ETV Bharat / state

ଆଜିଠୁ ତାଳଚେରରେ ଟ୍ରକ ଧର୍ମଘଟ

ଭଡା ବୃଦ୍ଧି ଦାବି ନେଇ ତଳଚେର ଟ୍ରକ ମାଲିକ ସଂଘ ଡାକରାରେ ଆଜିଠୁ ଟ୍ରକ ଧର୍ମଘଟ ଆରମ୍ଭ ହୋଇଛି । ଏହି ଧର୍ମଘଟ ଡାକରାକୁ ରାଜ୍ୟ ଟ୍ରକ ମାଲିକ ସଂଘ ସମର୍ଥନ କରିଛି ।

author img

By

Published : Jul 1, 2019, 2:59 PM IST

ଡିଜାଇନ ଫଟୋ

ଅନୁଗୋଳ: ଆଜିଠୁ ଆରମ୍ଭ ହୋଇଛି ଟ୍ରକ ଧର୍ମଘଟ । ତାଳଚେରରେ ଭଡା ବୃଦ୍ଧି ଦାବି ନେଇ ତଳଚେରରୁ ଟ୍ରକ ଯୋଗେ କୋଇଲା ପରିବହନ ବନ୍ଦ ରହିଛି । ତାଳଚେର ଟ୍ରକ ମାଲିକ ସଂଘ ଡାକରାରେ ଏହି ଟ୍ରକ ଧର୍ମଘଟ ହୋଇଥିବାବେଳେ ଏହାକୁ ରାଜ୍ୟ ଟ୍ରକ ମାଲିକ ସଂଘ ସମର୍ଥନ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ବିଶେଷ କରି ତାଳଚେରରେ ଥିବା କୋଇଲା ଖଣି ଗୁଡିକରୁ ଟ୍ରକରେ କୋଇଲା ପରିବହନ କରି ଅଞ୍ଚଳବାସୀ ନିଜ ଗୁଜୁରାଣ ମେଣ୍ଟାଇଥାନ୍ତି । ତେବେ ଏମସିଏଲ କୋଇଲା ପରିବହନ ପାଇଁ ଯେଉଁ ଭଡା ଦେଇଛି ତାହା ବହୁତ କମ । ପୂର୍ବରୁ ଭଡା ବୃଦ୍ଧି ନେଇ ଅନେକ ଥର ଦାବି କରାଯାଇଥିଲେ ମଧ୍ୟ ଏମସିଏଲ ଏଥିପ୍ରତି ଦୃଷ୍ଟି ଦେଉନାହିଁ କି ଆବଶ୍ୟକୀୟ ଭଡା ବୃଦ୍ଧି କରୁନାହିଁ । ଯାହାର ପ୍ରତିବାଦରେ ଏହି ଟ୍ରକ ଧର୍ମଘଟ କରିଛନ୍ତି ଟ୍ରକ ବ୍ୟବସାୟୀ ।

ଧର୍ମଘଟ ଯୋଗୁଁ ତାଳଚେର ଖଣି ଅଞ୍ଚଳରୁ କୋଇଲା ପରିବହନ ବନ୍ଦ ରହିଛି । ଏହି ଆନ୍ଦୋଳନରେ ପାଖାପାଖି 7 ହଜାର ଟ୍ରକ ସାମିଲ ହୋଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଆଜିଠୁ ଟ୍ରକ ଧର୍ମଘଟ , ଗଡ଼ିଲା ନି ଟ୍ରକ , ଟ୍ରକରେ କୋଇଲା ପରିବହନ ରେ ବାଧା !Body:ଅନୁଗୋଳ ଜିଲ୍ଲା ତାଳଚେର ଆରମ୍ଭ ହୋଇଛି ଟ୍ରକ ଧର୍ମଘଟ । ଭଡା ବୃଦ୍ଧି ଦାବି ନେଇ ତଳଚେର ଟ୍ରକ ମାଲିକ ସଂଘ ଡାକରା ରେ ଏହି ଧର୍ମଘଟ ଆରମ୍ଭ ହୋଇଛି । ବିଶେଷ କରି ତାଳଚେର ରେ ଥିବା କୋଇଲା ଖଣି ଗୁଡିକରୁ ଟ୍ରକରେ କୋଇଲା ପରିବହନ କରି ଅଞ୍ଚଳ ଲୋକେ ଚଳନ୍ତି । ତେବେ MCL କୋଇଲା ପରିବହନ ପାଇଁ ଯେଉଁ ଭଡା ଦେଇଛି ତାହା ବହୁତ କମ । ପୂର୍ବରୁ ଭଡା ବୃଦ୍ଧି ନେଇ ଅନେକ ଥର ଦାବି କରାଯାଇଥିଲେ MCL ଏଥି ପ୍ରତି ଦୃଷ୍ଟି ଦେଉନାହିଁ କି ଆବଶ୍ୟକୀୟ ଭଡା ବୃଦ୍ଧି କରୁ ନାହିଁ ଯାହାର ପ୍ରତିବାଦରେ ଏହି ଟ୍ରକ ଧର୍ମଘଟ କରିଛନ୍ତି ଟ୍ରକ ବ୍ୟବସାୟୀ । ଧର୍ମଘଟ ଯୋଗୁଁ ତାଳଚେର ଖଣି ଅଞ୍ଚଳରୁ କୋଇଲା ପରିବହନ ବନ୍ଦ ରହିଛି । ଏହି ଆନ୍ଦୋଳନ ରେ ପାଖାପାଖି 7 ହଜାର ଟ୍ରକ ଚଳାଚଳ ବନ୍ଦ ରହିଛି। ଏହି ଧର୍ମଘଟ ଡାକରାକୁ ରାଜ୍ୟ ଟ୍ରକ ମାଲିକ ସଂଘ ସମର୍ଥନ କରିଛି। ଆଜି ତଳଚେର ରୁ ଖଣ୍ଡେବି କୋଇଲା ଟ୍ରକରେ ପରିବହନ ହୋଇନାହିଁ ।Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.