ETV Bharat / state

ମଣିଷ ପ୍ରେମରେ ବନ୍ଧା ବାଛୁରୀ, ରାଧାରାଣୀ ଆଉ ମୁନାଙ୍କ ଅନାବିଳ ପ୍ରେମର ନିଆରା କାହାଣୀ

author img

By

Published : Jul 7, 2023, 8:50 PM IST

ପଶୁ ହେଉକି ମଣିଷ ସମସ୍ତେ ଗୋଟିଏ ସୂତ୍ରରେ ବନ୍ଧା । ସ୍ନେହ ପ୍ରେମ ଆଗରେ ସବୁକିଛି ତୁଚ୍ଛ । ଅନୁଗୋଳ ଜିଲ୍ଲାରେ ମଣିଷ ଓ ବାଛୁରୀ ମଧ୍ୟରେ ଏକ ନିଚ୍ଛକ ଅନାବିଳ ପ୍ରେମର ଦୃଶ୍ୟ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

unconditional love between human and animal
ମଣିଷ ଓ ପଶୁର ନିଆରା ସମ୍ପର୍କ
ମଣିଷ ଓ ପଶୁର ନିଆରା ସମ୍ପର୍କ

ଅନୁଗୋଳ: ମଣିଷ-ପଶୁର ସମ୍ପର୍କ ଖୁବ ନୀବିଡ଼ । ଏପରି ପବିତ୍ର ସମ୍ପର୍କର ଉଦାହରଣ ଅନେକ ଦେଖିବାକୁ ମିଳେ । କାରଣ ସ୍ନେହ ପ୍ରେମ ଆଗରେ ସବୁକିଛି ତୁଚ୍ଛ । ଏଭଳି ବାତ୍ସଲ୍ୟ ପ୍ରେମରେ ବାଛୁରୀକୁ ବାନ୍ଧି ରଖିଛନ୍ତି ଜଣେ ଯୁବକ । ଅନୁଗୋଳ ଜିଲ୍ଲାରେ ଥିବା ଏକ ଗୋଶାଳରେ ମଣିଷ ଓ ବୀଛୁରୀ ମଧ୍ୟରେ ଏକ ନିଆରା ସମ୍ପର୍କ ଦେଖିବାକୁ ମିଳିଛି ।

ଜିଲ୍ଲାରେ ଥିବା ଏକ ଗୋଶାଳାରେ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଅଛନ୍ତି ମୁନା କୁମାର ନାୟକ ନାମକ ଜଣେ ଯୁବକ । ମୁନା ଜଣେ ଉଚ୍ଚ ଶିକ୍ଷିତ । କିନ୍ତୁ ଗୋସେବାରେ ତାଙ୍କର ରହିଛି ଅମାପ ଆନନ୍ଦ । ଗତ ପ୍ରାୟ ୫ ମାସ ପୂର୍ବେ ସେହି ଗୋଶାଳାରେ ଏକ ରୋଗଗ୍ରସ୍ତ ଗାଈ ସମୟ ପୂର୍ବରୁ ବାଛୁରୀକୁ ଜନ୍ମ ଦେଇ କିଛି ଦିନ ପରେ ମୃତ୍ୟୁବରଣ କରିଥିଲା ।ବାଛୁରୀଟି ମାଆ ଛେଉଣ୍ଡ ହୋଇଗଲା । ସେବେଠାରୁ ମୁନା ବାଛୁରୀର ସବୁ ଯତ୍ନ ନେଲେ । ନିଆଁ ଲଗାଇ ସେକିବା, ବୋତଳରେ କ୍ଷୀର ପିଆଇବା ସହ ଅନ୍ୟାନ୍ୟ ସେବା କରି ତାର ଲାଳନପାଳନ କରନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ମଣିଷ-ପଶୁର ଅନାବିଳ ପ୍ରେମ: ମାଙ୍କଡର ମୃତ୍ୟୁ ପରେ ହେଲା କ୍ରିୟାକର୍ମ, ଲଣ୍ଡା ହେଲେ ଗ୍ରାମବାସୀ

ଏନେଇ ମୁନା କହିଛନ୍ତି, "ପଶୁମାନେ ଅତି ନୀରିହ ପ୍ରାଣୀ । ସେମାନଙ୍କୁ ସ୍ନେହ ଦେଲେ ଶୀଘ୍ର ନିଜ ହୋଇଯାଆନ୍ତି । ତା'ର ମାଆର ମୃତ୍ୟୁ ହେବା ପରେ ମୁଁ ତାର ସବୁ ଯତ୍ନ ନେଉଛି । ଏସବୁରେ ବହୁତ ଆନନ୍ଦ ମିଳୁଛି । ବାପା,ମାଆ ଯେମିତି ନିଜ ସନ୍ତାନକୁ ସ୍ନେହ କରନ୍ତି, ନିଜ ସନ୍ତାନଠାରୁ ଆଦର ପାଇଲେ ଖୁସି ଅନୁଭବ କରନ୍ତି ମୋତେ ମଧ୍ୟ ଠିକ ସେମିତି ଅନୁଭବ ହେଉଛି ।"

ମୁନା ସ୍ନେହରେ ତା ନାଁ ଦେଇଛନ୍ତି ରାଧାରାଣୀ । ଏବେ ରାଧାରାଣୀ ୫ ମାସର ବାଛୁରୀ । ମୁନାକୁ ସେ ତାର ସବୁକିଛି ଭାବି ନେଇଛି । ମୁନା ଡାକିବା ମାତ୍ରେ ରାଧାରାଣୀ ଯେଉଁଠି ଥିଲେ ପାଖକୁ ଦୌଡ଼ି ଆସୁଛି । କୋଳରେ ବସୁଛି ଏବଂ ମୁନା ଶୋଉଥିବା ଖଟ ଉପରେ ଶୋଉଛି । ଯୁଆଡେ ତାଙ୍କ ଗଲେ ପଛେ ପଛେ ଯାଉଛି । ଗୋଶାଳାରେ ଶହ ଶହ ଗୋରୁ ଥିଲେ ମଧ୍ୟ ରାଧାରାଣୀ ସେମାନଙ୍କ ପାଖକୁ ଯାଏନାହିଁ । ମୁନା ଯେଉଁଠି ସେ ସେଇଠି ରହୁଛି । ମୁନା ବାହାରକୁ କାମରେ ଗଲେ ରାଧାରାଣୀ ଫାଟକ ପାଖରେ ତାଙ୍କ ଫେରିବା ବାଟକୁ ଅନାଇ ରହୁଛି । ମୁନାଙ୍କ ବିନା ସତେ ଯେପରି ରାଧାରାଣୀ ମୁହୂର୍ତ୍ତେ ରହି ପାରୁନାହିଁ । ମୁନା ଓ ରାଧାରାଣୀର ସମ୍ପର୍କ ଏବଂ ଦୁହିଁଙ୍କ ମଧ୍ୟରେ ଥିବା ପ୍ରେମ ଯିଏ ଦେଖିବ ଆନନ୍ଦରେ ବିଭୋର ହୋଇ ପଡିବ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.