ଅନୁଗୋଳ: ମିଳିତ ଟ୍ରେଡ଼ ୟୁନିୟନର ବିକ୍ଷୋଭ ଓ ପ୍ରତିବାଦ । ବିଭିନ୍ନ ଦାବିକୁ ନେଇ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ପକ୍ଷରୁ ବୁଧବାର ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି ।
ବିଏମଏସ ବ୍ୟତୀତ ସମସ୍ତ ଶ୍ରମିକ ସଂଗଠନ ଏହି ପ୍ରତିବାଦରେ ସାମିଲ ହୋଇଥିଲେ । କେନ୍ଦ୍ର ସରକାରଙ୍କ ଶ୍ରମ ଆଇନ ସଂଶୋଧନ ଓ ରାଷ୍ଟ୍ରାୟତ ଉଦ୍ୟୋଗରୁ ହେଉଥିବା ପୁଞ୍ଜି ପ୍ରତ୍ୟାହାର ପ୍ରତିବାଦରେ ଏହି ବିକ୍ଷୋଭ କରାଯାଇଛି । ଏନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ