ଅନୁଗୋଳ: ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍ । କିରାଣୀ ରୋହିତେଶ୍ବ ବାଗ। ଅନୁଗୋଳ ସବ ଡିଭିଜନ କାର୍ଯ୍ୟାଳୟରେ କିରାଣୀ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ବିରୁଦ୍ଧରେ ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ହୋଇ ଆଜି(ମଙ୍ଗଳବାର) ସକାଳୁ ଭିଜିଲାନ୍ସ କଟକ ଡିଭିଜନର ଅଧିକାରୀମାନେ ଏକାକାଳୀନ ୭ଟି ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି ।
ଅନୁଗୁଳ ସରକାରୀ ବାସ ଭବନ, କାର୍ଯ୍ୟାଳୟ, ପୈତୃକ ବାସ ଭବନ, ନୂଆସାହି ଆଠମଲ୍ଲିକ ଆଦି ସ୍ଥାନରେ ଚଢ଼ାଉ ଚାଲିଛି । ତାଙ୍କର ବୌଦ୍ଧ ଜିଲ୍ଲାରେ ଏକ ପାଣି ବଟଲିଂ କାରଖାନା ଓ ଆଠମଲ୍ଲିକରେ ଏକ କୁକୁଡ଼ା ଫାର୍ମ ମଧ୍ୟ ରହିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ