ETV Bharat / state

ସମ୍ବଲପୁରରୁ ଲଢିବେ ଧର୍ମେନ୍ଦ୍ର, ଖୋଲାମଞ୍ଚରୁ ଦେଲେ ଇସାରା - HRD Minister

Union Minister Dharmendra Pradhan : ସମ୍ବଲପୁରରୁ ସଂସଦୀୟ କ୍ଷେତ୍ର ରୁ ନିର୍ବାଚନ ଲଢ଼ିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଲୋକ ଙ୍କ ସାମନାରେ ପାର୍ଟିକୁ ଏ ନେଇ ଚିଠି ଲେଖିଥିବା କଥା କହିଲେ କେନ୍ଦ୍ର ମନ୍ତ୍ରୀ । ଅଧିକ ପଢନ୍ତୁ

ସମ୍ବଲପୁରରୁ ଲଢିବେ ଧର୍ମେନ୍ଦ୍ର, ଖୋଲାମଞ୍ଚରୁ ଦେଲେ ଇସାରା

author img

By ETV Bharat Odisha Team

Published : Dec 31, 2023, 11:01 PM IST

ସମ୍ବଲପୁରରୁ ଲଢିବେ ଧର୍ମେନ୍ଦ୍ର, ଖୋଲାମଞ୍ଚରୁ ଦେଲେ ଇସାରା

ଅନୁଗୋଳ : ସମ୍ବଲପୁରରୁ ସଂସଦୀୟ କ୍ଷେତ୍ର ରୁ ନିର୍ବାଚନ ଲଢ଼ିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥର ସେ ସମ୍ବଲପୁର ସଂସଦୀୟ କ୍ଷେତ୍ର ରୁ ନିର୍ବାଚନ ଲଢ଼ିବେ ବୋଲି ପାର୍ଟି କୁ ଚିଠି ଲେଖିଥିବା ଏକ ଖୋଲା ମଞ୍ଚ ରେ କହିଛନ୍ତି । ଅନୁଗୋଳ ଜିଲ୍ଲାର ବଗେଡ଼ିଆ ଠାରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଘୋଷଣା କରିଛନ୍ତି । ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ସିଧାସଳଖ ନିର୍ବାଚନ ଲଢ଼ିବାକୁ ପରୋକ୍ଷରେ ସଂକେତ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆଜି ଅପରାହ୍ନରେ ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀର ବାଗେଡ଼ିଆ ଠାରେ ଅନୁଷ୍ଠିତ ବାଗେଡ଼ିଆ କ୍ରିକେଟ କପ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ସେ କହିଥିଲେ ଯେ, ବାଗେଡ଼ିଆ ଏଭଳି ଏକ ଅଞ୍ଚଳ ଯାହାକି ସମ୍ବଲପୁର ଜିଲାର ସୀମାରେ ରହିଛି । ଅବିଭାଜିତ ଢେଙ୍କାନାଳ ଜିଲ୍ଲାର ଏହା ଏକ ଅଂଶ । ଏଠାରେ ବ୍ୟବସାୟ, ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ଲୋକେ ବହୁତ ଉନ୍ନତ । କେବଳ କ୍ରିକେଟ କାହିଁକି ସମସ୍ତ ପ୍ରକାର କ୍ରୀଡ଼ାରେ ଏଠାକାର ଲୋକଙ୍କ ଆଗ୍ରହ ରହିଛି। ତେଣୁ ମୁଁ ଦଳକୁ ଲେଖି ଦେଇଛି ଯେ ଏ ଅଞ୍ଚଳରୁ ଲଢ଼ିବି ବୋଲି ସ୍ପଷ୍ଟ ଭାବେ କହିଥିଲେ ।

ଏହା ମଧ୍ୟ ପଢନ୍ତୁ ... ସମ୍ବଲପୁରରେ ଗଡିଲା ୩ କୌଶଳ ରଥ, ଯୁବବର୍ଗଙ୍କୁ ଡିଜିଟାଲ ଶିକ୍ଷା ଓ ଦକ୍ଷତା ବଢାଇବା ଲକ୍ଷ୍ୟ

ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀଟି ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରେ ଆସୁଥିବାରୁ ଧର୍ମେନ୍ଦ୍ରଙ୍କ ଏଭଳି ଉକ୍ତି ପରୋକ୍ଷ ଭାବେ ସୂଚାଉଛି ସେ ଆସନ୍ତା ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରୁ ଲଢ଼ିବେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି, ଛେଣ୍ଡିପଦା ବିଜେପି ବିଧାୟକ ପ୍ରାର୍ଥୀ ଅଗସ୍ତି ବେହେରାଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତା ଯୋଗ ଦେଇଥିଲେ । ପୂର୍ବରୁ ଧର୍ମେନ୍ଦ୍ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ରୁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥି ପୂର୍ବରୁ ଘନ ଘନ ଏହି ଅଞ୍ଚଳ କୁ ଗସ୍ତ କରିଥିଲେ ।

ସୂଚନା ଯୋଗ୍ୟ ଯେ ଆଜି ସମ୍ବଲପୁର ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୩ଟି ଅତ୍ୟାଧୁନିକ କୌଶଳ ରଥର ଶୁଭାରମ୍ଭ କରିଛନ୍ତି । ଏ ରଥ ସମ୍ବଲପୁର ସମେତ ଅନୁଗୋଳ, ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗଡ଼ିବ । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ବପ୍ନ ଦେଖିଥିବା ବେଳେ ଦେଶ ପ୍ରଗତିର ପଥରେ ଅଗ୍ରସର ହେଉଛି । ସେହିପରି ପୂର୍ବରୁ ସେ ଢେଙ୍କାନାଳରେ "ଫୁଟବଲ ଫର ସ୍କୁଲ" କାର୍ଯ୍ୟକ୍ରମର ମଧ୍ୟ ଶୁଭାରାମ୍ଭ କରିଥିଲେ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.