ETV Bharat / state

ଢେଙ୍କାନାଳରେ ହାଟରେ ଭୁଷୁଡିଲା କାନ୍ଥ, 4 ମୃତ - ଢେଙ୍କାନାଳ

ଢେଙ୍କାନାଳ ଅଳସୁଆ ସାପ୍ତାହିକ ହାଟରେ କାନ୍ଥ ଭୁଷୁଡି 4 ମୃତ, ମୃତକଙ୍କ ପରିବାରକୁ 4ଲକ୍ଷ ଟଙ୍କାର ସହାୟତା ଘୋଷଣା

ଫଟୋ ସୌଜନ୍ୟ: ସମ୍ବାଦଦାତା ଅନୁଗୋଳ
author img

By

Published : Jun 9, 2019, 8:49 PM IST

Updated : Jun 9, 2019, 10:18 PM IST

ଢେଙ୍କାନାଳ: ବେପାର କରି ଦି ପଇସା ରୋଜଗାର କରିବାକୁ ଧାଇଁଆସିଥିଲେ ହାଟକୁ । ଆଉ କେତେଜଣ ଆସିଥିଲେ ନିଜ ଘର ପାଇଁ ପରିବା କିଣିବାକୁ । ହେଲେ ବିଧିର ବିଡମ୍ବନା, ଅଜାଣତରେ ସମସ୍ତଙ୍କୁ ମୃତ୍ୟୁ ରୂପୀ କାନ୍ଥ ମାଡି ବସିଲା । ଘଟଣାରେ ଚାଲିଗଲା ଚାରି ଚାରିଟି ଜୀବନ । ନଅ ଜଣ ଖଣ୍ଡିଆ ଖାବରା ହୋଇଥିବା ବେଳେ ତିନି ଜଣ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏହି ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲାର ଅଳସୁଆ ହାଟରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସବୁ ରବିବାର ପରି ଏ ରବିବାର ବି ଢେଙ୍କାନାଳ ଅଳସୁଆ ସାପ୍ତାହିକ ହାଟରେ ଜମିଥିଲା ଗହଳି । ଉଭୟ ବେପାରୀ ଆଉ ଗ୍ରାହକଙ୍କ ଭିଡ ଭିତରେ ଚାଲିଥିଲା ହାଟ । ଆଉ ଠିକ୍‌ ଏତିକି ବେଳେ ହାଟ ପାଖରେ ଥିବା ଏକ ପୁରୁଣା ରାଇସ ମିଲର କାନ୍ଥ ହଠାତ ଭୁଷୁଡି ପଡିଥିଲା । କେହିକିଛି ବୁଝିବା ପୂର୍ବରୁ କାନ୍ଥ ଭିତରେ ଚାପି ହୋଇଯାଇଥିଲେ କିଣାବିକା କରୁଥିବା ଲୋକ । ଘଟଣାସ୍ଥଳରେ 4 ଜଣ ଆଖି ବୁଜିଥିବା ବେଳେ 3ଜଣ ହୋଇଛନ୍ତି ଗୁରୁତର ।

ଖବର ପାଇ ତୁରନ୍ତ ଘଟଣାସ୍ଥଳକୁ ଛୁଟି ଆସିଥିଲେ ଅଗ୍ନିଶମ ବାହିନୀ ଓ ପୋଲିସ । ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । ସେହିପରି ଏସପି ସ୍ଥିତି ଅନୁଧ୍ୟାନ କରିବା ସହ ଜିଲ୍ଲାପାଳ ନିଖିଲ ପଓ୍ବନ କଲ୍ୟାଣ ମଧ୍ୟ ମେଡିକାଲ ଯାଇ 9 ଆହତଙ୍କୁ ଭେଟିଛନ୍ତି । ଏହା ସହ ମୃତକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ତରଫରୁ ମୁଖ୍ୟମନ୍ତ୍ରୀ 4 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଥିବା ବେଳେ ଜିଲ୍ଲା ରେଡକ୍ରସ ତରଫରୁ ୨୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ । ଆହତମାନଙ୍କୁ ମାଗଣା ଚିକିତ୍ସା ପାଇଁ ସରକାରଙ୍କ ଘୋଷଣା । ଆନ୍ୟପଟେ ରାଇସ୍‌ ମିଲ୍‌ ମାଲିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ କହିଛନ୍ତି ଜିଲ୍ଲାପାଳ ।

ତେବେ ପୁରା ଘଟଣା ପାଇଁ ଦାୟୀ କିଏ ? କଣ ପାଇଁ ରହିଥିଲା ହାଟ ପାଖରେ ଏଭଳି ବିପଦପୂର୍ଣ୍ଣ ପୁରୁଣା କାନ୍ଥ ? ରାଇସ ମିଲ୍‌ ମାଲିକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ହୋଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ

Intro:Body:Conclusion:
Last Updated : Jun 9, 2019, 10:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.