ETV Bharat / state

ଅନୁଗୋଳରେ ପାନୀୟ ଜଳ ସମସ୍ୟା, ରାସ୍ତା ଅବରୋଧ କଲେ ମହିଳା

ଅନୁଗୋଳ ବଅଁରପାଳ ବ୍ଲକରେ ପାନୀୟ ଜଳ ସମସ୍ୟା ଦେଖାଦେବାରୁ ମହିଳାମାନେ ରାସ୍ତା ଅବରୋଧ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Mar 25, 2021, 11:13 AM IST

ପାଣି ପାଇଁ ରାସ୍ତା ଅବରୋଧ କଲେ ମହିଳା
ଅନୁଗୋଳରେ ପାନୀୟ ଜଳ ସମସ୍ୟା, ରାସ୍ତା ଅବରୋଧ କଲେ ମହିଳା

ଅନୁଗୋଳ: ଜିଲ୍ଲାର ବଅଁରପାଳ ବ୍ଲକ ବଳରାମ ପ୍ରସାଦ ଶିତିରା ସାହିରେ ଦେଖାଦେଇଛି ପାନୀୟ ଜଳ ସମସ୍ୟା । ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିବା ପରେ କୌଣସି ସୁଫଳ ନ ମିଳିବାରୁ ଗ୍ରାମର ମହିଳାମାନେ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି ।

ପାଣି ପାଇଁ ରାସ୍ତା ଅବରୋଧ କଲେ ମହିଳା

ଲୋକଙ୍କ ଅଭିଯୋଗ ମୁତାବକ ସେମାନେ ବାରମ୍ବାର ସ୍ଥାନୀୟ ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ ପ୍ରଶାସନ ଏ ନେଇ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ । ଫଳରେ ଖରା ଦିନ ଆରମ୍ଭରୁ ପ୍ରସାଦ ଶିତିରା ସାହିର ଲୋକମାନେ ପାନୀୟ ଜଳକୁ ନେଇ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଗତ ଏକ ସପ୍ତାହ ହେବ ଗ୍ରାମରେ ଥିବା ନଳକୂଅ ଶୁଖି ଯାଇଥିବା ବେଳେ ଲୋକେ ପୋଖରୀ ପାଣି ପିଉଛନ୍ତି । ଯାହାକୁ କହିଲେ ବି କେହି ନ ଶୁଣିବାରୁ ବାଧ୍ୟ ହୋଇ ସେମାନେ ନାଲକୋର ତାଳଚେରକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି । ମହିଳାମାନେ ଗରା ବାଲ୍ଟି ଧରି ରାସ୍ତା ଅବରୋଧ କରିବା ଯୋଗୁଁ ତାଳଚେର ଓ ଅନୁଗୋଳ ମଧ୍ୟରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.