ETV Bharat / state

ନାଲକୋର ଘରୋଇକରଣକୁ ବିରୋଧ: ବିଭିନ୍ନ ସଂଗଠନର ପ୍ରତିବାଦ - ନାଲକୋର ଘରୋଇ କରଣକୁ ବିରୋଧ

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନବରତ୍ନ କମ୍ପାନୀ ନାଲକୋର ଘରୋଇକରଣକୁ ବିରୋଧ । ପ୍ରତିବାଦରେ ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି HMS ଶ୍ରମିକ ସଂଗଠନର କର୍ମକର୍ତ୍ତା । ଅଧିକ ପଢନ୍ତୁ

ନାଲକୋର ଘରୋଇ କରଣକୁ ବିରୋଧ: ବିଭିନ୍ନ ସଂଗଠନର ପ୍ରତିବାଦ

author img

By

Published : Jan 13, 2022, 5:19 PM IST

ଅନୁଗୋଳ: ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନବରତ୍ନ କମ୍ପାନୀ ନାଲକୋର ଘରୋଇକରଣକୁ ବିରୋଧ । ପ୍ରତିବାଦରେ ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି HMS ଶ୍ରମିକ ସଂଗଠନର କର୍ମକର୍ତ୍ତା । କେନ୍ଦ୍ର ସରକାର ଏବେ ପୁଣି ଥରେ ନାଲକୋରୁ ପୁଞ୍ଜି ପ୍ରତ୍ୟାହାର କରିବାକୁ ଯୋଜନା କରୁଛନ୍ତି । ଯାହା କରାଗଲେ କମ୍ପାନୀର ନିଜସ୍ଵ ପୁଞ୍ଜି କମିଯିବ ଓ ଏହା ଘରୋଇ କମ୍ପାନୀ ମାଲିକାନାକୁ ଚାଲିଯିବ ।

ନାଲକୋର ଘରୋଇ କରଣକୁ ବିରୋଧ: ବିଭିନ୍ନ ସଂଗଠନର ପ୍ରତିବାଦ

ଯାହାର ବିରୋଧ କରିଛନ୍ତି ଅନୁଗୋଳ ନାଲକୋର ବିଭିନ୍ନ ଶ୍ରମିକ ସଂଗଠନ । ଆଜି(ଗୁରୁବାର) ହିନ୍ଦ ମଜଦୁର ସଭାର କର୍ମକର୍ତ୍ତାମାନେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ସରକାର ଏକ ଲାଭଦାୟକ କମ୍ପାନୀକୁ ଏବେ ଯେଉଁଭଳି ଭାବେ ବିକ୍ରି କରିବାକୁ ନିଷ୍ପତ୍ତି କରିଛନ୍ତି ତା’ର ପୁନଃ ବିଚାର କରନ୍ତୁ ବୋଲି ଦାବି କରିଛନ୍ତି ସଂଗଠନ କର୍ମକର୍ତ୍ତା । ଏହି ଆନ୍ଦୋଳନରେ NPEU, NNEU, NNMS ଓ NNS ଭଳି ଶ୍ରମିକ ସଂଗଠନମାନେ ସାମିଲ ହୋଇଥିଲେ । ତୁରନ୍ତ ସରକାର ନିଷ୍ପତ୍ତି ବଦଳାନ୍ତୁ ବୋଲି ସେମାନେ ଦାବି କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.