ETV Bharat / state

ହାତୀ ପରେ କୂଅରେ ପଡିଲା ବାରହା, 6 ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର - wild north rescued from well in angul

ହାତୀ ପରେ କୂଅରେ ପଡିଲା ବାରହା । 6 ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର ହେଲା ବନ୍ୟଜନ୍ତୁ । ଅଧିକ ପଢନ୍ତୁ....

wild north rescued from well in angul
ହାତୀ ପରେ କୂଅରେ ପଡିଲା ବାରାହା , 6 ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର ହେଲା ବନ୍ୟଜନ୍ତୁ
author img

By

Published : Mar 12, 2021, 4:31 PM IST

ଅନୁଗୋଳ : ହାତୀ ପରେ କୂଅରେ ପଡିଲା ବାରହା । ପାଣିରେ ପଡି 10 ଘଣ୍ଟାରୁ ଅଧିକ ସମୟ ଧରି ଛଟପଟ ହେଲା ବାରହା । ପ୍ରାୟ 6 ଘଣ୍ଟାରୁ ଅଧିକ ସମୟ କସରତ ପରେ ଉଦ୍ଧାର ହେଲା ବନ୍ୟଜନ୍ତୁ । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଖୁଙ୍ଗୁରିଆ ଗାଁର ସରକାରୀ ଘାଇ ନିକଟରେ ଥିବା ପରିତ୍ୟକ୍ତ କୂଅରେ ।

ହାତୀ ପରେ କୂଅରେ ପଡିଲା ବାରାହା , 6 ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର ହେଲା ବନ୍ୟଜନ୍ତୁ

ପରିତ୍ୟକ୍ତ ୧୫ ଫୁଟ ଗଭିର କୁଅରେ ଗୋଟଏ ଜଙ୍ଗଲି ବାରହା ପଡି ଫଶି ରହିଥିବା କିଛି ଗାଇ ଚରାଳି ପ୍ରଥମେ ଦେଖିଥିଲେ । ପରେ ବନବିଭାଗକୁ ଖବର ଦେବା ପରେ ତୁରନ୍ତ ଦମକଳ ବାହିନୀ ଓ ବନକର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ବାରହାକୁ ଉଦ୍ଧାର କରିବା ପାଇଁ ଆରମ୍ଭ କରାଯାଇଥିଲା ଅଭିଯାନ । ବନକର୍ମଚାରୀ, ଦମକଳ ବାହିନୀ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରାୟ ୬ ଘଣ୍ଟା ପରିଶ୍ରମ ପରେ କୂଅରୁ ବାରହାଟିକୁ ଉଦ୍ଧାର କରାଯାଇଥିଲା । ତେବେ ବାରହାଟି କୂଅ ଭିତରୁ ବାହାରିଲା ପରେ ନିକଟସ୍ଥ ଜଙ୍ଗଲକୁ ପଳାଇ ଯାଇଥିବା ଜଣାପଡିଛି।

ଗତକାଲି (ଗୁରୁବାର) ଅନୁଗୋଳ ବନାଞ୍ଚଳର ବାଲି ଜେରେଙ୍ଗ ଗାଁ କୂଅରୁ ମଧ୍ୟ ଏକ ହାତୀ ଉଦ୍ଧାର କରାଯାଇଥିଲା । ଜଙ୍ଗଲରେ ନିଆଁ ଏବଂ ପ୍ରବଳ ଖରା ହେଉଥିବା ଯୋଗୁଁ ଜଙ୍ଗଲ ଭିତରେ ଥିବା ସମସ୍ତ ନାଳ ଶୁଖି ଯାଇଥିବାରୁ ବଣ୍ୟଜନ୍ତୁ ପାଣି ଓ ଖାଦ୍ୟ ପାଇଁ ଗାଁମୁହାଁ ହେଉଛନ୍ତି। ଫଳରେ ଏଭଳି ଘଟଣା ଘଟୁଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.