ETV Bharat / state

ଢେଙ୍କାନାଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର

author img

By

Published : Dec 25, 2022, 6:51 PM IST

Updated : Dec 25, 2022, 7:01 PM IST

ଢେଙ୍କାନାଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ସହ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ମଧ୍ୟ ଆଜି ଢେଙ୍କାନାଳରେ ପହଞ୍ଚିଥିଲେ। ଉଭୟ ଢେଙ୍କାନାଳ ଭାପୁର ପଶ୍ଚିମେଶ୍ୱର ନିକଟରେ ପ୍ରଧାନମନ୍ତ୍ରୀଙ୍କ ଆୟୋଜିତ ମନ୍ କି ବାତ୍ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଅଧିକ ପଢ଼ନ୍ତୁ

Gautam Gambhir visit Dhenkanal
ଢେଙ୍କାନାଳ ଗସ୍ତରେ ଗୌତମ ଗମ୍ଭୀର
ଢେଙ୍କାନାଳ ଗସ୍ତରେ ଗୌତମ ଗମ୍ଭୀର

ଢେଙ୍କାନାଳ: ଜିଲ୍ଲା ଗସ୍ତରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ତଥା ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସକାଳ ୯.୩୦ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ଦିଲ୍ଲୀ ବିଜେପି ସାଂସଦ ତଥା ଭାରତୀୟ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଢେଙ୍କାନାଳରେ ପହଞ୍ଚିଥଲେ । ଏଠାରେ ପହଞ୍ଚିବା ପରେ ଭାପୁରରେ ଆୟୋଜିତ ପ୍ରଧାନମନ୍ତ୍ରୀଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଅନୁଗୋଳ ଯିବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଓ ପୂର୍ବତନ କ୍ରିକେଟର ପ୍ରଥମେ ଢେଙ୍କାନାଳ ଯାଇଥିଲେ । ଢେଙ୍କାନାଳସ୍ଥିତ ଭାପୁର ପଶ୍ଚିମେଶ୍ୱର ନିକଟସ୍ଥ ଲଷ୍ମୀନାରାୟଣ ପେଟ୍ରୋଲ ପମ୍ପ ପରିସରରେ ଆୟୋଜିତ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସେଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଦିବସ ଅବସରରେ ତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ଲଳିଟେନ୍ଦୁ ବିଦ୍ୟାଧର ମହାପାତ୍ର ଓ ଢେଙ୍କାନାଳ ଜିଲ୍ଲାର ବହୁ ବିଜେପି ନେତା, କର୍ମୀ ଯୋଗ ଦେଇଥିଲେ।

ଏହାପରେ ଉଭୟ କେନ୍ଦ୍ରମନ୍ତ୍ରୀ ଓ ଗୌତମ ଗମ୍ଭୀର ଅନୁଗୋଳ ଅଭିମୁଖେ ବାହାରି ଯାଇଥିଲେ । ଅନୁଗୋଳ କ୍ରିକେଟ ଆସୋସିଏସନର ରଜତ ଜୟନ୍ତୀ ଉତ୍ସବରେ ଯୋଗ ଦେଇଥିଲେ । ଅନୁଗୋଳ କଦମ ପଡିଆରେ ଆୟୋଜିତ ଜିଲ୍ଲା କ୍ରିକେଟ୍ ଆସୋସିଏସନର ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚର ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ଉଭୟ କେନ୍ଦ୍ରମନ୍ତ୍ରୀ ଓ ପୂର୍ବତନ କ୍ରିକେଟର ।

ଇଟିଭି ଭାରତ, ଅନୁଗୋଳ

Last Updated : Dec 25, 2022, 7:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.