ETV Bharat / state

ପ୍ରକଳ୍ପ ମଡେଲକୁ କାନ୍ଧରେ ବୋହି ରାଉରକେଲାରୁ ନବୀନ ନିବାସ ପଦଯାତ୍ରା

author img

By

Published : Dec 8, 2022, 12:34 PM IST

ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ ନ ହେବାରୁ ପ୍ରତିଶ୍ରୁତିକୁ ମନେ ପକାଇଦେବା ପାଇଁ ପ୍ରକଳ୍ପର ମଡେଲକୁ କାନ୍ଧରେ ଭାର ବୋହି ପଦଯାତ୍ରା କଲେ ଯୁବକ । ଅଧିକ ପଢନ୍ତୁ

ପ୍ରକଳ୍ପ ମଡେଲକୁ କାନ୍ଧରେ ବୋହି ରାଉରକେଲାରୁ ନବୀନ ନିବାସ ପଦଯାତ୍ରା
ପ୍ରକଳ୍ପ ମଡେଲକୁ କାନ୍ଧରେ ବୋହି ରାଉରକେଲାରୁ ନବୀନ ନିବାସ ପଦଯାତ୍ରା

ଅନୁଗୋଳ: ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ମନେପକାଇବା ପାଇଁ ଅଭିନବ ରାସ୍ତା ଆପଣାଇଲେ ଜଣେ ଯୁବକ । ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରି ନ ହେବାରୁ ପ୍ରତିଶ୍ରୁତିକୁ ମନେ ପକାଇଦେବା ପାଇଁ ପ୍ରକଳ୍ପର ମଡେଲକୁ କାନ୍ଧରେ ଭାର ବୋହି ପଦଯାତ୍ରା । ରାଉରକେଲାରୁ ନବୀନ ନିବାସ ୫୨୦ କିଲୋମିଟର ଅଭିମୁଖେ ଚାଲିଛି ଏହି ପଦଯାତ୍ରା । ପଦଯାତ୍ରା କରୁଛନ୍ତି ରାଉରକେଲାର ମୁକ୍ତିକାନ୍ତ ବିଶ୍ଵାଳ ।

ରାଉରକେଲା କୋଏଲ ବ୍ୟାରେଜ୍ ଓ କୋଏଲ ନଦୀ ପାର୍ଶ୍ଵରେ ରିଙ୍ଗ ରୋଡ ନିର୍ମାଣ, ଆରଜିଏଚ୍‌କୁ କ୍ୟାପିଟାଲ୍ ହସ୍ପିଟାଲ୍‌ର ମାନ୍ୟତା ଏବଂ ବିଶ୍ରା ନୂଆ ଗାଁ ବ୍ଲକରେ ଶୀତଳ ଭଣ୍ଡାର ନିର୍ମାଣ ଆଦି ବିଭିନ୍ନ ପ୍ରକଳ୍ପର ନିର୍ମାଣ ଦାବି ନେଇ ରାଉରକେଲାରୁ ନବୀନ ନିବାସ ପଦଯାତ୍ରା କରୁଛନ୍ତି ମୁକ୍ତିକାନ୍ତ । ରାଉରକେଲାରୁ ପଦଯାତ୍ରାରେ ବାହାରିଛନ୍ତି ମୁକ୍ତିକାନ୍ତ । ଲକ୍ଷ୍ୟ ହେଉଛି ନବୀନ ନିବାସ । ୨୦୧୩ ମସିହାରେ ନବୀନ ପଟ୍ଟନାୟକ ରାଉରକେଲାରେ ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିନାହିଁ । ବିଭିନ୍ନ ପ୍ରକଳ୍ପ କାମରେ ବିଳମ୍ବ ହେବାରୁ ମୁକ୍ତିକାନ୍ତ କରୁଛନ୍ତି ପ୍ରକଳ୍ପର ମଡେଲକୁ କାନ୍ଧରେ ବୋହି ନବୀନ ନିବାସ ଅଭିମୁଖେ ଯାତ୍ରା କରିଛନ୍ତି ।

ଦୀର୍ଘ ୨୨ ଦିନର ଯାତ୍ରା ପରେ ମୁକ୍ତି କାନ୍ତ ଅନୁଗୋଳ ସହରରେ ପହଞ୍ଚିଛନ୍ତି । ଅନୁଗୋଳ ସହରରେ ବିଶ୍ରାମ ନେବା ପରେ ସକାଳୁ ପୁଣି ତାଙ୍କ ଯାତ୍ରା ଆରମ୍ଭ କରିଛନ୍ତି । ଡିସେମ୍ବର ୩୦ ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ସହିତ ସାକ୍ଷାତ କରିବାର ଲକ୍ଷ୍ୟ ରଖିଛନ୍ତି ମୁକ୍ତିକାନ୍ତ । ଏନେଇ ମୁକ୍ତିକାନ୍ତ କହିଛନ୍ତି ନବୀନ ନିବାସରେ ପହଁଞ୍ଚିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଅନୁମିତି ପ୍ରଦାନ କରାଯାଉ । ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପଗୁଡିକ ଦେଖନ୍ତୁ । ସେ ତାଙ୍କର ପ୍ରତିଶ୍ରୁତିକୁ ମନେପକାନ୍ତୁ । ରାଉରକେଲାର ସମସ୍ୟା ଉପରେ ମୁଖ୍ୟମନ୍ତ୍ରୀ ନଜର ପକାଇ ସେସବୁର ସମାଧାନ କରନ୍ତୁ । ତେବେ ମୁକ୍ତିକାନ୍ତଙ୍କର ଏଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ରାଉରକେଲା ଅଞ୍ଚଳବାସୀ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.