ETV Bharat / state

ଶୋଭାଯାତ୍ରାରେ ମହିଳାଙ୍କ ମୃତ୍ୟୁକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ

author img

By

Published : Nov 2, 2021, 3:55 PM IST

ଦରଦାମ ବୃଦ୍ଧି ଶୋଭାଯାତ୍ରାରେ ମହିଳାଙ୍କ ମୃତ୍ୟୁକୁ ନେଇ ବିଜେପି ବିଜେଡି ମୁହାଁମୁହିଁ। ଯାହାକୁ ନେଇ ଉତ୍ତେଜନା ଲାଗି ରହିଛି । ହସ୍ପିଟାଲରେ ପୋଲିସ ମୁତୟନ ହୋଇଛନ୍ତି। ଅଧିକ ପଢନ୍ତୁ...

women death during the protest in anugul
ଶୋଭାଯାତ୍ରାରେ ମହିଳାଙ୍କ ମୃତ୍ୟୁକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ

ଅନୁଗୋଳ: ଶୋଭାଯାତ୍ରାରେ ମହିଳାଙ୍କ ମୃତ୍ୟୁକୁ ନେଇ ବିଜେପି ବିଜେଡି ମୁହାଁମୁହିଁ। ଅନୁଗୋଳରେ ବିଜେଡିର ବିକ୍ଷୋଭ ଶୋଭାଯାତ୍ରା ବେଳେ ଜଣେ ବୟସ୍କା ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ମୁଁହାମୁଁହି ସ୍ଥିତି ସୃଷ୍ଟି ହୋଇଛି।

ସୋମବାର ଦିନ ଦରବୃଦ୍ଧି ବିରୋଧରେ ବିଜୁ ମହିଳା ଜନତା ଦଳର ଏକ ଶୋଭାଯାତ୍ରା ହେଉଥିବା ବେଳେ ରାଲିରେ ଥିବା ରାଧାରାମଣ ପଡାର ବନିତା ସାହୁ ନାମକ ମହିଳା ଚେତା ହରାଇ ପଡିଯାଇଥିଲେ। ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଖବର ପାଇ ସେହି ଅଞ୍ଚଳର ବିଜେପି ମହିଳା ମୋର୍ଚ୍ଚା ସଦସ୍ୟ ମଞ୍ଜୁ ସାହୁ ଡାକ୍ତରଖାନାକୁ ଯାଇଥିବା ସମୟରେ ତାଙ୍କ ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁଯାୟୀ ସେ ପହଞ୍ଚିବା କ୍ଷଣି ସେଠାରେ ଉପସ୍ଥିତ ଥିବା ରାଧାରମଣପଡା ଅଞ୍ଚଳର ବିଜୁ ଯୁବ ବାହିନୀର ସଦସ୍ୟ ଅବିନାଶ ପରିଡା ତାଙ୍କୁ ଅସଭ୍ୟ ଭାଷାର ଗାଳି ଗୁଳଜ କରିବା ସହ ତାଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ। ଏହାକୁ ନେଇ ସେ ଅନୁଗୋଳ ଥାନାରେ ଲିଖିତ ଅଭିଯୋଗ କରିବା ସହ ମାଡ ଯୋଗୁଁ ତାଙ୍କ ଅବସ୍ଥା ଭଲ ନଥିବାରୁ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ତେବେ ଏହି ଘଟଣାକୁ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା।

ସେପଟେ ଆକ୍ରମଣ କରିଥିବା ଅବିନାଶ ମଞ୍ଜୁ ସାହୁଙ୍କ ନାମରେ ପାଲଟା ଅଭିଯୋଗ କରିଛନ୍ତି । ତାଙ୍କ କହିବା କଥା ବନିତାଙ୍କ ମୃତ୍ୟୁ ପରେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହି ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ୟବସ୍ଥା କରୁଥିବା ବେଳେ ହଠାତ ମଞ୍ଜୁ ସେଠାରେ ପହଞ୍ଚି ତାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ସେ ଅସୁସ୍ଥ ହୋଇଥିଲେ । ଅଭିଯୋଗ ପରେ ପୋଲିସ ଅବିନାଶକୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ଜଣାପଡିଛି । ବର୍ତମାନ ଉଭୟ ଦଳ ମଧ୍ୟରେ ଛକାପଞ୍ଝା ଲାଗି ରହିଛି । ଯାହାକୁ ନେଇ ଉତ୍ତେଜନା ଲାଗି ରହିଥିବାବେଳେ ହସ୍ପିଟାଲରେ ପୋଲିସ ମୁତୟନ ହୋଇଛନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.