ETV Bharat / state

ଜେଲରୁ କଏଦୀ ଚମ୍ପଟ, ପୋଲିସର ତନାଘନା

author img

By

Published : Jul 19, 2022, 1:10 PM IST

ଅନୁଗୋଳ ପାଲଲହଡା ଉପଖଣ୍ଡ କାରାଗାରର ପାଚେରୀ ଡେଇଁ ଦୁଇ ବିଚରାଧୀନ କଏଦୀ ଫେରାର । ବିଭିନ୍ନ ସ୍ଥାନରେ ପୋଲିସର ଚଢାଉ । ଅଧିକ ପଢନ୍ତୁ

ଜେଲରୁ କଏଦୀ ଚମ୍ପଟ, ପୋଲିସର ତନାଘନା
ଜେଲରୁ କଏଦୀ ଚମ୍ପଟ, ପୋଲିସର ତନାଘନା

ଅନୁଗୋଳ: ପାଲଲହଡା ଉପଖଣ୍ଡ କାରାଗାରରୁ କଏଦୀ ଚମ୍ପଟ । ପାଚେରୀ ଡେଇଁ ଦୁଇ ବିଚରାଧୀନ କଏଦୀ ଫେରାର ହୋଇ ଯାଇଥିବା ସୂଚନା ମିଳିଛି । ଗତକାଲି(ସୋମବାର) ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା କୁହାଯାଉଛି । ଫେରାର ଦୁଇ କଏଦୀ ହେଲେ ଡ଼ିମିରିଆ ଗ୍ରାମର ବସନ୍ତ ମହାକୁଳ ଏବଂ ଖମାର ଥାନା ଓଡ଼ଶ ଗ୍ରାମର ନେଣ୍ଟୁ ନାଏକ ।

ଜେଲରୁ କଏଦୀ ଚମ୍ପଟ, ପୋଲିସର ତନାଘନା

କଏଦୀ ମାନେ ରାତ୍ର ଭୋଜନ କରିବା ପରେ ନିଜ ନିଜର କୋଠରୀକୁ ଯାଇଥିଲେ। ତେବେ ରାତିରେ ବର୍ଷାର ହେଉଥିବାର ସୁଯୋଗ ନେଇ ଦୁଇ କଏଦୀ ଜେଲର ପାଚେରୀ ଡେଇଁ ଫେରାର ହୋଇଯାଇଥିବା ଅନୁମାନ କରାଯାଉଛି । ଜେଲ କତୃପକ୍ଷ ବହୁତ ଖୋଜାଖୋଜି କରି ନ ପାଇବା ପରେ ଥାନାରେ ଏତଲା ଦେଇଥିଲେ । ଏନେଇ ପୋଲିସ ତଦନ୍ତ ଆରମ୍ଭ କରି ରାତି ତମାମ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲେ ମଧ୍ୟ ଏଯାଏଁ ଧରିବାରେ ସକ୍ଷମ ହୋଇପାରି ନାହିଁ ।

ବର୍ତ୍ତମାନ ଜେଲରେ ମାତ୍ର ଛଅ ସାତ ଜଣ କଏଦୀ ଥିବାବେଳେ କଏଦୀଙ୍କ ଠାରୁ ଜେଲ କର୍ମଚାରୀଙ୍କ ସଂଖ୍ୟା ଅଧିକ ରହିଛି । ଏହା ପରେ ମଧ୍ୟ ଦୁଇ ଜଣ କଏଦୀ ପାଚେରୀ ଡେଇଁ କେମିତି ଫେରାର ହୋଇ ଗଲେ ତାହାକୁ ନେଇ ଏବେ ବଡ ପ୍ରଶ୍ନବାଚୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.