ଅନୁଗୋଳ: ଉପର ମୁଣ୍ଡରେ ବର୍ଷା ବଢ଼ିବା କାରଣରୁ ଅନୁଗୋଳ ଜିଲ୍ଲାରେ ଥିବା ଓଡିଶାର ଦ୍ବିତୀୟ ବୃହତ୍ତମ ଜଳଭଣ୍ଡାର ରେଙ୍ଗାଲିର ଜଳସ୍ତର ବଢିବାରେ ଲାଗିଛି । ରେଙ୍ଗାଲି ଡ୍ୟାମ୍ରେ ଜଳସ୍ତର ବଢ଼ିବା କାରଣରୁ ଆଜି(ଗୁରୁବାର) ଦ୍ଵିତୀୟ ଥର ପାଇଁ ବନ୍ୟାଜଳ ନିଷ୍କାସନ ହୋଇଛି ।
ରେଙ୍ଗାଲି ଡ୍ୟାମରେ ଆଜି(ଗୁରୁବାର) ଗୋଟିଏ ଗେଟ୍ ଖୋଲାଯାଇ ଚଳିତବର୍ଷର ଦ୍ୱିତୀୟ ଥର ବନ୍ଯାଜଳ ନିଷ୍କାସନ ହୋଇଛି। ରେଙ୍ଗାଲି ଡ୍ୟାମ ନିର୍ବାହୀ ଯନ୍ତ୍ରୀ ଅଜିତ ଜେନାଙ୍କ ସୂଚନା ଅନୁଯାଇ ରେଙ୍ଗାଲି ଜଳଭଣ୍ଡାର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୨୩.୫୦ ମିଟର ରହିଛି । ଗୁରୁବାର ସୁଦ୍ଧା ଜଳଭଣ୍ଡାରରେ ଜଳସ୍ତର ୧୨୩.୨୯ ମିଟରରେ ପହଞ୍ଚିଛି । ଜଳଭଣ୍ତାର ମଧ୍ୟକୁ ପ୍ରତି ସେକେଣ୍ଡରେ ୫୧୦୪ ଘନମିଟର ଜଳ ପ୍ରବେଶ ହେଉଛି ।
ପାଓ୍ବାର ହାଉସ ଦେଇ ୫୫୦ ଘନମିଟର ଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ୭ ନମ୍ବର ଗେଟ୍ ଦେଇ ଜଳ ନିଷ୍କାସନ ଆରମ୍ଭ ହୋଇଛି। ଡ୍ୟାମରୁ ବନ୍ୟାଜଳ ନିଷ୍କାସିତ ହେଉଥିବାରୁ ନଦୀ ତଳିଆ ଅଞ୍ଚଳ ଓ ପଠାରେ ଥିବା ଗାଁ ଗୁଡିକୁ ସତର୍କ କରାଯାଇଛି । ଏ ନେଇ ରେଙ୍ଗାଲି ଜଳଭଣ୍ଡାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ