ଅନୁଗୋଳ: କେତେବେଳେ କେଉଁ ତମ୍ବୁ ତଳେ ତ, ଆଉ କେଉଁ ଗଛ ମୂଳେ । ଖାଦ୍ୟ ଅନ୍ବେଷଣ ନାଁରେ କାଟିଆସୁନ୍ତି ଯାଯାବର ଜୀବନ । ହେଲେ ଏବେ, ଦି ମୁଠା ଦାନା ପାଇଁ ଡହଳ ବିକଳ ଏମାନଙ୍କ ଜୀବନ । ଅନୁଗୋଳ ଜିଲ୍ଲାର ଖଲାରୀ ପଞ୍ଚାୟତରେ ବସବାସ କରୁଥିବା ଯାଯାବରଙ୍କ ଜୀବନ ଏବେ କୋରୋନା ପାଇଁ ସନ୍ଦିହୀନା ହୋଇପଡିଛି ।
![କୋରୋନା ଲଢେଇ, ଅନ୍ଧାରକୁ ଠେଲି ହୋଇଯାଇଛି ଯାଯାବରଙ୍କ ଜୀବନ](https://etvbharatimages.akamaized.net/etvbharat/prod-images/od-ang-01-angul-corona-jajabara-pkg-7202779_07042020124827_0704f_1586243907_625.bmp)
![କୋରୋନା ଲଢେଇ, ଅନ୍ଧାରକୁ ଠେଲି ହୋଇଯାଇଛି ଯାଯାବରଙ୍କ ଜୀବନ](https://etvbharatimages.akamaized.net/etvbharat/prod-images/od-ang-01-angul-corona-jajabara-pkg-7202779_07042020124827_0704f_1586243907_1046.bmp)
ରାତି ପାହିଲେ ଏମାନେ ଗାଁ ଗାଁ ବୁଲି ଚିରା ଲୁଗା ସଂଗ୍ରହ କରି କନ୍ଥା ସିଲେଇ କରୁଥିଲେ । ସେଥିରୁ ଯାହା ମିଳୁଥିବା ନିଜର ଜୀବିକା ନିର୍ବାହ କରୁଥିଲେ । ହେଲେ ଏବେ ଏମାନଙ୍କୁ ଗାଁକୁ ପୁରାଇ ଦେଉ ନାହାଁନ୍ତି ଲୋକେ । ଏପରିକି ବାହାରକୁ ବାହାରି ଆସିଲେ ଗୋଡେଇ ଆସୁଛି ପୋଲିସ । ତେଣୁ ରୋଜଗାର ନଥିବାରୁ ଅଖିଆ ଅପିଆ ଗଛ ମୂଳରେ କଟୁଛି ଜୀବନ ।
![କୋରୋନା ଲଢେଇ, ଅନ୍ଧାରକୁ ଠେଲି ହୋଇଯାଇଛି ଯାଯାବରଙ୍କ ଜୀବନ](https://etvbharatimages.akamaized.net/etvbharat/prod-images/od-ang-01-angul-corona-jajabara-pkg-7202779_07042020124827_0704f_1586243907_194.bmp)
ବିଶ୍ବବ୍ୟାପୀ ଆତଙ୍କ ଖେଳାଇଥିବା କୋରୋନା ପାଇଁ ସାରା ଦେଶ ବନ୍ଦ ହୋଇପଡିଥିବାବେଳେ କୋରୋନା ଭୟରେ ଲୋକେ ଗାଁକୁ ପୁରାଉ ନାହାଁନ୍ତି । ଅନ୍ୟପଟେ, ଏମାନେ ମୂଳ ବାସିନ୍ଦା ହୋଇନଥିବାରୁ ପ୍ରଶାସନର ମଧ୍ୟ ନଜର ପଡୁନି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ