ETV Bharat / state

ନିଦରୁ ଉଠାଇ ସ୍ତ୍ରୀକୁ କଚାଡି ମାରିଲା ଦନ୍ତା, ସ୍ୱାମୀ ଗୁରୁତର - WIFE DIED BY ELEPHANT ATTACK

ଦନ୍ତା ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଗୁରୁତର ହୋଇ ଚିକିତ୍ସାଧୀନ । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ତାଳଚେର ସନ୍ଥପଡ଼ା ଗ୍ରାମରେ । ଅଧିକ ପଢ଼ନ୍ତୁ

ଦନ୍ତାହାତୀ ଆକ୍ରମଣରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

author img

By

Published : Apr 5, 2022, 1:20 PM IST

ଅନୁଗୋଳ: ଦନ୍ତା ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଗୁରୁତର ହୋଇ ଚିକିତ୍ସାଧୀନ । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ତାଳଚେର ସନ୍ଥପଡ଼ା ଗ୍ରାମରେ । ମୃତକ ଜଣକ ହେଲେ କାଞ୍ଚନ ମୁଣ୍ଡା । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଢ଼େଙ୍କାନାଳ ଜିଲ୍ଲା ସରାଙ୍ଗ ପଟରୁ ବ୍ରାହ୍ମଣୀ ନଦୀପାର ହୋଇ ଏକ ହାତୀପଲ ଖାଦ୍ୟ ଅନ୍ବେଷଣରେ ସନ୍ଥପଡ଼ା ଗାଁକି ପଶି ଆସିଥିଲେ । ଏମାନଙ୍କ ମଧ୍ୟରୁ ଏକ ଦନ୍ତାହାତୀ ସନ୍ଥପଡ଼ା ଗାଁ ମୁହାଁ ହୋଇଥିଲା । ସେହି ସମୟରେ ଘର ବାରଣ୍ଡାରେ ସ୍ବାମୀ ମୁକୁନ୍ଦ ମୁଣ୍ଡା ଓ ସ୍ତ୍ରୀ କାଞ୍ଚନ ଶୋଇଥିଲେ । ସେଠାରେ ହାତୀଟି କାଞ୍ଚନଙ୍କୁ ଘୋଷାଡ଼ି ମାରିଥିଲା ।

ଦନ୍ତାହାତୀ ଆକ୍ରମଣରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ତେବେ ସ୍ତ୍ରୀକୁ ବଞ୍ଚାଇବାକୁ ମୁକୁନ୍ଦ ଚେଷ୍ଟା କରୁଥିବା ବେଳେ ହାତୀଟି ତାଙ୍କୁ ମଧ୍ୟ କଚାଡ଼ି ଦେଇଥିଲା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିବା ବେଳେ ସେଠାରେ ଡାକ୍ତର କାଞ୍ଚନଙ୍କୁ ମୃତ ଘୋଷଣା କରିଥିଲେ ।

ଖବରପାଇ ତାଳଚେର ବନବିଭାଗ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ହାତୀ ପଲଟି ନଦୀ ପାର ହୋଇ ପୁଣି ଢ଼େଙ୍କାନାଳ ଜିଲ୍ଲାକୁ ଚାଲି ଯାଇଥିବା ସୂଚନା ରହିଛି । ଅନ୍ୟପକ୍ଷରେ ବାରମ୍ବାର ହାତୀପଲ ରାତିରେ ଗାଁମୁହାଁ ହେଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟର ଆତଙ୍କ ଖେଳି ଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.