ଅନୁଗୋଳ: ପିଇବା ପାଣି ପାଇଁ ରାସ୍ତା ଅବରୋଧ । ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ମହିଧରପୁର ଗାଁରେ ପାଣି ପାଇଁ ରାସ୍ତା ଅବରୋଧ କରିଛନ୍ତି ମହିଳା ।
ବହୁ ବର୍ଷ ଧରି ସେହି ଗାଁରେ ଜଳ ସଙ୍କଟ ଲାଗି ରହିଛି । ସବୁ ଖୋଲା କୂଅ ଶୁଖି ଗଲାଣି । ଯେଉଁ ନଳକୂଆ ଅଛି ସେଥିରୁ ପାଣି ବାହାରୁନି। ଖରା ଦିନ ଆରମ୍ଭ ହୋଇଯାଇଥିବାରୁ ପିଇବା ପାଣି ମୁନ୍ଦେ ପାଇଁ ଲୋକେ ଆଉଟପାଉଟ ହେଉଛନ୍ତି । ଯେଉଁ ଅସୁବିଧାକୁ ଏଡାଇବା ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ମହିଳା ।
ସରପଞ୍ଚଙ୍କୁ ବାରମ୍ବାର କହିବା ପରେ ବି କିଛି ସୁଫଳ ମିଳି ନ ଥିବା କହିଛନ୍ତି ଗ୍ରାମବାସୀ । ରାସ୍ତାରେ ଗରା, ବଲ୍ଟି ରଖି କଟକ-ଅନୁଗୋଳ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଅନେକ ଗାଡି ଅଟକି ରହିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ