ETV Bharat / state

ଧସିଲା କୂଅ, ଲୋକେ ଭୟଭିତ

ଧସିଲା କୂଅ, ଲୋକେ ଭୟଭିୟ । ଭୂତଳ କୋଇଲା ଖଣି ପାଇଁ କୂଅ ଧସିଥିବା ଅଭିଯୋଗ । କୂଅ ସହ ସେଠାରେ ଲାଗିଥିବା ଚାନ୍ଦିନୀ ଏବଂ ମୋଟର ମଧ୍ୟ ଭୂମି ତଳକୁ ପସି ଯାଇଛି । ତାଳଚେରରେ ବାରମ୍ବାର ଏଭଳି ମାଟି ଧସୁଥିବା ଯୋଗୁଁ ସହରବାସୀ ଭୟଭୀତ ହୋଇପଡିଛନ୍ତି ।

author img

By

Published : Aug 14, 2019, 11:56 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଜିଲ୍ଲାର ତାଳଚେର ମ୍ୟୁନିସିପାଲିଟିର ୧୩ ନଂ ୱାଡ଼ରେ ଏକ ଅଭାବନୀୟ ଘଟଣା ଘଟିଛି । ବାବୁଲାଲ କଲୋନୀର ଅବତାର ସିଂଙ୍କ ଘର ପଛ ପଟେ ଥିବା କୂଅଟି ହଠାତ ଧସି ଯାଇଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ତେବେ କୂଅଟି ଭୂତଳ କୋଇଲା ଖଣି ପାଇଁ ଧସିଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

କୂଅ ସହ ସେଠାରେ ଲାଗିଥିବା ଚାନ୍ଦିନୀ ଏବଂ ମୋଟର ମଧ୍ୟ ଭୂମି ତଳକୁ ପଶି ଯାଇଛି । ଘଟଣା ପରେ ତାଳଚେର ଉପଜିଲ୍ଲାପାଳ ଏବଂ ଖଣି କର୍ତୃପକ୍ଷ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଉକ୍ତ ସ୍ଥାନରେ ପୂର୍ବରୁ ଏମସିଏଲ ଦେଉଳବେଡ଼ା ଭୂତଳ କୋଇଲାଖଣି ରହିଥିଲା । ତେଣୁ ଭିତର ଫାଙ୍କା ରହିଥିବାରୁ କୂଅଟି ଏଭଳି ହଠାତ ଭୂତଳକୁ ଧସି ଯାଇଥିବା ଅଭିଯୋଗ ହୋଇଛି । ସେପଟେ ତାଳଚେରରେ ବାରମ୍ବାର ଏଭଳି ମାଟି ଧସୁଥିବା ଯୋଗୁଁ ତାଳଚେରବାସୀ ଭୟଭୀତ ହୋଇପଡିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଧସିଲା କୂଅ , ଲୋକେ ଭୟଭିୟ । ଭୂତଳ କୋଇଲା ଖଣି ପାଇଁ କୂଅ ଧସିଥିବା ଅଭିଯୋଗ ।Body:ଅନୁଗୋଳ ଜିଲା ତାଳଚେର ମ୍ୟୁନିସିପାଲିଟିର ୧୩ ନଂ ୱାଡ଼ ର ବାବୁଲାଲ କଲୋନୀର ଅବତାର ସିଂ ଙ୍କ ଘର ପଛ ପାଖେ ଥିବା କୂଅ ହଠାତ ଭୁଶୁଡ଼ି ଭୂତଳକୁ ଚାଲି ଯାଇଛି।   ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି  । ଅବତାରଙ୍କ କହିବା ଅନୁସାରେ ସେମାନେ ବ୍ୟବହାର କରି ଆସୁଥିବା କୂଅଟିରେ ଏକ ବିରାଟ ଶବ୍ଦ କରି ଭୁଶୁଡି ପଡ଼ିଥିଲା । ଏହି ଘଟଣାକୁ ଦେଖି ପରିବାର ଲୋକେ ଭୟଭୀତ ହୋଇ ପଡ଼ିଥିଲେ । ଉକ୍ତ କୂଅର ଚାନ୍ଦିନୀ, ମୋଟର ଆଦି କୂଅ ଭିତରକୁ ପସିଯାଇଛି  । ଏହାକୁ ନେଇ ଅବତାରଙ୍କ ପରିବାର ଆତଙ୍କିତ ହୋଇ ପଡିଛନ୍ତି । ଖବର ପାଇ ତାଳଚେର ଉପଜିଲ୍ଲାପାଳ ଏବଂ ଖଣି କର୍ତୃପକ୍ଷ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ତେବେ ଉକ୍ତ ସ୍ଥାନ ତଳେ ପୂର୍ବରୁ ଏମସିଏଲ ଦେଉଳବେଡ଼ା ଭୂତଳ କୋଇଲାଖଣି ରହିଥିବାରୁ ତଥା ଭିତର ଫାଙ୍କା ରହିଥିବାରୁ କୂଅଟି ଏଭଳି ହଠାତ ଭୂତଳକୁ ଧସି ଯାଇଥିବାର ଅଭିଯୋଗ ହୋଇଛି । ତେବେ ତାଳଚେରରେ ବାରମ୍ବାର ଏଭଳି ମାଟି ଧସୁଥିବା ଯୋଗୁଁ ତାଳଚେରବାସୀ ଭୟଭୀତ ହୋଇ ପଡିଛନ୍ତି । 
Byte _ ଅବତାର ସିଂ , ଘର ମାଲିକ ।Conclusion:ତେବେ ତାଳଚେର ରେ ଏଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ ଏଥି ପ୍ରତି କାହାରି ଦୃଷ୍ଟି ନଥିବା ଅଭିଯୋଗ ହୋଇଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.