ETV Bharat / state

ଉପାନ୍ତ ଇଲାକାରେ ନିଆରା ପ୍ରଚାର

ନିର୍ବାଚନୀ ତାରିଖ ଆସନ୍ନ। ଏନେଇ ରୋଡ ଶୋ ଓ ସଭା ମାଧ୍ୟମରେ ଚାଲିଛି ନେତାଙ୍କର ଜୋରସୋର ପ୍ରଚାର । ଏପଟେ ଉପାନ୍ତ ଇଲାକାରେ ନିଜ ନିର୍ବାଚନୀ ମୁଦ୍ଦା ନେଇ ପହଞ୍ଚିଛନ୍ତି ବିଜେପିର ବିଧାୟକ ପ୍ରାର୍ଥୀ ଭାଗିରଥୀ ପ୍ରଧାନ।

author img

By

Published : Apr 16, 2019, 8:54 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ପାଖେଇ ଆସୁଛି ନିର୍ବାଚନୀ ତାରିଖ। ଏନେଇ ରୋଡ ଶୋ ଓ ସଭା ମାଧ୍ୟମରେ ଚାଲିଛି ନେତାଙ୍କର ଜୋରସୋର ପ୍ରଚାର। ଏମିତିରେ ଉପାନ୍ତ ଇଲାକାରେ ନିଜ ନିର୍ବାଚନୀ ମୁଦ୍ଦା ନେଇ ପହଞ୍ଚିଛନ୍ତି ବିଜେପିର ବିଧାୟକ ପ୍ରାର୍ଥୀ ଭାଗିରଥୀ ପ୍ରଧାନ। ତେବେ ଶୁଣନ୍ତୁ କ’ଣ ରହିଛି ତାଙ୍କର ମୁଖ୍ୟ ନିର୍ବାଚନୀ ମୁଦ୍ଦା ? କିପରି ଚାଲିଛି ଉପାନ୍ତ ଇଲାକାରେ ନିର୍ବାଚନୀ ପ୍ରଚାର ?

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ନିଜ ନିର୍ବାଚନୀ ମୁଦ୍ଦା ନେଇ ଭାଗିରଥୀ ପହଞ୍ଚିଥିଲେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ଉପାନ୍ତ ଅଞ୍ଚଳ ତଥା ସାତକୋଶିଆ ଅଭୟାରଣ୍ୟର ଶେଷ ସୀମା ବିନକେଇ ଗାଁରେ। କିଛି ଦିନ ତଳେ ଏହି ଅଞ୍ଚଳରେ ବାଘୁଣୀ ଆତଙ୍କ ଖେଳି ଯାଇଥିବା ବେଳେ ଏବେ କିନ୍ତୁ ନିର୍ବାଚନ ପାଇଁ ଏଠାରେ ଦେଖିବାକୁ ମିଳିଛି ସରଗରମ ମାହୋଲ। ତେବେ ଭାଗିରଥୀଙ୍କ କହିବା ଅନୁଯାୟୀ ଏହି ଅଞ୍ଚଳରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ବୋହିଯାଇଛି ମହାନଦୀ । ହେଲେ ଏବେ ବି ଜଳକଷ୍ଟ ଭୋଗୁଛନ୍ତି ଅଞ୍ଚଳବାସୀ।

ତେଣୁ କ୍ଷମତାକୁ ଆସିଲେ ପ୍ରଥମେ ଅଞ୍ଚଳବାସୀଙ୍କ ଜଳକଷ୍ଟ ସମସ୍ୟା ଦୂର କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଭାଗିରଥୀ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:

ନବୀନଙ୍କ ରାଜ୍ୟରେ ଯୋଗୀଙ୍କ ଗର୍ଜନ

ଅନୁଗୋଳ: ଜିଲ୍ଲାରେ ଗର୍ଜିଲେ ୟୁପି ସିଏମ ଯୋଗୀ ଆଦିତ୍ୟନାଥ । ନିର୍ବାଚନ ପ୍ରଚାରରେ ଆସି ରାଜ୍ୟ ସରକାର ଓ କଂଗ୍ରେସ ଉପରେ ଗର୍ଜିଛନ୍ତି ଯୋଗୀ ଆଦିତ୍ୟ ନାଥ। ଆଜି ଅପରାହ୍ନରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଅନୁଗୋଳରେ ପହଞ୍ଚି ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ ।

ନବୀନଙ୍କ ରାଜ୍ୟରେ ଜୋରଦାର ବର୍ଷିଛନ୍ତି ଯୋଗୀ। କହିଛନ୍ତି ଯେ, 'ପ୍ରାକୃତିକ ସମ୍ପଦରେ ଭରପୁର ଓଡ଼ିଶାକୁ ଚଳାଇବାକୁ ଉଚିତ ନେତୃତ୍ଵ ନଥିବାରୁ ଏଠାରେ ବେରୋଜଗାରୀ ବଢିଛି । ଯୁବଶକ୍ତି ବାହାର ରାଜ୍ୟରେ ଦାଦନ ଖଟୁଛି । କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଯୋଗୁଁ ଦେଶର ଉନ୍ନତି ହୋଇଛି'। 

ରେଳପଥ ସମ୍ପ୍ରସାରଣ ଠାରୁ ଉଡାଣ ଯୋଜନା ଦେଶରେ କାର୍ଯ୍ୟକାରୀ ହେଉଛି । ଆତଙ୍କବାଦୀ ଦମନ ପାଇଁ ଶତ୍ରୁ ଦେଶରେ ପଶି ଆମ ସେନା ନିପାତ କରିପାରିଛି। କୃଷକ, ଶ୍ରମିକ, ମହିଳା ସମସ୍ତଙ୍କ ଉନ୍ନତି ପାଇଁ ଯୋଜନା କାର୍ଯ୍ୟକାରୀ ହେଉଛି। ସାରା ଦେଶ ଏବେ ଚାହୁଁଛି ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ। 

ଓଡ଼ିଶାରେ ମଧ୍ୟ ବିଜେପି ସରକାର କରିବାକୁ ଯାଉଛି। ଡବଲ ଇଞ୍ଜିନ ସରକାର ହେଲେ ଦେଶର ଉନ୍ନତି ହେବା ସହ ଓଡ଼ିଶାର ମଧ୍ୟ ଉନ୍ନତି ହେବ । ତେଣୁ ସମସ୍ତ ଏମପି ପ୍ରାର୍ଥୀଙ୍କୁ ପଦ୍ମ ଫୁଲ ଚିହ୍ନରେ ଭୋଟ ଦେଇ ବିଜୟୀ କରାଇବା ସହ ସବୁ ବିଧାୟକ ପ୍ରାର୍ଥୀଙ୍କୁ ମଧ୍ୟ ଜିତାଇଲେ ଡବଲ ଇଞ୍ଜିନ ସରକାର ଚାଲିପାରିବ ବୋଲି ଯୋଗୀ ଲୋକଙ୍କୁ ନିବେଦନ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.