ETV Bharat / state

ବାଜିରାଉତ ଛାତ୍ରାବାସ ଆମ ଓଡ଼ିଆଙ୍କ ଶ୍ରଦ୍ଧାର କେନ୍ଦ୍ର: ଧର୍ମେନ୍ଦ୍ର ପ୍ରଧାନ - ବାଜିରାଉତ ଛାତ୍ରବାସ

ମାଳତୀ ଦେବୀ ଆଶ୍ରମ ଓ ବାଜି ରାଉତ ଛାତ୍ରାବାସ ହେଉଛି ରାଷ୍ଟ୍ର ପାଇଁ ଏକ ଶ୍ରଦ୍ଧାର କେନ୍ଦ୍ର । ରାଜନୀତି ଓ ସମର୍ପିତ ରାଜନୀତିର ପ୍ରତ୍ୟକ୍ଷ ମନ୍ଦିର ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢ଼ନ୍ତୁ

ବାଜିରାଉତ ଛାତ୍ରାବାସ ଆମ ଓଡ଼ିଆଙ୍କ ଶ୍ରଦ୍ଧାର କେନ୍ଦ୍ର

author img

By

Published : May 21, 2023, 7:52 PM IST

ମାଳତୀ ଦେବୀ ଆଶ୍ରମ ଓ ବାଜି ରାଉତ ଛାତ୍ରାବାସ ହେଉଛି ରାଷ୍ଟ୍ର ପାଇଁ ଏକ ଶ୍ରଦ୍ଧାର କେନ୍ଦ୍ର

ଅନୁଗୋଳ: ଦିନିକିଆ ଅନୁଗୋଳ ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଗସ୍ତ ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀଙ୍କ ଦ୍ଵାରା ସ୍ଥାପିତ ବାଜିରାଉତ ଛାତ୍ରବାସ ବୁଲି ଦେଖିଛନ୍ତି । ନିକଟରେ ବାଜିରାଉତ ଛାତ୍ରବାସର ବିଭିନ୍ନ ଅବ୍ୟବସ୍ଥା ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ମନ୍ତ୍ରୀ ନିଜସ୍ଵ ପାଣ୍ଠିରୁ 25 ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଥିଲେ । ତେବେ କିଭଳି ଅଛି ଏହି ମହାନ ଅନୁଷ୍ଠାନର ସ୍ଥିତି ସେ ଆଜି ନିଜେ ତାହା ବୁଲି ଦେଖିଛନ୍ତି । ଏହାସହ କିଭଳି ଏହାର ଉନ୍ନତି କରିହେବ ସେ ନେଇ ପଦକ୍ଷେପ ନେବେ ବୋଲି କହିଛନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଆଶ୍ରମ ପରିସରରେ ଥିବା ସ୍ୱର୍ଗତ ନବକୃଷ୍ଣ ଚୌଧୁରୀ ଓ ସ୍ୱର୍ଗତ ମାଳତୀ ଚୌଧୁରୀଙ୍କ ପୁଣ୍ୟ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଛାତ୍ରାବାସ ଓ ଆଶ୍ରମର ଉନ୍ନତି ଏବଂ ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ମାଳତୀ ଦେବୀଙ୍କ ଦାୟାଦ ଓ ଆଶ୍ରମର ସଦସ୍ୟମାନଙ୍କ ସହ ମଧ୍ୟ ବିଚାରବିମର୍ଶ କରିଥିଲେ ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,"ମାଳତୀ ଦେବୀ ଆଶ୍ରମ ଓ ବାଜି ରାଉତ ଛାତ୍ରାବାସ ହେଉଛି ରାଷ୍ଟ୍ର ପାଇଁ ଏକ ଶ୍ରଦ୍ଧାର କେନ୍ଦ୍ର । ବିଶେଷ ଭାବରେ ଆମ ଓଡ଼ିଆଙ୍କ ପାଇଁ ମୂଲ୍ୟବୋଧଯୁକ୍ତ । ରାଜନୀତି ଓ ସମର୍ପିତ ରାଜନୀତିର ପ୍ରତ୍ୟକ୍ଷ ମନ୍ଦିର । ଏହି ଆଶ୍ରମ ଓ ଛାତ୍ରାବାସ ଯେତିକି ବିକାଶ ହେବା କଥା ହୋଇନାହିଁ । ତେବେ ଦୁଇ ମହାନ ସଂଗ୍ରାମୀଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ଛାତ୍ରାବାସ ସମେତ ମାଳତୀ ଦେବୀ ଆଶ୍ରମର ବିକାଶ ପାଇଁ ସମସ୍ତେ ଦାୟିତ୍ୱ ନେବା ଉଚିତ୍ । ମାଳତୀ ଦେବୀ ଥିଲେ ନାରୀ ସଶକ୍ତିକରଣର ଅନ୍ୟତମ ପ୍ରତୀକ । ଦେଶର ସ୍ୱାଧୀନତା ସଂଗ୍ରାମରେ ଶିକ୍ଷା ଓ ନାରୀ ଶକ୍ତିକୁ ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି । ସମାଜବାଦ, ଚାଷୀ ଓ ଭୂଦାନ ସହ ଅନେକ ଆନ୍ଦୋଳନରେ ସେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଓଡ଼ିଶା ପାଇଁ ଏହି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନବ୍ୟାପୀ ଅବଦାନ ଚିର ଆଦର୍ଶ ହୋଇ ରହିବ ବୋଲି ସେ କହିଛନ୍ତି ।"

ଏହା ଛଡା ଏଠାରେ ଚାଲୁଥିବା ଛାତ୍ର ବାସର ଅବସ୍ଥା ନେଇ ମଧ୍ୟ ଆଶ୍ରମ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ଯେଭଳି ଏହି ମହାନ ସ୍ଥାନରର ମହତ ରହିବ ସେ ଦିଗରେ ସମସ୍ତେ କଯ୍ୟକରିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.