ETV Bharat / state

ବ୍ୟାଘ୍ର ପ୍ରକଳ୍ପ ପାଇଁ ପୁଣି ସ୍ଥାନାନ୍ତରଣ ହେବ ଗାଁ

author img

By

Published : Nov 20, 2020, 7:10 AM IST

ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ପୁଣି ଥରେ ସଜାଡ଼ିବାର ପ୍ରୟାସ କରୁଛି ବନ ବିଭାଗ । ଏଥିପାଇଁ ପ୍ରକଳ୍ପ ଭିତରେ ଥିବା ଅସନବାହାଳି ଗାଁକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଯୋଜନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ବନ ବିଭାଗ ସ୍ଥିର କରିଥିବା ସ୍ଥାନକୁ ନେଇ ଏବେ ଗ୍ରାମବାସୀ ଓ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଚାଲିଛି ଚକାପଞ୍ଝା । ଅଧିକ ପଢନ୍ତୁ...

ବାଘ ପ୍ରକଳ୍ପ ପାଇଁ ପୁଣି ହେବ ଗାଁ ସ୍ଥାନାନ୍ତରଣ

ଅନୁଗୋଳ: ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ପୁଣି ଥରେ ସଜାଡ଼ିବାର ପ୍ରୟାସ କରୁଛି ବନ ବିଭାଗ । ଏଥିପାଇଁ ପ୍ରକଳ୍ପ ଭିତରେ ଥିବା ଅସନବାହାଳି ଗାଁକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଯୋଜନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ବନ ବିଭାଗ ସ୍ଥିର କରିଥିବା ସ୍ଥାନକୁ ନେଇ ଏବେ ଗ୍ରାମବାସୀ ଓ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଚାଲିଛି ଚକାପଞ୍ଝା । ଘଞ୍ଚ ଜଙ୍ଗଲ ଭିତରେ ଜୀବନ ଧାରଣ କରିବା କଷ୍ଟକର ହୋଇ ପଡିବାରୁ ଲୋକେ ନିଜେ ଅନ୍ୟତ୍ର ଚାଲିଯିବାକୁ ବିଭାଗକୁ ଗୁହାରି କରିଥିଲେ। କିନ୍ତୁ ବିଭାଗ ସେମାନଙ୍କୁ ପୁଣି ଏକ ଜଙ୍ଗଲ ନିକଟରେ ଥଇଥାନ କରିବାକୁ ସ୍ଥିର କରିଥିବାରୁ ଦେଖା ଦେଇଛି ବିବାଦ ।

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଭିତରେ ଥିବା ଅସନବାହାଳି ଗାଁକୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବ ବନ ବିଭଗ । ଏଥିପାଇଁ ବିଭଗ ପକ୍ଷରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇ ସାରିଛି । ଏହି ଗାଁରେ ରୁହନ୍ତି ୩୦ ଟି ପରିବାରର ୨୦୦ରୁ ଅଧିକ ଲୋକ। ଟିକରପଡ଼ା ରାସ୍ତାର ତରଭା ଠାରୁ ଘଞ୍ଚ ଜଙ୍ଗଲ ଭିତରେ ପ୍ରାୟ ୬କିମି ଗଲେ ପଡେ ଏହି ଗାଁ । ଗାଁ ଚାରି ପାଖରେ ପାହାଡ଼ ଓ ଜଙ୍ଗଲ । ବନ୍ୟ ଜନ୍ତୁଙ୍କ ଚରା ଭୂଇଁ । ଗାଁରେ ନା ଅଛି ବିଜୁଳି ଆଲୁଅ ନା ଅଛି ପାନୀୟ ଜଳ ସୁବିଧା । ପିଲାଙ୍କ ପାଠ ପଢିବା କଥା ନକହିବା ଭଲ । ବନ ବିଭାଗର କିଛି କାମ ମିଳିଲେ କରନ୍ତି ନ ହେଲେ ନାହଁ। ଯାହା ଚାଷବାସ କରନ୍ତି ସେ ସବୁ ବନ୍ୟଜନ୍ତୁଙ୍କ ମୁହଁରୁ ମିଳିବା କଷ୍ଟକର ହୋଇପଡେ । ଏଭଳି ଅବ୍ୟବସ୍ଥାରେ ରହୁଛନ୍ତି ଏହି ଗାଁ ଲୋକେ, ଯାହାଙ୍କ କଥା ବୁଝିବାକୁ କେହି ନାହିଁ। କହିବାକୁ ଗଲେ ଜଙ୍ଗଲ ଭିତରେ ଜଙ୍ଗଲୀଙ୍କ ଭଳି ବଞ୍ଚୁଛନ୍ତି ଏମାନେ। ଏହି ସବୁ ଅସୁବିଧା କାରଣରୁ ଏମାନେ ଅନ୍ୟତ୍ର ଥଇଥାନ ପାଇଁ ନିଷ୍ପତ୍ତି ନେଇଥିବା ବେଳେ ବନ ବିଭଗ ପ୍ରକ୍ରିୟା ଆରମ୍ଭ କରି ଏବେ ଅଧାରେ ଅଟକାଇ ରଖିଛି ଗାଁ ଥଇଥାନ ପ୍ରକ୍ରିୟା ।

ଏହି ଗାଁ ଲୋକଙ୍କୁ ଅନ୍ୟତ୍ର ଥଇଥାନ ପାଇଁ ବନ ବିଭାଗ ତରଫରୁ ରୋଡ଼ସିଙ୍ଗା ଠାରେ ୨୦ ଏକର ଜମି ଚିହ୍ନଟ କରିଛି ବିଭାଗ । ଗାଁରେ ମୂଳ ପରିବାର ୩୦ ହୋଇଥିଲେ ମଧ୍ୟ ୧୮ବର୍ଷରୁ ଉର୍ଦ୍ଧ୍ବ ପ୍ରତ୍ୟକଙ୍କୁ ଗୋଟିଏ ଗୋଟିଏ ପରିବାର ଭାବେ କ୍ଷତିପୂରଣ ଦେବାକୁ ନିଷ୍ପତି ହୋଇଛି। ପ୍ରତ୍ୟେକ ପରିବାରକୁ ୧୦ ଲକ୍ଷ ଟଙ୍କା, ଆବାସ ଯୋଜନାରେ ଘର, ବିଦ୍ୟୁତ, ପାନୀୟ ଜଳ, ଖେଳ ପଡିଆ, କୋଠା ଘର ସବୁ ସୁବିଧା ଦିଆଯିବା ପାଇଁ ନିଷ୍ପତ୍ତି ହୋଇଛି। କିନ୍ତୁ ରୋଡ଼ସିଙ୍ଗା ମଧ୍ୟ ଘଞ୍ଚ ଜଙ୍ଗଲକୁ ଲାଗିଛି । ହାଟ ବଜାର ଠାରୁ ବହୁତ ଦୂର । ମଜୁରୀ କରିବାକୁ ହେଲେ ଜଙ୍ଗଲ ଭିତରେ ବହୁ ଦୂରକୁ ଯିବାକୁ ପଡ଼ିବ। ଏହା ଛଡା ରୋଡ଼ସିଙ୍ଗା ଆଖପାଖରେ ଥିବା ଗ୍ରାମବାସୀ ସେମାନଙ୍କୁ ବିରୋଧ କରୁଥିବାରୁ ଭବିଷ୍ୟତରେ ଗଣ୍ଡଗୋଳ ଆଶଙ୍କା ରହିଛି। ଏହି ସବୁ ଦୃଷ୍ଟିରୁ ଅସନବାହାଳି ଗ୍ରାମବାସୀ ବନ ବିଭାଗ ଦ୍ଵାରା ସ୍ଥିର କରା ଯାଇଥିବା ରୋଡ଼ସିଙ୍ଗା ଯିବାକୁ ନାରାଜ ହେଉଛନ୍ତି । ସେମାନଙ୍କ କହିବା କଥା ଜଙ୍ଗଲ ଭିତରେ ଅସୁବିଧା ହେବାରୁ ଅନ୍ୟତ୍ର ଯିବାକୁ ଗୁହାରି କଲେ । ହେଲେ ବନ ବିଭାଗ ସେମାନଙ୍କୁ ପୁଣି ଏକ ଜଙ୍ଗଲ ଭିତରକୁ ଠେଲି ଦେବାକୁ ଚାହୁଁଛନ୍ତି । ତେଣୁ ସେମାନେ ବିସ୍ଥାପିତ ହେବାକୁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ଚାହିଦା ମୁତାବକ ସ୍ଥାନ ନହେଲେ ଆଦୌ ଯିବେ ନାହିଁ ବୋଲି ସିଧା ଶୁଣାଇ ଦେଇଛନ୍ତି ।

ଅନ୍ୟପଟେ ଏହି ଗାଁ ଅନ୍ୟତ୍ର ଥଇଥାନ ହେଲେ ପ୍ରକଳ୍ପ ପାଇ ପଥ ଆହୁରି ସୁଗମ ହେବେ ଓ ସରକାରୀ ସୁବିଧାରୁ ବଞ୍ଚିତ ଲୋକେ ପାଇବେ ସେମାନଙ୍କ ମୌଲିକ ସୁବିଧା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.