ETV Bharat / state

ଲାଞ୍ଚ ନେଇ ଧରାପଡ଼ିଲେ ପଞ୍ଚାୟତ GRS, ଗିରଫ କଲା ଭିଜିଲାନ୍ସ - ଅନୁଗୋଳ ପଞ୍ଚାୟତ ଜିଆରଏସ ଗିରଫ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନାଁରେ ଲାଞ୍ଚ କରାବାର। ଘରର ଫାଇନାଲ ବିଲ ସହ ବୋନସ ଅର୍ଥ ଦେବାପାଇଁ ମାଗୁଥିଲେ ଲାଞ୍ଚ। ତେବେ ଲାଞ୍ଚ ନେବା ବେଳେ ଧରାପଡ଼ିଲେ ପଞ୍ଚାୟତ GRS। ଅଧିକ ପଢ଼ନ୍ତୁ

ଲାଞ୍ଚ ନେଇ ଧରାପଡ଼ିଲେ ପଞ୍ଚାୟତ GRS
ଲାଞ୍ଚ ନେଇ ଧରାପଡ଼ିଲେ ପଞ୍ଚାୟତ GRS
author img

By ETV Bharat Odisha Team

Published : Sep 22, 2023, 9:59 PM IST

ଲାଞ୍ଚ ନେଇ ଧରାପଡ଼ିଲେ ପଞ୍ଚାୟତ GRS

ଅନୁଗୋଳ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନାଁରେ ଲାଞ୍ଚ କରାବାର। ଘରର ଫାଇନାଲ ବିଲ ସହ ବୋନସ ଅର୍ଥ ଦେବାପାଇଁ ମାଗୁଥିଲେ ଲାଞ୍ଚ। ତେବେ ଲାଞ୍ଚ ନେବା ବେଳେ ଧରାପଡ଼ିଲେ ପଞ୍ଚାୟତ GRS। ରେଡ୍‌ ହ୍ୟାଣ୍ଡରେ ଧରିଲା ଅନୁଗୋଳ ଭିଜିଲାନ୍ସ। ସୂଚନା ଅନୁସାରେ, ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତ GRS ଯଦୁମଣି ମାଝୀଙ୍କୁ ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରର ଫାଇନାଲ ବିଲ ସହ ବୋନସ ଅର୍ଥ ଦେବାପାଇଁ ଜଣେ ହିତାଧିକାରୀଙ୍କ ଠାରୁ ଲାଞ୍ଚ ନେଉଥିଲେ ଯଦୁମଣି। ମାଛକୁଟା ପଞ୍ଚାୟତର ପୋଡ଼ପୋଡ଼ା ଗାଁର ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଘର ବିଲ କରିଦେବା ପାଇଁ ଯଦୁମଣି ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । କିନ୍ତୁ ପୂର୍ଣ୍ଣଚନ୍ଦ୍ର ତାଙ୍କୁ ଲାଞ୍ଚ ଦେଇନଥିଲେ। ତେବେ ଘରର ବିଲ କରାଇବା ପାଇଁ ପୂର୍ଣ୍ଣଚନ୍ଦ୍ର ବାରମ୍ବାର ଦୌଡ଼ିବାକୁ ପଡିଥିଲା।ଏହା ପରେ ମଧ୍ୟ ତାଙ୍କ ବିଲ ପାସ ହୋଇ ନଥିଲା । ତେଣୁ ସେ ବାଧ୍ୟ ହୋଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ।

ତେବେ ଆଜି ଭିଜିଲାନ୍ସ ବିଭାଗର ପୂର୍ବ ଯୋଜନା ଅନୁସାରେ ୪ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଯଦୁମଣି ଙ୍କୁ ଭିଜିଲାନ୍ସ ଅଧିକାରୀମାନେ କାବୁ କରିନେଇଥିଲା । ଏହାସହ ତାଙ୍କ ନିକଟରୁ ଲାଞ୍ଚ ନେଇଥିବା ଟଙ୍କା ଜବତ କରିଛନ୍ତି। ସେପଟେ ଏହି ଘଟଣା ପରେ ଯଦୁମଣିଙ୍କ ଘରେ ମଧ୍ଯ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ କରାଯାଇଛି । ଚଢ଼ାଉରୁ ବ୍ଯାଙ୍କ ସମ୍ବନ୍ଧୀୟ କାଗଜପତ୍ର ଓ କିଛି ଟଙ୍କା ମଧ୍ୟ ଜବତ କରାଯାଇଥିବା ସୂଚନା ମିଳିଛି।

ପୂର୍ବରୁ ଆବାସିକ ବିଦ୍ୟାଳୟ ନାଁରେ ଲାଞ୍ଚ କାରବାର ମାମଲାରେ 7 ଜଣ ହେବୱେଟଙ୍କୁ ଧରିଥିଲା ସିବିଆଇ। ସୂଚନା ଅନୁସାରେ କେନ୍ଦ୍ରୀୟ ଆଦିବାସୀ କଲ୍ୟାଣ ବିଭାଗ ଅଧିନରେ ଆଦିବାସୀ ଅଞ୍ଚଳରେ ପିଲାମାନଙ୍କ ପାଠ ପଢ଼ିବା ପାଇଁ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ଖୋଲାଯାଇଥାଏ। ଏନେଇ ଓଡ଼ିଶାରେ ଏପରି ଏକ ଆଦର୍ଶ ବିଦ୍ୟାଳୟ ଟେଣ୍ଡର ପାଇଁ କୋଲକତାର ବ୍ରିଜ୍‌ ଆଣ୍ଡ ରୁଫ କମ୍ପାନୀ ଲିମିଟେଡକୁ ସରକାରୀ କର୍ମଚାରୀଙ୍କ ପାଇଁ ଲାଞ୍ଚ ମଗାଯାଇଥିଲା। ତେବେ ଜଣେ ମଧ୍ୟସ୍ଥି ମାଧ୍ୟମରେ ଏହି ଲାଞ୍ଚ କରାବାର ଚାଲିଥିବା ବେଲେ ସିବିଆଇ ସେମାନଙ୍କୁ ଗିରଫ କରିଥିଲା। ତେବେ ଏଥିରେ 9 ଲକ୍ଷ 96 ହଜାର ଟଙ୍କା ଲାଞ୍ଚ ସହ 2 ଜଣଙ୍କୁ ଗିରଫ କରିଥିଲା ସିବିଆଇ।

ଏହା ମଧ୍ଯ ପଢ଼ନ୍ତୁ.....ଲାଞ୍ଚୁଆ ପୋଲିସ ବାବୁଙ୍କ ଭିଡିଓ ଭାଇରାଲ, ନିଲମ୍ବନ କଲେ ଏସ୍‌ପି

ସ୍କୁଲ ଟେଣ୍ଡର ମାମଲାରେ ଦୁର୍ନୀତି ଅଭିଯୋଗରେ ଦେଶର 6ଟି ବଡ଼ ବଡ଼ ସହର ଅର୍ଥାତ କୋଲକାତା, ଦିଲ୍ଲୀ, ନୋଏଡ଼ା, ମୁମ୍ବାଇ, ନାଗପୁର ଓ ରାଜକୋଟରେ ଚଢ଼ାଉ କରିଥିଲା ସିବିଆଇ। ତେବେ ସେହି ସବୁ ସ୍ଥାନ ଗୁଡ଼ିକରେ ସିବିଆଇ ଏକକାଳୀନ ଚଢ଼ାଉ କରି ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ ଡିଜିଟାଲ ପ୍ରମାଣ ଏବଂ ନଗଦ 26.60 ଲକ୍ଷ ଟଙ୍କା ଜବତ କରିଥିଲା।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.