ETV Bharat / state

ଅନୁଗୋଳରେ କୋହଳ ହେଲା କଟକଣା, ସନ୍ଧ୍ୟାରେ ଖୋଲିଲା ଦୋକାନ

author img

By

Published : Sep 1, 2020, 9:19 PM IST

ପ୍ରାୟ 5 ମାସରୁ ଉର୍ଦ୍ଧ୍ବ ସମୟ ପରେ ଅନୁଗୋଳ ସହରରେ ରାତ୍ରି ସମୟରେ ଖୋଲିଲା ଦୋକାନ ବଜାର ।

UnLock-4: Anugul Market open in eveving after 5 Months
ଅନୁଗୋଳରେ କୋହଳ ହେଲା କଟକଣା, ସନ୍ଧ୍ୟାରେ ଖୋଲିଲା ଦୋକାନ

ଅନୁଗୋଳ: ପ୍ରାୟ 5 ମାସରୁ ଉର୍ଦ୍ଧ୍ବ ସମୟ ପରେ ଅନୁଗୋଳ ସହରରେ ରାତ୍ରି ସମୟରେ ଖୋଲିଲା ଦୋକାନ ବଜାର । କୋରୋନା କଟକଣା ମଧ୍ୟରେ ଆଜି ଅନୁଗୋଳ ସହର ସମେତ ଜିଲ୍ଲାରେ କଟକଣା ସାମାନ୍ୟ କୋହଳ କରାଯାଇଛି । ପୂର୍ବରୁ ଦୋକାନ ବଜାର ଖୋଲିବାକୁ ଦିନରେ ଅନୁମତି ଥିବା ବେଳେ ଦୀର୍ଘ ସାଢ଼େ ପାଞ୍ଚ ମାସ ପରେ ସେଥିରେ ପରିବର୍ତ୍ତନ ହୋଇଛି ।

ରାଜ୍ୟ ସରକାର କୋରୋନା ମୁକାବିଲା ସହିତ ଅନଲକ-4 କଟକଣା ଜାରି କରିଛନ୍ତି । ଅନୁଗୋଳ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶନାମାକୁ କାଯ୍ୟକାରୀ କରିଛି । ଜିଲ୍ଲାରେ ରାତ୍ରି କର୍ଫ୍ୟୁକୁ ହଟାଯାଇଥିବା ବେଳେ ଦୋକାନ ବଜାର ଖୋଲିବା କଟକଣା ହଟାଇ ଦିଆଯାଇଛି ।

କେବଳ ଭିଡ଼ ନ କରିବା ସହ ସାମାଜିକ ଦୂରତା ମାନିବା ଓ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । କଟକଣା ହଟିଥିବାରୁ ସନ୍ଧ୍ୟାରେ କେତେକ ଦୋକାନ ଖୋଲିଥିବା ଦେଖିବାକୁ ମିଳିଛି । ମାତ୍ର ବଜାରରେ ଗ୍ରାହକ ନଥିବା ଦେଖିବାକୁ ମିଳିଛି । ଲୋକେ ପୂର୍ବପରି କଟକଣାକୁ ମାନି ଘରୁ ବାହାରି ନଥିବା ଦେଖିବାକୁ ମିଳିଛି ।

ଜିଲ୍ଲାରେ କୋରୋନା ସ୍ଥିତି ଦିନକୁ ଦିନ ବୃଦ୍ଧି ପାଉଥିବାରୁ ପରବର୍ତ୍ତୀ ସମୟରେ ପ୍ରଶାସନ ପକ୍ଷରୁ ପୁନଃ କଟକଣା ଲାଗୁ କରିବା ସମ୍ଭାବନା ରହିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.