ETV Bharat / state

ଅନୁଗୋଳ ଦେଇ ଗଡ଼ିଲା ବନ୍ଦେ ଭାରତ, ଟ୍ରେନରେ ଯାତ୍ରା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

author img

By ETV Bharat Odisha Team

Published : Sep 24, 2023, 10:26 PM IST

ଭୁବନେଶ୍ୱର ରେଳ ଷ୍ଟେସନରୁ ଟ୍ରେନରେ ବସି ଅନୁଗୋଳ ପର୍ଯ୍ୟନ୍ତ ଯାତ୍ରା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

ବନ୍ଦେ ଭାରତରେ ଯାତ୍ରା କରି ଅନୁଗୋଳରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ: ଆଜି ଓଡ଼ିଶାରେ ଗଡ଼ିଛି ବନ୍ଦେ ଭାରତର ଦ୍ବିତୀୟ ଟ୍ରେନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାକୁ ଭର୍ଚୁଆଲ ମୋଡରେ ଉଦଘାଟନ କରିଥିଲେ । ଭୁବନେଶ୍ୱର ରେଳ ଷ୍ଟେସନରେ ଏହି କାର୍ଯ୍ୟକ୍ରମ ସାମିଲ ହେବା ସହ ଟ୍ରେନରେ ଅନୁଗୋଳ ପର୍ଯ୍ୟନ୍ତ ଯାତ୍ରା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନୁଗୋଳ ଓ ତାଳଚେର ରୋଡ଼ ଷ୍ଟେସନରେ ଅନୁଗୋଳ ଦେଇ ଚାଲିବାକୁ ଥିବା ବନ୍ଦେ ଭାରତ ଟ୍ରେନକୁ ସ୍ବାଗତ କରିବା ପାଇଁ ଶତାଧିକ ଲୋକ ଏକାଠି ହୋଇଥିଲେ । ଫୁଲ ପକାଇ ଟ୍ରେନକୁ ସ୍ୱାଗତ କରିଛନ୍ତି ଜିଲ୍ଲାବାସୀ।

ଏହି ଟ୍ରେନ ପୁରୀରୁ-ରାଉରକେଲା ଅଭିମୁଖେ ଯାତ୍ରା କରିଛି । ପୂର୍ବ ଓଡିଶା ସହ ପଶ୍ଚିମକୁ ଯୋଡିବା ଏବଂ ବିଶେଷ କରି ତିନିଟି ଶିଳ୍ପ ନଗରୀ ସହ ଏହି ଟ୍ରେନ ଯୋଡି ହୋଇଥିବାରୁ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ଟ୍ରେନରେ ଯାତ୍ରାକରି ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳରେ ପହଞ୍ଚିଥିଲେ । ସେଠାରେ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ଗହଣରେ ପୁଣି ଥରେ ଔପଚାରିକ ଭାବେ ପତାକା ଦେଖାଇ ଟ୍ରେନର ଆରମ୍ଭ କରିଥିଲେ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ‘‘ମୋଦି ସରକାର ଅନେକ ଐତିହାସିକ ପଦକ୍ଷେପ ନେଇଛନ୍ତି । ଯେଉଁଥିରେ ସାମିଲ ହୋଇଛି ଓଡ଼ିଶା । ବିକାଶ ଏହି ମାହା ସୂତ୍ରରେ ରାଜ୍ୟକୁ ଯୋଡ଼ା ଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜ୍ଞାପନ କରୁଛି । ଆଜି ଆରମ୍ଭ ହୋଇଥିବା ଟ୍ରେନ ଖୁବଶୀଘ୍ର ଚଳାଚଳ ଆରମ୍ଭ କରିବ । ମହିଳା ସଂରକ୍ଷଣ ବିଲ ଓ ବିଶ୍ଵକର୍ମା ଯୋଜନା ଦେଶବାସୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । କେନ୍ଦ୍ରସରକାର ଓ ପ୍ରଧାନମନ୍ତ୍ରୀ ସର୍ବଦା ଜନହିତ କାର୍ଯ୍ୟ ପାଇଁ ଆଗଭର ରହିଅସିଛନ୍ତି ।’’

ଏହା ମଧ୍ୟ ପଢନ୍ତୁ...ପୁରୀରୁ ରାୟପୁରକୁ ବନ୍ଦେ ଭାରତ ଚଳାଚଳ ପାଇଁ ଦାବି, ସମୟ ଆସିଲେ ନିଶ୍ଚିତ ଗଡିବ କହିଲେ ଧର୍ମେନ୍ଦ୍ର

ପୁରୀରୁ ରାଉରକେଲା ପର୍ଯ୍ୟନ୍ତ 7 ଘଣ୍ଟା 45 ମିନିଟରେ 505 କିଲୋମିଟର ଦୂରତା ଅତିକ୍ରମ କରିବ ଏହି ଟ୍ରେନ । ଟ୍ରେନ୍ ସଂଖ୍ୟା 20836 ପୁରୀ- ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ସକାଳ 5ଟାରୁ ଯାତ୍ରା ଆରମ୍ଭ କରିବ ଏବଂ ସେହି ଦିନ 12: 45ରେ ରାଉରକେଲାରେ ପହଞ୍ଚିବ । 20835 ରାଉରକେଲା- ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ 2ଟା10ରୁ ରାଉରକେଲା ଛାଡ଼ି ସେହି ଦିନ 9ଟା 40 ମିନିଟରେ ପୁରୀରେ ପହଞ୍ଚିବ । ଏହି ଟ୍ରେନଟି ଖୋର୍ଦ୍ଧା ରୋଡ୍‌, ଭୁବନେଶ୍ୱର, କଟକ, ଢ଼େଙ୍କାନାଳ, ତାଳଚେର ରୋଡ, ଅନଗୁଳ, ରେଢ଼ାଖୋଲ, ସମ୍ବଲପୁର ସହର ଏବଂ ଝାରସୁଗୁଡା ଷ୍ଟେସନରେ ରହିବ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.