ETV Bharat / state

ମିଳୁନି ସହଯୋଗ, ମୁହଁ ଫେରାଉଛନ୍ତି ଆଖୁଚାଷୀ

author img

By

Published : Sep 17, 2022, 1:37 PM IST

ଚାଷୀଙ୍କ ଫସଲ ଉଜାଡୁଛନ୍ତି ବନ୍ୟ ଜନ୍ତୁ । ଅନୁଗୋଳ ବ୍ଲକର ବନ୍ଦାଣପଶି ଗାଁରେ ଶହଶହ ଏକର ଆଖୁ ଚାଷ ନଷ୍ଟ । ବନ ବିଭାଗ କିମ୍ବା ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଚାଷୀ ଅଭିଯୋଗ କରିଛନ୍ତି । ଅଧିକ ପଢ଼ନ୍ତୁ

wild animal damaged sugarcane farm in angul
ମିଳୁନି ସହଯୋଗ, ମୁହଁ ଫେରାଉଛନ୍ତି ଆଖୁଚାଷୀ

ଅନୁଗୋଳ: ଜଙ୍ଗଲୀ ବାରହା ଓ ହାତୀପଲ ଯୋଗୁଁ ଚିନ୍ତାରେ ଆଖୁ ଚାଷୀ । ଯେଉଁଠି ଶହ ଶହ ଏକର ଜମିରେ ଆଖୁଚାଷ ହେଉଥିଲା ଆଜି ସେଠାରେ ମାତ୍ର ହାତ ଗଣତି ଚାଷୀ ଆଖୁ ଫସଲ କରୁଛନ୍ତି । ଆଉ କିଛି ବର୍ଷ ପରେ ଆଖୁ ଚାଷ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଚାଷୀ ମନସ୍ଥ କଲେଣି । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାର ବନ୍ଦାଣ ପଶି ଗାଁରେ । ଜିଲ୍ଲାର ଅନୁଗୋଳ ବ୍ଲକର ବନ୍ଦାଣପଶି ଗାଁରେ ପ୍ରାୟ ୩ ଶହରୁ ଅଧିକ ପରିବାର ବସବାସ କରନ୍ତି । କୃଷି ସେମାନଙ୍କ ପ୍ରଧାନ ଜୀବିକା । ବର୍ଷ ବର୍ଷ ଧରି ଅଧିକାଂଶ ଚାଷୀ ଆଖୁ ଚାଷ କରି ଭଲ ଲାଭବାନ ହୋଇ ଆସୁଛନ୍ତି । ଗାଁର ଶତାଧିକ ଚାଷୀ ପୁରୁଷ ପୁରୁଷ ଧରି ଆଖୁ ଚାଷକୁ ଆଦରି ନେଇଛନ୍ତି । ବିଭିନ୍ନ ହାଟ ବଜାରରେ ଆଖୁ ବିକ୍ରି କରି ଭଲ ଦୁଇ ପଇସା ପାଆନ୍ତି । ଏହାଛଡା ଘରେ ଘରେ ଆଖୁରୁ ଗୁଡ଼ ପ୍ରସ୍ତୁତ କରିଥାନ୍ତି । ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ବିକ୍ରି କରାଯାଏ । ହେଲେ ଗତ କିଛି ବର୍ଷ ହେଲା ଆଖୁ ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ ।

ମିଳୁନି ସହଯୋଗ

ବଣୁଆ ହାତୀପଲ ଓ ବାରହା ଚାଷୀଙ୍କ ଆଖୁ ଫସଲରେ ମୁଖ୍ୟ ଶତ୍ରୁ ପାଲଟିଛନ୍ତି । ଆଖୁ ଚାଷରେ ବହୁତ ପରିଶ୍ରମ କରିବାକୁ ପଡେ । ସାର ଔଷଧରେ ବ୍ୟାପକ ଖର୍ଚ୍ଚ ହେଉଥିବାବେଳେ ପମ୍ପ ଲଗାଇ ପାଣି ମଡ଼ାଇବାକୁ ହୁଏ । ଏତେ ଖର୍ଚ୍ଚ କରି ଚାଷ କରିବା ପରେ ବନ୍ୟଜନ୍ତୁ ପଶି ନଷ୍ଟ କରି ଦେଉଛନ୍ତି । ଫଳରେ ଚାଷୀଙ୍କୁ ବ୍ୟାପକ କ୍ଷତି ସହିବାକୁ ପଡୁଛି । ଏହି କାରଣରୁ ଅଧିକାଂଶ ଚାଷୀ ଆଉ ଆଖୁ ଚାଷ କରୁ ନାହାନ୍ତି । ଚଳିତ ବର୍ଷ ହାତ ଗଣତି ୨୦/୨୫ ଜଣ ଚାଷୀ ଅଳ୍ପ ଜାଗାରେ ଆଖୁ ଚାଷ କରିଛନ୍ତି । ଘରେ ଘରେ ଥିବା ଗୁଡ଼ ପେଡା ଯନ୍ତ୍ର ଅଚଳ ହୋଇପଡିଛି । ଆଗ ଭଳି ଆଉ ଗୁଡ଼ ପ୍ରସ୍ତୁତି ହେଉନାହିଁ । ଆଖୁ ଭଳି ଏକ ଅର୍ଥକାରୀ ଫସଲ ନହେବା ଯୋଗୁଁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିବା ଅବସ୍ଥାରେ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ: ଅଭୟାରଣ୍ୟରୁ ହେବ ଗାଁ ଉଚ୍ଛେଦ: ଲୋକେ ଅମଙ୍ଗ, ପ୍ରକ୍ରିୟାରେ ଲାଗିଛି ବିଭାଗ

ଏନେଇ ଗ୍ରାମବାସୀ କହିଛନ୍ତି, "ହାତୀ ଓ ବାରହା ଦାଉରୁ ଫସଲକୁ ସୁରକ୍ଷା ଦେବାକୁ ବାରମ୍ବାର ବନ ବିଭାଗକୁ ଅଭିଯୋଗ ହୋଇଛି । ସୋଲାର ତାର ବାଡ଼ ଲଗାଇବାକୁ ନିବେଦନ କରିଛୁ । କିନ୍ତୁ ବନ ବିଭାଗ ଗୁହାରି ଶୁଣୁ ନାହାନ୍ତି । ବନ୍ୟଜନ୍ତୁ କ୍ଷତି କଲେ କ୍ଷତିପୂରଣ ରାଶି ମଧ୍ୟ ମିଳୁ ନାହିଁ ।" ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଖୁ ଚାଷ କୃଷି ବିଭାଗ ଅଧୀନରେ ଆସୁଥିଲେ ମଧ୍ୟ ବିଭାଗ ତରଫରୁ ଚାଷୀଙ୍କୁ କୌଣସି ଉନ୍ନତ ଜ୍ଞାନକୌଶଳ ଯୋଗାଇ ଦିଆଯାଉନାହିଁ ।

କୃଷି ବୈଜ୍ଞାନିକମାନେ ସେ ଅଞ୍ଚଳକୁ ଯାଇ ଚାଷୀମାନେ କିଭଳି ଅଧିକ ଉତ୍ପାଦନ କରିପାରିବେ, ବିଭିନ୍ନ ରୋଗପୋକ ଦାଉରୁ ଗଛକୁ ରକ୍ଷା କରି ପାରିବେ ସେନେଇ ବୁଝାଇବା ଆବ୍ୟକତା ରହିଛି । କିନ୍ତୁ ଦିନକ ପାଇଁ କେହି ଯାଉ ନଥିବା ଅଭିଯୋଗ କରିଛନ୍ତି ଚାଷୀ। ଅନୁଗୁଳ ଜିଲ୍ଲାରେ ଏକମାତ୍ର ବନ୍ଦାଣପଶି ଗାଁ ଆଖୁ ଚାଷ ପାଇଁ ଜଣାଶୁଣା । ହେଲେ ବର୍ତ୍ତମାନ ଯେଉଁ ପରିସ୍ଥିତି ଦେଖା ଦେଇଛି ଆଉ କିଛି ବର୍ଷ ପରେ ଏଠାରେ ଆଉ ଆଖୁ ଗଛଟିଏ ଦେଖିବାକୁ ମିଳିବ ନାହିଁ । ସରକାର ବିଭିନ୍ନ ଅର୍ଥକାରୀ ଫସଲ ଉତ୍ପାଦନ ଉପରେ ଗୁରୁତ୍ୱ ଦେଉଛନ୍ତି । ବନ୍ଦାଣପଶି ଗାଁର ଚାଷୀଙ୍କୁ ଉପଯୁକ୍ତ ସହାୟତା ମିଳିଲେ ଗାଁଟି କେବକ ଅନୁଗୋଳ ଜିଲ୍ଲା କାହିଁକି ସାରା ରାଜ୍ୟରେ ଆଖୁ ଚାଷରେ ଭଲ ନାଁ କରି ପାରନ୍ତା । ଏଥିସହ ଚାଷୀମାନେ ରୋଜଗାରକ୍ଷମ ହୋଇପାରନ୍ତେ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.