ETV Bharat / state

900 ପରିବାରର ଭରସା ଗୋଟିଏ ନଳକୂପ - anugul

ରନ୍ତଲେଇ ଗାଁରେ ପାଖାପାଖି ୯୦୦ରୁ ଅଧିକ ପରିବାର ଗୋଟିଏ ନଳକୂଅ ଉପରେ ନିର୍ଭର କରୁଛନ୍ତି । ପ୍ରବଳ ଖରାକୁ ଜଳକଷ୍ଟ ଅସ୍ତବ୍ୟସ୍ତ କରିଦେଇଛି ଜନଜୀବନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : May 28, 2019, 10:20 PM IST

ଅନୁଗୋଳ: ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେଉଛି ପାନୀୟ ଜଳ ପ୍ରକଳ୍ପ । ଦିନ ପରେ ଦିନ ଗଡୁଛି ସିନା ହେଲେ ପ୍ରକଳ୍ପର ଲାଭ ଲୋକଙ୍କୁ ମିଳୁନାହିଁ । ବିଭାଗୀୟ ଉଦାସୀନତା ହେଉ କି ଠିକାଦାରର ମନମାନି ବର୍ଷ ବର୍ଷ ଧରି ପାଇପ ପଡି ରହୁଥିଲେ ହେଁ ଗାଁକୁ ଆସୁନି ପିଇବା ପାଣି । ଫଳରେ ଲୋକେ ହେଉଛନ୍ତି ନାହିଁ ନଥିବା ହଟହଟା। ଏଭଳି ଉତ୍କଟ ପାନୀୟ ଜଳ ସମସ୍ୟା ଭୋଗୁଛନ୍ତି ଅନୁଗୋଳ ସହର ପାଖ ଗାଁ ରନ୍ତଲେଇର ଗ୍ରାମବାସୀ ।

ରନ୍ତଲେଇ ପଞ୍ଚାୟତର ଲୋକେ ଭୋଗୁଛନ୍ତି ଏପରି ଜଳକଷ୍ଟ । ପୁରା ରନ୍ତଲେଇ ଗାଁରେ ଏବେ ପାନୀୟ ଜଳର ଘୋର ସଙ୍କଟ । ଖରା ଦିନେ ଗାଁ ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି । ସହର ନିକଟରେ ଥାଇ ମଧ୍ୟ ଏପର୍ଯ୍ୟନ୍ତ ଗାଁରେ ପାଣି ବ୍ୟବସ୍ଥା ହୋଇପାରୁନଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସୂଚନା ଅନୁସାରେ ରନ୍ତଲେଇ ଗାଁରେ ପାଖାପାଖି ୯୦୦ରୁ ଅଧିକ ପରିବାର ରହୁଛନ୍ତି । ପଞ୍ଚାୟତରେ ମୁଖ୍ୟତଃ ନନ୍ଦିନୀପଡା, ପାଞ୍ଜିଆ ସାହି ଓ ରଗୁଡି ସାହିରେ ଜଳ କଷ୍ଟ ସବୁଠାରୁ ଅଧିକ । ଗୋଟିଏ ନଳକୂଅ ଉପରେ ନିର୍ଭର କରୁଛନ୍ତି ପୁରା ଗାଁର ପ୍ରାୟ 3ରୁ 4 ହଜାର ଲୋକ । ପାଇପରେ ପାଣି ଯୋଗାଇ ଦେବା କହି ପାଇପ ପକା ଯାଇଛି କିନ୍ତୁ ଠିକାଦାର ଦେଖାଦେଉନି । ସରପଞ୍ଚ କି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କେହି ସେମାନଙ୍କ କଥା ଶୁଣୁନାହାଁନ୍ତି । ଯଦି ଆଗାମୀ ଦିନରେ ପାଣି ଯୋଗାଇ ଦିଆ ନ ଯାଏ, ତେବେ ସେମାନେ ରାଜରାସ୍ତାରେ ବସିବେ ବୋଲି ଧମକ ଦେଇଛନ୍ତି ।

ସେପଟେ ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀ କହିଛନ୍ତି ପାଣି ଯୋଗାଇବା ପାଇଁ ଅଳ୍ପ କିଛି କାମ ବାକି ଅଛି । ଖୁବ ଶୀଘ୍ର ଶେଷ କରି ପାନୀୟ ଜଳ ଯୋଗାଇ ଦିଆଯିବ । ତେବେ ଦେଖିବାର କଥା ବିଭାଗ ଖରାଦିନ ସାରିବା ପୂର୍ବରୁ ଲୋକଙ୍କୁ ପାଣି ଯୋଗାଉଛି ନା ଆହୁରି ଦିନ ଗଡାଉଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Anchor- 
ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବରାଦ ରେ ନିର୍ମାଣ ହେଉଛି ପାନୀୟ ଜଳ ପ୍ରକଳ୍ପ । ଦିନ ପରେ ଦିନ ଗଡୁଛି ସିନା ହେଲେ ପ୍ରକଳ୍ପ ର ଲାଭ ଲୋକଙ୍କୁ ମିଳୁନାହିଁ । ବିଭାଗୀୟ ଉଦାସୀନତା ହେଉୟ କି ଠିକାଦାର ର ମନମାନି ବର୍ଷ ବର୍ଷ ଧରି ପାଇପ ପଡି ରହୁଥିଲେ ବି ଗାଁକୁ ଆସୁ ନାହିଁ ପିଇବା ପାଣି । ଫଳରେ ଲୋକେ ଭୋଗୁଛନ୍ତି ହୀନସ୍ତା । ଏଭଳି ଉତ୍କଟ ପାନୀୟ ଜଳ ସମସ୍ୟା ଭୋଗୁଛନ୍ତି ଅନୁଗୋଳ ସହର ପାଖ ଗାଁ  ରନ୍ତଲେଇ ରେ । 
Vo – 1 
ନଳକୂଅ ପାଖରେ ଲମ୍ବା ଲାଇନ । କୂଅକୁ ପାଣି ପାଇଁ ଆସିଲେ ଅପେକ୍ଷା କରିବାକୁ ପଡୁଛି ଘଣ୍ଟା ଘଣ୍ଟା । ତେଣୁ ପାଣି ପାଇଁ ଏବେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଏହି ଗାଁ ଲୋକେ । ଏମାନେ ହେଉଛନ୍ତି ଅନୁଗୋଳ ଜିଲ୍ଲା ଅନୁଗୋଳ ବ୍ଲକ ରନ୍ତଲେଇ   ପଞ୍ଚାୟତ ର ଲୋକେ । ପୁରା ରନ୍ତଲେଇ ଗାଁ ରେ ଏବେ ପାନୀୟ ଜଳର ଘୋର ସଙ୍କଟ । ପାଣି ମୁନ୍ଦେ ପାଇଁ ଲୋକେ ଲୋକେ ନିଜ ନିଜ ମଧ୍ୟରେ ପ୍ରତିଦୋନ୍ଦିତା କଲେଣି । ଖରା ଦିନେ ଗାଁ ଲୋକେ ପାଣି ପାଇଁ ହନ୍ତଶନ୍ତ ହେଉଛନ୍ତି । ଲୋକଙ୍କ ଅଭିଯୋଗ ତାଙ୍କ ଗାଁ ସହର ପାଖରେ ହୋଇଥିଲେ ମଧ୍ୟ ତାଙ୍କୁ ପାଣି ଟିକେ ମିଳୁନାହିଁ । ପାଇପ ଯୋଗେ ପଣି ଯୋଗାଣ ପାଇଁ ବ୍ୟବସ୍ଥା ହୋଇଥିଲେ ବି ଲୋକଙ୍କୁ କିନ୍ତୁ ମିଳୁଣୀ ପାଣି ।  
Byte – 1 ମେଘିନି ବେହେରା , ରନ୍ତଲେଇ ଗ୍ରାମବାସୀ 
Byte – 2 ବିମ୍ବଳା ଦାସ , ରନ୍ତଲେଇ ଗ୍ରାମବାସୀ
Byte – 3 ମିଥୁନ ବେହେରା , ରନ୍ତଲେଇ ଗ୍ରାମବାସୀ 
Vo – 2 
ସୂଚନା ଅନୁସାରେ ଗାଁ ରେ ପାଖାପାଖି ୯୦୦ ରୁ ଅଧିକ ପରିବାର । ପଞ୍ଚାୟତ ରେ ମୁଖ୍ୟ ତ ନନ୍ଦିନୀପଡା , ପାଞ୍ଜିଆ ସାହି ଓ ରଗୁଡି ସାହି ରେ ଜଳ କଷ୍ଠ ସବୁଠୁ ଅଧିକ । ଲୋକଙ୍କ ଅଭିଯୋଗ ଗୋଟିଏ ନଳକୂଅ ଉପରେ ନିର୍ଭର କରୁଛନ୍ତି ପୁରା ଗାଁ ଲୋକେ । ପାଇପ ରେ ପାଣି ଯୋଗାଇ ଦେବା କହି ପାଇପ ପକାଇ ଠିକାଦାର ଦେଖା ଦେଉନି । ସରପଞ୍ଚ କି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କେହି ସେମାନଙ୍କ କଥା ଶୁନୁନାହାଁନ୍ତି । ଯଦି ଆଗାମୀ ଦିନରେ ପାଣି ଯୋଗାଇ ଦିଆ ନଜେ ତେବେ ସେମାନେ ରାଜରାସ୍ତା ରେ ବସିବେ ବୋଲି ଧମକ ଦେଇଛନ୍ତି । ଏନେଇ ଆମେ ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲୁ । ତାଙ୍କ କହିବ କଥା ଅଳ୍ପ କିଛି କାମ ବାକି ଅଛି ଖୁବ ଶୀଘ୍ର ସେଶ କରି ପାନୀୟ ଜଳ ଯୋଗାଇ ଦିଆଯିବ । 
Byte – 4 ବିଦେଶୀ ବେହେରା, ରନ୍ତଲେଇ ଗ୍ରାମବାସୀ  
Byte – 5 ମାମୁନି ସାହୁ , ରନ୍ତଲେଇ ଗ୍ରାମବାସୀ
Byte – 6 ସୁଦର୍ଶନ ପତି , ଉପଖଣ୍ଡ ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀ  
Final Vo –  
ତେବେ ଦେଖିବାର କଥା ବିଭାଗ ଖରାଦିନ ସାରିବା ପୂର୍ବରୁ ଲୋକଙ୍କୁ ପାଣି ଯୋଗଉଛି ନା ଆହୁରି ଦିନ ଗଡାଉଛି ।                                            
                ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ 
                              Visual On FTP
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.