ETV Bharat / state

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ଦିନିକିଆ ଅନୁଗୋଳ ଗସ୍ତ - ବିଶେଶ୍ବର ଟୁଡୁ ଦିନିକିଆ କଣିହା ବ୍ଲକ ଗସ୍ତ

କେନ୍ଦ୍ର ଜଳ ଶକ୍ତି ଓ ଜନଜାତି କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଇଂ ବିଶେଶ୍ବର ଟୁଡୁଙ୍କ ଦିନିକିଆ ଅନୁଗୋଳ ଗସ୍ତ । ଜିଲ୍ଲାର କଣିହାଁ ବ୍ଲକ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅଧିକ ପଢନ୍ତୁ

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ଦିନିକିଆ ଅନୁଗୋଳ ଗସ୍ତ

author img

By

Published : Oct 18, 2022, 10:49 AM IST

ଅନୁଗୋଳ: କେନ୍ଦ୍ର ଜଳ ଶକ୍ତି ଓ ଜନଜାତି କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ଅନୁଗୋଳ ଗସ୍ତ । ରାଷ୍ଟ୍ର ମନ୍ତ୍ରୀ ଇଂ ବିଶେଶ୍ବର ଟୁଡୁ ଦିନିକିଆ କଣିହା ବ୍ଲକ ଗସ୍ତ କରିଛିନ୍ତି । ଏଥିସହ ଜିଲ୍ଲାର କଣିହାଁ ବ୍ଲକ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସୂଚନା ଅନୁଯାୟୀ, ଜଳ ଶକ୍ତି ମନ୍ତ୍ରୀ ବିଶେଶ୍ବର ଟୁଡୁ ଅନୁଗୋଳ ଗସ୍ତ କରି କଣିହାଁ ବ୍ଲକ ର ବୁଡି ଅଞ୍ଚଳ ପରିଦର୍ଶନ କରିଥିଲେ । ଏହାପରେ ଗହମ, ସିପୁର, କୁସୁମପାଳ, ନାଲମା, ତାଳପଦ ଏବଂ ଦୁର୍ଗାପୁର ଗାଁରେ ସମଲ ବ୍ୟାରେଜ କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟି ଆଲୋଚନା କରିଥିଲେ ।

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ଦିନିକିଆ ଅନୁଗୋଳ ଗସ୍ତ

ଏଥିସହ ବ୍ୟାରେଜ ଅତିଥି ନିବାସରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ, କଣିହାଁ ତହସିଲଦାର, ସମଲ ଜଳ ବିଭାଗ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ଅପରାହ୍ନରେ ରେଙ୍ଗାଲିଠାରେ ହାଇଡ୍ରୋ ପାୱାର ଗ୍ରୀଡ ଅଧିକାରୀଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ । ସେହିପରି ସନ୍ଧ୍ୟାରେ ଖମାର ଶୁଲିଆ ବଜାର ଲକ୍ଷ୍ମୀ ପୂଜାରେ ମା'ଙ୍କ ଦର୍ଶନ କରିଥିବା ନେଇ ସୂଚନା ମିଳିଛି ।

ଏନେଇ କେନ୍ଦ୍ର ମନ୍ତ୍ରୀ ବିଶେଶ୍ବର ଟୁଡୁ କହିଛନ୍ତି, "ଆଜି ଆମେ ପାଖାପାଖି ୪ଟା ଗ୍ରାମ ବୁଲି ସାରିଲୁଣି । ଏନେଇ ଗାଁ ର ଅସୁବିଧା ବିଷୟରେ ମଧ୍ୟ ଅନେକ ଅଭିଯୋଗ ଆସିଛି । ଏଥିସହ ଲିଖିତ ଆକାରରେ ମଧ୍ୟ ଅଭିଯୋଗ କରିଛନ୍ତି । ତେବେ ଆଗରୁ ସରକାରଙ୍କ ତରଫରୁ କଣ ସବୁ ପଦକ୍ଷେପ ନିଆଯାଇଛି ସେ ବିଷୟରେ ବିଧିବଦ୍ଧ ଭାବରେ ଆଲୋଚନା କରାଗଲା ।"

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.