା ଜଳ ଅମଳ ପ୍ରକଳ୍ପ କରିବା ଦ୍ଵାରା ବର୍ଷା ଜଳ ଭୂତଳକୁ ଯାଇ ସଂରକ୍ଷିତ ହୋଇ ରହିପାରିବ । ମହିଳାମାନେ ଏହି କାର୍ଯ୍ୟରେ ନିଯୋଜିତ ହୋଇ କେବଳ ଯେ, ଆର୍ଥିକ ସହାୟତା ପାଉଛନ୍ତି ତାହା ନୁହେଁ ବର୍ଷା ଜଳ ସଂରକ୍ଷଣ ସମ୍ପର୍କରେ ସଚେତନ ମଧ୍ୟ ହୋଇପାରିଛନ୍ତି । ମଜୁରୀ ବାବଦରେ ବହୁ ମହିଳା ୧୩ଲକ୍ଷ ୧୫ହଜାର ଟଙ୍କା ରୋଜଗାର କରି ପାରିଛନ୍ତି ।

ବର୍ତ୍ତମାନ ସମୟରେ ଭୂତଳ ଜଳ ସ୍ତରର ହ୍ରାସ ଏକ ସମସ୍ୟା ହୋଇ ଛିଡା ହୋଇଥିବାବେଳେ ସରକାରଙ୍କ ଜଳ ସଂରକ୍ଷଣ ଚିନ୍ତା ଏଥିପ୍ରତି ମହିଳାଙ୍କୁ ସଚେତନ କରିବା ସହ ରୋଜଗାର ଯୋଗାଇବାର ପଦକ୍ଷେପ ନିଶ୍ଚିତ ପକ୍ଷେ ସ୍ଵାଗତ ଯୋଗ୍ୟ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.